ମୋଦୀ ସରନେମ୍ ମାମଲାରେ ଅପ୍ରେଲ 13 ପର୍ଯ୍ୟନ୍ତ ରାହୁଲଙ୍କୁ ଜାମିନ୍

ନୂଆଦିଲ୍ଲୀ: ମୋଦୀ ସରନେମ୍ ମାମଲାରେ ବଢିଲା ରାହୁଲଙ୍କ ଜାମିନ୍ । ଅପ୍ରେଲ 13 ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ୍ ବୃଦ୍ଧି କରିଛନ୍ତି ସୁରଟ୍ ସେସନ୍ କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ 3 ରେ ହେବ ।
ମାନହାନୀ ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ସେସନ୍ସ କୋର୍ଟରେ ପିଟିସନ ଦାଏର କରିଥିଲେ ରାହୁଲ ଗାନ୍ଧୀ । ଦଣ୍ଡାଦେଶର 11 ଦିନ ପରେ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ରାହୁଲ ।
ସୋମବାର ଦିନ ରାହୁଲ ଗାନ୍ଧୀ ଗୁଜରାଟର ସୁରଟସ୍ଥିତ ସେସନ କୋର୍ଟରେ 'ମୋଦୀ ସରନେମ୍' ଅପରାଧିକ ମାନହାନୀ ମାମଲାରେ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ଆବେଦନ କରିଥିଲେ ।
ସୁରଟରେ ରାହୁଲ ଗାନ୍ଧୀଙ୍କ ଲିଗାଲ୍ ଟିମ୍ ଦୁଇଟି ଆବେଦନ କରିଛି । ପ୍ରଥମତଃ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ରହିତାଦେଶ ଲାଗି ଆବେଦନ ହୋଇଛି । ଏହାପରେ ଦଣ୍ଡାଦେଶକୁ ସ୍ଥଗିତ କରିବାକୁ ଅବେଦନ କରାଯାଇଛି । ଯଦି ଅଦାଲତ ଦଣ୍ଡାଦେଶକୁ ସ୍ଥଗିତ ରଖନ୍ତି ତେବେ ରାହୁଲଙ୍କ ଲୋକସଭା ସାଂସଦ ପଦ ଜାରି ରହିବା ବାଟ ଫିଟିବ । ତେଣେ ଅଦାଲତ ଅପରାଧିକ ମାନହାନୀ ମାମଲା ଦାୟର କରିଥିବା ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କୁ ରାହୁଲଙ୍କ ଆବେଦନ ଉପରେ ଅପ୍ରେଲ 10 ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣିରେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ ହାଜର ହେବାର ଆବଶ୍ୟକତା ନାହିଁ ବୋଲି ସେସନ୍ସ କୋର୍ଟ କହିଛନ୍ତି ।












Click it and Unblock the Notifications