Get Updates
Get notified of breaking news, exclusive insights, and must-see stories!

ନୂଆ ମୁଖ୍ୟ ନିର୍ବାଚନ କମିଶନ ହେବେ ସୁଶୀଲ ଚନ୍ଦ୍ରା

ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱଭାର ଗ୍ରହଣ କରିବେ ସୁଶୀଲ ଚନ୍ଦ୍ରା । ଆଜି(ମଙ୍ଗଳବାର) ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । 14 ମଇ 2022 ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ସମ୍ଭାଳିବେ ।

ନୂଆଦିଲ୍ଲୀ : ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱଭାର ଗ୍ରହଣ କରିବେ ସୁଶୀଲ ଚନ୍ଦ୍ରା । ଆଜି(ମଙ୍ଗଳବାର) ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । 14 ମଇ 2022 ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ସମ୍ଭାଳିବେ । ବର୍ତ୍ତମାନ ମୁଖ୍ୟ ଇସି ଭାବେ କାର୍ଯ୍ୟ କରୁଥିବା ସୁନୀଲ ଅରୋରାଙ୍କ ପରେ ସେ ହେବେ ମୁଖ୍ୟ ନିର୍ବାଚନ କମିଶନ । ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶିଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ଭାବେ ନିଯୁକ୍ତି ପାଇଛନ୍ତି । ପଶ୍ଚିମବଙ୍ଗରେ ବାକି ଥିବା 4ଟି ପର୍ଯ୍ୟାୟ ନିର୍ବାଚନ ଓ 5 ରାଜ୍ୟର ଫଳାଫଳ ସୁରୁଖୁରରେ ପରିଚାଳନା ହେବ ସୁଶୀଲଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ।

ମୁଖ୍ୟ ନିର୍ବାଚନ ଅଧିକାରୀ

ସୁଶୀଲ 15 ମଇ 1957 ରେ ଜନ୍ମ ହୋଇଥିବା ସୁଶୀଲ 1980 ବ୍ୟାଚର ଆଇଆରଏସ ଅଧିକାରୀ । ଆଇଆଇଟି ରୁରକିରୁ ବିଟେକ୍ ଏବଂ ଡେରାଡ଼ୁନରୁ ଏଲଏଲବିରେ ଡିଗ୍ରୀ ହାସଲ କରିଛନ୍ତି । ଟିଏସ କୃର୍ଷ୍ଣମୃର୍ତ୍ତିଙ୍କ ପରେ ସୁଶୀଲ ଦ୍ୱିତୀୟ ଆଇଆରଏସ ଅଫିସର, ଯାହାଙ୍କୁ ନିର୍ବାଚନ କମିସନର ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସୁନୀଲ ଆରୋରା ଏହି ଦାୟିତ୍ୱ ତୁଲାଉଥିବା ବେଳେ ସେ ଅପ୍ରେଲ 12ରେ ଅବସର ଗ୍ରହଣ କରିଛନ୍ତି ।

ଲୋକସଭା ନିର୍ବାଚନ ପୂର୍ବରୁ 14 ଫେବୃଆରୀ 2019 ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିସନର ଭାବରେ ନିଯୁକ୍ତ ହୋଇଥିଲେ । ତେବେ ନିର୍ବାଚନ କମିସନର ଭାବେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ସୁଶୀଲ ଚନ୍ଦ୍ରା କେନ୍ଦ୍ରୀୟ ଟିକସ ବୋର୍ଡ CBDTର ଚେୟାରମ୍ୟାନ୍ ଥିଲେ । ଏହାପୂର୍ବରୁ ସେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିସାରିଛନ୍ତି । ସେ ଦିଲ୍ଲୀରେ ଆୟକର (ଅପିଲ୍) ଆନ୍ତର୍ଜାତୀୟ ଟିକସ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସୁଶୀଲ ଚନ୍ଦ୍ରା ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ ଏବଂ ମୁମ୍ବାଇ ଆଦି ସହରରେ କାର୍ଯ୍ୟ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+