ଦିଲ୍ଲୀ : ପୁରୁଣା ସୀମାପୁରୀରୁ ସନ୍ଦେହଜନକ ବ୍ୟାଗ ମିଳିବା ନେଇ ଆତଙ୍କ, NSG କୁ ଦିଆଗଲା ସୂଚନା
ଦେଶର ଜାତୀୟ ରାଜଧାନୀରେ ଗୁରୁବାର ଅପରାହ୍ନରେ ସନ୍ଦେହଜନକ ବ୍ୟାଗ ମିଳିବା ପରେ ଆତଙ୍କ ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଗଟି ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳର ରାସ୍ତାରେ ମିଳିଥିଲା ।
ନୂଆଦିଲ୍ଲୀ : ଦେଶର ଜାତୀୟ ରାଜଧାନୀରେ ଗୁରୁବାର ଅପରାହ୍ନରେ ସନ୍ଦେହଜନକ ବ୍ୟାଗ ମିଳିବା ପରେ ଆତଙ୍କ ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଗଟି ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳର ରାସ୍ତାରେ ମିଳିଥିଲା । ଏନେଇ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) କୁ ସୂଚନା ଦିଆଯାଇଛି ।

ଏହାପରେ ଲୋକଙ୍କୁ ବ୍ୟାଗଠାରୁ ଦୂରରେ ରହିବାକୁ କୁହାଯାଇଥିବାବେଳେ ଏଥିରେ ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା କରି ସତର୍କତା ଅବଲମ୍ବନ କରାଯାଉଛି । ଦିଲ୍ଲୀ ପୁଲିଆ ଏହି ପ୍ରସଙ୍ଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି ଏବଂ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ନୂଆ ବର୍ଷରେ ରାଜଧାନୀରେ ସନ୍ଦେହଜନକ ବ୍ୟାଗ ମିଳିବା ନେଇ ଏହା ହେଉଛି ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଜାନୁଆରୀ 19 ରେ, ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଦୁଇଟି ସନ୍ଦିଗ୍ଧ ବ୍ୟାଗ ମିଳିଥିଲା । ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଏହି ମାମଲା ହୋଇଥିଲା ।
A suspicious bag was found on the road in Old Seemapuri area of Delhi. NSG has been informed, Police verification is under process
— ANI (@ANI) February 17, 2022
Details awaited
ଡିସିପି (ପୂର୍ବ) ପ୍ରିୟଙ୍କା କାଶ୍ୟପ କହିଥିଲେ ଯେ ଦୁଇଟି ଅଜ୍ଞାତ ବ୍ୟାଗ ବିଷୟରେ PCR କୁ କଲ ଆସିଥିଲା । ଏହା ପରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରି ରହିଥିଲା । ତୁରନ୍ତ ବୋମା ନିଷ୍କାସନ ସ୍କ୍ୱାଡକୁ ମଧ୍ୟ ଡକାଯାଇଥିଲା, କିନ୍ତୁ ଯେତେବେଳେ ସେମାନେ ବ୍ୟାଗ ଖୋଲିଲେ, ସେଥିରେ କିଛି ସନ୍ଦେହଜନକ ନଥିଲା ।












Click it and Unblock the Notifications