For Quick Alerts
Turn On Notification  
For Daily Alerts
Oneindia App Download

କେରଳରେ ବ୍ୟକ୍ତିଙ୍କ ଠାରେ ଦେଖାଦେଲା ମଙ୍କିପକ୍ସ ଲକ୍ଷଣ, ପୁଣେର ଲ୍ୟାବକୁ ପଠାଗଲା ନମୁନା

କେରଳର ଜଣେ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଇଛନ୍ତି । ମଙ୍କିପକ୍ସର ନିଶ୍ଚିତତା ପାଇଁ ସେହି ବ୍ୟକ୍ତିଙ୍କ ନମୁନା ପୁଣେର ଲ୍ୟାବକୁ ପଠାଯାଇଛି । ଏହାର ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ଆସିବ ।

|

ନୂଆଦିଲ୍ଲୀ : କରୋନା ଭାଇରସର ପୁଣି ବଢୁଥିବା ମାମଲା ମଧ୍ୟରେ କେରଳର ଜଣେ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଇଛନ୍ତି । ମଙ୍କିପକ୍ସର ନିଶ୍ଚିତତା ପାଇଁ ସେହି ବ୍ୟକ୍ତିଙ୍କ ନମୁନା ପୁଣେର ଲ୍ୟାବକୁ ପଠାଯାଇଛି । ଏହାର ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ଆସିବ । ଏହା ପରେ ଜଣା ପଡିବ ଯେ ବ୍ୟକ୍ତି ଜଣକ ମଙ୍କିପକ୍ସରେ ସଂକ୍ରମିତ କି ନୁହେଁ । ଏହି ବ୍ୟକ୍ତି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ କେରଳ ଫେରିଛନ୍ତି ।

monkeypox

ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଲକ୍ଷଣ ପରିଲକ୍ଷିତ ହୋଇଛି । ସେ ତିନି ଦିନ ପୂର୍ବରୁ ୟୁଏଇରୁ ଫେରିଛନ୍ତି ଏବଂ ଅଧିକ ଜ୍ୱର ରହିଛି । ବ୍ୟକ୍ତିଙ୍କ ନମୁନା ନିଶ୍ଚିତକରଣ ପାଇଁ ପୁଣେର ଲ୍ୟାବକୁ ପଠାଯାଇଛି । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କ ସହିତ ନିବିଡ଼ ସମ୍ପର୍କ ଥିବା ଅନ୍ୟ ଜଣେ ବ୍ୟକ୍ତି 'ମଙ୍କିପକ୍ସ୍‌' ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ତାଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ଭାରତରେ କୌଣସି 'ମଙ୍କିପକ୍ସ୍‌' ମାମଲା ରିପୋର୍ଟ ନିଶ୍ଚିତ ହୋଇନାହିଁ।

ଏଥି ସହିତ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ମଙ୍କିପକ୍ସ ପ୍ରତି ସତର୍କ ରହିବାକୁ କହିଛି । ଏହି ଭାଇରସ ପୁଣି ଥରେ WHO ର ଚିନ୍ତା ବଢାଇଦେଇଛି । କରୋନା ମହାମାରୀରୁ ଶିକ୍ଷା ଗ୍ରହଣ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ମଙ୍କିପକ୍ସ ସମ୍ବନ୍ଧରେ କୌଣସି ରିସ୍କ ନେବାକୁ ଚାହେଁ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Symptoms of monkeypox found in a person In Kerala Returned from UAE, sample sent to lab in Pune for confirmation
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X