Get Updates
Get notified of breaking news, exclusive insights, and must-see stories!

ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ମାମଲାର ଅପ୍ରେଲ 20 ରେ ଆସିବ ରାୟ

ନୂଆଦିଲ୍ଲୀ : ମୋଦୀ ସରନେମ୍ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲଙ୍କୁ ହୋଇଥିବା ଦଣ୍ଡାଦେଶ ଉପରେ ରୋକ ଆବେଦନ ଉପରେ ସୁରଟ ସେସନ କୋର୍ଟ ଶୁଣାଣି କରିଛନ୍ତି । | ଏହି ମାମଲାର ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅପ୍ରେଲ 20 ରେ କୋର୍ଟ ଏହାର ରାୟ ଦେବେ ।

ରାହୁଲ ଗାନ୍ଧୀଙ୍କ ଓକିଲ ଗୁରୁବାର କହିଛନ୍ତି ଯେ ଦଣ୍ଡାଦେଶ ଉପରେ ରୋକ ଲଗାଇବା ନେଇ ଆବେଦନ ଉପରେ ଆବେଦନ କରାଯାଇଥିଲା । ଏହି ଶୁଣାଣି 6 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ଜଷ୍ଟିସ ରବିନ୍ ମୋଗେରା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି ।

Rahul Gandhi

ଏହା ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା । କୋର୍ଟ ତାଙ୍କ ଜାମିନକୁ ଅପ୍ରେଲ 13 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ରାହୁଲ ଗାନ୍ଧୀ ତାଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ 3 ଅପ୍ରଲରେ ସୁରଟ ସେସନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନା ଥାଉକି, କର୍ଣ୍ଣାଟକରେ 2019 ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ମୋଦୀ ସରନେମ୍ ଉପରେ ଏକ ବୟାନ ଦେଇଥିଲେ । ସବୁ ଚୋରଙ୍କ ସରନେମ୍ ମୋଦୀ କାହିଁକି ବୋଲି କହିଥିଲେ ରାହୁଲ । ଏହା ପରେ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+