Get Updates
Get notified of breaking news, exclusive insights, and must-see stories!

ମନ୍ଦିର ପରିସରରେ ମଟନ ଦେଲେନି ବୋଲି ଚାଲିଗଲା ସ୍ୱିଗି ବୟଙ୍କ ଚାକିରି

ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ସ୍ୱିଗି ବୟ ମଟନ୍ ଡେଲିଭରୀ କରିବାକୁ ମନ୍ଦିର ପରିସରକୁ ନ ଯିବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି ।

Swiggy

ନୂଆଦିଲ୍ଲୀ: ଦେଶରେ ଅନେକ ଥର ଏମିତି ହୋଇଛି ଖାଦ୍ୟ ଡେଲିଭରୀ ବୟ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ଡେଲିଭରୀ କରିବାକୁ ଥିବା ଖାଦ୍ୟ ଖାଇ ତ କେତେବେଳେ ସେମାନଙ୍କ କଠିନ କାହାଣୀ ପାଇଁ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ଏପରିକି କେତେ ଜଣ ଚାକିରି ମଧ୍ୟ ହରାଇଥିବା ନଜିର ରହିଛି । କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ସ୍ୱିଗି ବୟ ମଟନ୍ ଡେଲିଭରୀ କରିବାକୁ ମନ୍ଦିର ପରିସରକୁ ନ ଯିବାରୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି ।

ଏପରି ଏକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ଜଣେ ସ୍ୱିଗି ବୟ ମଟନ୍ କୋରମା ନେଇ ଡେଲିଭରୀ କରିବାକୁ ଯାଇଥିଲେ । ଡେଲିଭରୀର ସ୍ଥାନ ଥିଲା ମନ୍ଦିର ପରିସର । ହନୁମାନ ମନ୍ଦିର ପରିସର ଦେଖି ସ୍ୱିଗି ବୟ ଜଣଙ୍କ ଡେଲିଭରୀ କରିବାକୁ ମନା କରିଦେଇଥିଲେ । ଡେଲିଭରୀ ବୟ ଜଣଙ୍କ ମନ୍ଦିର ବାହାରେ ଠିଆ ହୋଇ ଅର୍ଡର ଦେଇଥିବା ଲୋକକୁ ସେଠାରୁ ନେବାକୁ କହିଥିଲେ । ହେଲେ ଗ୍ରାହକ ତାଙ୍କୁ ମନ୍ଦିର ଭିତରକୁ ଆସି ମଟନ ଦେବାକୁ ବାଧ୍ୟ କରିଥିଲେ ।

ଏହାକୁ ଡେଲିଭରୀ ବୟ ଜଣଙ୍କ ମନା କରିବାରୁ ଗ୍ରାହକ ଜଣକ ସ୍ୱିଗିରେ ଅଭିଯୋଗ କରିଥିଲେ । ଏହାପରେ ସ୍ୱିଗି ତରଫରୁ ଡେଲିଭରୀ ବୟ ସଚିନଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ମନ୍ଦିର ଭଳି ଧାର୍ମିକ ସ୍ଥଳର ପବିତ୍ରତା ରକ୍ଷା କରିଥିବାରୁ ମନ୍ଦିର ପୂଜକ ସଚିନଙ୍କୁ ପୁରସ୍କୃତ କରିଥିଲେ । କେବଳ ଏତିକି ନୁହେଁ ସଚିନଙ୍କ ଚାକିରି ଚାଲିଯାଇଥିବାରୁ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ସେବକ ଭାବେ ଚାକିରି ମଧ୍ୟ ପ୍ରଦାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+