ଦିଲ୍ଲୀରେ ସନ୍ଦେହଜନକ 'ତାଲା' କୁ ନେଇ ଆତଙ୍କ, ତଦନ୍ତ କରୁଛି ପୋଲିସ
ଜାତୀୟ ରାଜଧାନୀ ଦିଲ୍ଲୀର ପଶ୍ଚିମ ବିହାରରେ ପୋଲିସ ଏକ ସନ୍ଦେହଜନକ ଜିନିଷ ଜବତ କରିଛି । ଏକ ୱାଇଫାଇ ରାଉଟର କିମ୍ବା ଡିଜିଟାଲ୍ ଲକ୍ ପରି ଦେଖାଯାଉଛି । ବମ୍ ସ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ପଶ୍ଚିମ ବିହାରରେ ପୋଲିସ ଏକ ସନ୍ଦେହଜନକ ଜିନିଷ ଜବତ କରିଛି । ଏକ ୱାଇଫାଇ ରାଉଟର କିମ୍ବା ଡିଜିଟାଲ୍ ଲକ୍ ପରି ଦେଖାଯାଉଛି । ବମ୍ ସ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ଫାଇଭ୍ ଷ୍ଟାର୍ ହୋଟେଲ୍ ରେଡିସନ୍ ବ୍ଲୁ ନିକଟରେ ଏହି ସନ୍ଦେହଜନକ ବସ୍ତୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସନ୍ଦେହଜନକ ଜିନିଷଟି ବୋମା କିମ୍ବା ଅନ୍ୟ କିଛି ବୋଲି ଅନୁସନ୍ଧାନ କରାଯାଉଛି ।
ଅନ୍ୟପକ୍ଷରେ ଗତକାଲି ରାତିରେ ପଞ୍ଜାବର ଗୁରୁଦାସପୁରର ବିଏସଏଫର ଚାନ୍ଦୁ ୱାଡାଲା ଆଉଟପୋଷ୍ଟ ଏବଂ କାସୋୱାଲ ଆଉଟପୋଷ୍ଟରେ ପାକିସ୍ତାନୀ ଡ୍ରୋନ ଦେଖିବା ପରେ ବିଏସଏଫ କର୍ମଚାରୀମାନେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ ।












Click it and Unblock the Notifications