For Quick Alerts
Turn On Notification  
For Daily Alerts
Oneindia App Download

ଜୁନ୍ 30 ଯାଏଁ ବଢିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ପ୍ରତିବନ୍ଧକ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପୁଣି ପ୍ରତିବନ୍ଧକ ବୃଦ୍ଧି କରାଯାଇଛି । ଏହି ପ୍ରତିବନ୍ଧକ ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି ।

|

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପୁଣି ପ୍ରତିବନ୍ଧକ ବୃଦ୍ଧି କରାଯାଇଛି । ଏହି ପ୍ରତିବନ୍ଧକ ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ କହିଛି ଯେ ପ୍ରତ୍ୟେକ ପ୍ରସଙ୍ଗକୁ ବିଚାର କରି ମନୋନୀତ ମାର୍ଗରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ଦେଇ ପାରିବେ । ସୂଚନା ଥାଉ କି ଯେ ଦେଶରେ କରୋନା ମହାମାରୀ ହେତୁ 23 ମାର୍ଚ୍ଚ 2020 ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଥିଲା । ବର୍ତ୍ତମାନ ଏହି ପ୍ରତିବନ୍ଧକ ଜୁନ୍ 30 ତାରିଖ ରାତି 11.59 ପର୍ଯ୍ୟନ୍ତ ବଳବତ୍ତର ରହିବ ।

Flight

ଅନ୍ୟପକ୍ଷରେ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖିଥିଲେ ହେଁ ଗତବର୍ଷ ଠାରୁ ବନ୍ଦେ ଭାରତ ମିଶନ ଜରିଆରେ ଓ ଟ୍ରାଭେଲ ବବଲ୍ସ ଚୁକ୍ତି ଅନୁସାରେ କିଛି ନିର୍ଦ୍ଦିଷ୍ଟ ଦେଶକୁ ବିମାନ ସେବା ଆରମ୍ଭ କରିଛନ୍ତି । ତେବେ ଭାରତରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଥିବାରୁ 20ଟି ଦେଶ ଭାରତ ସହ ବିମାନ ସମ୍ପର୍କଚ୍ଛିନ୍ନ କରିଛନ୍ତି । ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, କେନିଆ, ଭୁଟାନ ଏବଂ ଫ୍ରାନ୍ସ ସମେତ 27 ଟି ଦେଶ ସହିତ କେନ୍ଦ୍ର ସରକାର ଏୟାର ବବଲ ଚୁକ୍ତି କରିଛନ୍ତି । ଏୟାର ବବଲ ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ସେମାନଙ୍କ ଅଞ୍ଚଳ ମଧ୍ୟରେ ଉଡାଣ କରିପାରିବ ।

ପ୍ରକାଶ ଥାଉକି, ଡିଜିସିଏ ଦ୍ୱାରା ଶୁକ୍ରବାର ପ୍ରକାଶିତ ଏହାର ସରକାରୀ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଏହି ନିଲମ୍ବନ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉପରେ ପ୍ରଭାବ ପକାଇବ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Suspension of international passenger flights extended to June 30
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X