ଆଇଏଏସ୍ ନିୟମରେ ସଂଶୋଧନ ପ୍ରସ୍ତାବକୁ ତାମିଲନାଡୁ ଏବଂ କେରଳର ମଧ୍ୟ ବିରୋଧ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
କେରଳର ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି ଯେ ବର୍ତ୍ତମାନର ଆଇଏଏସ୍ (କ୍ୟାଡର) ନିୟମ, 1954 ପୂର୍ବରୁ କେନ୍ଦ୍ର ସପକ୍ଷରେ ଅଛି, ତେଣୁ ନିୟମ ସଂଶୋଧନ ପ୍ରସ୍ତାବ ବୁଝାପଡୁ ନାହିଁ ।
ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବା (IAS) (କ୍ୟାଡର) ନିୟମ, 1954 ରେ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବ ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧ ବଢିବାରେ ଲାଗିଛି । ପ୍ରଥମେ ପଶ୍ଚିମବଙ୍ଗ ସରକାର ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ବଙ୍ଗଳା ପରେ ରାଜସ୍ଥାନ, ଝାଡଖଣ୍ଡ ଏବଂ ଛତିଶଗଡ ସରକାର ମଧ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ଏହି ସମୟରେ ରବିବାର ଦିନ କେରଳ ଏବଂ ତାମିଲନାଡୁର ସରକାର ମଧ୍ୟ ଏହି ପ୍ରସ୍ତାବ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରବିବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କେନ୍ଦ୍ରର ପ୍ରସ୍ତାବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । କେରଳର ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି ଯେ ବର୍ତ୍ତମାନର ଆଇଏଏସ୍ (କ୍ୟାଡର) ନିୟମ, 1954 ପୂର୍ବରୁ କେନ୍ଦ୍ର ସପକ୍ଷରେ ଅଛି, ତେଣୁ ନିୟମ ସଂଶୋଧନ ପ୍ରସ୍ତାବ ବୁଝାପଡୁ ନାହିଁ ।
ପିନାରାଇ ବିଜୟନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, "ବର୍ତ୍ତମାନର ଡେପୁଟେସନ ନିୟମ କେନ୍ଦ୍ର ସପକ୍ଷରେ ଅଛି । ଏଭଳି ପରିସ୍ଥିତିରେ ଏହି ନିୟମକୁ ଆହୁରି କଡାକଡି କରିବା ସମବାୟ ସଂଘର ମୂଳ ଉପରେ ଆକ୍ରମଣ କରିବା ସହ ସମାନ୍ । କେନ୍ଦ୍ର ଯେଉଁ ପ୍ରସ୍ତାବ ଆଣିଛି ଯଦି ଏହା ପାସ ହୁଏ, ତେବେ ଏହା ସଂଘୀୟତାର ମୂଳକୁ ଦୁର୍ବଳ କରିଦେବ ।"
ସେହିପରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଆଇଏଏସ କ୍ୟାଡର ନିୟମ 1954 ରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର ସରକାର ଛାଡିବା ଉଚିତ୍ । ଏହା ବଦଳରେ ଜାତିର ସଂଘୀୟ ବ୍ୟବସ୍ଥାକୁ ଆହୁରି ଦୃଢ କରିବା ପାଇଁ ସେ ରାଜ୍ୟ ସରକାରଙ୍କ ସହ ହାତ ମିଳାଇବା ଉଚିତ୍ । କେନ୍ଦ୍ରର ଏହି ସଂଶୋଧନ ପ୍ରସ୍ତାବ ଦେଶର ସଂଘୀୟ ବ୍ୟବସ୍ଥା ରାଜନୀତି ତଥା ରାଜ୍ୟର ସ୍ୱାଧୀନତାକୁ ଶେଷ କରିବା ପାଇଁ କାର୍ଯ୍ୟ କରିବ ବୋଲି ଏମ.କେ ଷ୍ଟାଲିନ କହିଛନ୍ତି ।












Click it and Unblock the Notifications