କେରଳରେ ବ୍ୟକ୍ତିଙ୍କ ଠାରେ ଦେଖାଦେଲା ମଙ୍କିପକ୍ସ ଲକ୍ଷଣ, ପୁଣେର ଲ୍ୟାବକୁ ପଠାଗଲା ନମୁନା
କେରଳର ଜଣେ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଇଛନ୍ତି । ମଙ୍କିପକ୍ସର ନିଶ୍ଚିତତା ପାଇଁ ସେହି ବ୍ୟକ୍ତିଙ୍କ ନମୁନା ପୁଣେର ଲ୍ୟାବକୁ ପଠାଯାଇଛି । ଏହାର ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ଆସିବ ।
ନୂଆଦିଲ୍ଲୀ : କରୋନା ଭାଇରସର ପୁଣି ବଢୁଥିବା ମାମଲା ମଧ୍ୟରେ କେରଳର ଜଣେ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଇଛନ୍ତି । ମଙ୍କିପକ୍ସର ନିଶ୍ଚିତତା ପାଇଁ ସେହି ବ୍ୟକ୍ତିଙ୍କ ନମୁନା ପୁଣେର ଲ୍ୟାବକୁ ପଠାଯାଇଛି । ଏହାର ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ଆସିବ । ଏହା ପରେ ଜଣା ପଡିବ ଯେ ବ୍ୟକ୍ତି ଜଣକ ମଙ୍କିପକ୍ସରେ ସଂକ୍ରମିତ କି ନୁହେଁ । ଏହି ବ୍ୟକ୍ତି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ କେରଳ ଫେରିଛନ୍ତି ।

ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଲକ୍ଷଣ ପରିଲକ୍ଷିତ ହୋଇଛି । ସେ ତିନି ଦିନ ପୂର୍ବରୁ ୟୁଏଇରୁ ଫେରିଛନ୍ତି ଏବଂ ଅଧିକ ଜ୍ୱର ରହିଛି । ବ୍ୟକ୍ତିଙ୍କ ନମୁନା ନିଶ୍ଚିତକରଣ ପାଇଁ ପୁଣେର ଲ୍ୟାବକୁ ପଠାଯାଇଛି । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କ ସହିତ ନିବିଡ଼ ସମ୍ପର୍କ ଥିବା ଅନ୍ୟ ଜଣେ ବ୍ୟକ୍ତି 'ମଙ୍କିପକ୍ସ୍' ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ତାଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ଭାରତରେ କୌଣସି 'ମଙ୍କିପକ୍ସ୍' ମାମଲା ରିପୋର୍ଟ ନିଶ୍ଚିତ ହୋଇନାହିଁ।
ଏଥି ସହିତ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ମଙ୍କିପକ୍ସ ପ୍ରତି ସତର୍କ ରହିବାକୁ କହିଛି । ଏହି ଭାଇରସ ପୁଣି ଥରେ WHO ର ଚିନ୍ତା ବଢାଇଦେଇଛି । କରୋନା ମହାମାରୀରୁ ଶିକ୍ଷା ଗ୍ରହଣ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ମଙ୍କିପକ୍ସ ସମ୍ବନ୍ଧରେ କୌଣସି ରିସ୍କ ନେବାକୁ ଚାହେଁ ନାହିଁ ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications