Get Updates
Get notified of breaking news, exclusive insights, and must-see stories!

ନୋଟବନ୍ଦୀର ସମୀକ୍ଷା କରିବେ ସୁପ୍ରିମ କୋର୍ଟ, କେନ୍ଦ୍ର ଏବଂ ଆରବିଆଇରୁ ମାଗିଲେ ଆଫିଡେଭିଟ୍

ନୋଟବନ୍ଦୀର ସମୀକ୍ଷା କରିବେ ସୁପ୍ରିମ କୋର୍ଟ । 2016 ରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତା ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏ ନିଷ୍ପତ୍ତି ନିଆଯାଇଛି ।

ନୂଆଦିଲ୍ଲୀ : ନୋଟବନ୍ଦୀର ସମୀକ୍ଷା କରିବେ ସୁପ୍ରିମ କୋର୍ଟ । 2016 ରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତା ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏ ନିଷ୍ପତ୍ତି ନିଆଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କୁ ବିସ୍ତୃତ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବେଞ୍ଚ କହିଛନ୍ତି ଯେ ଯେତେବେଳେ ସମ୍ବିଧାନ ବେଞ୍ଚ ନିକଟଟରେ କୌଣସି ପ୍ରସଙ୍ଗ ଆସେ, ସେତେବେଳେ ଏହାର ଜବାବ ଦେବା ଦାୟିତ୍ୱ ଅଟେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ନଭେମ୍ବର 9 ରେ ହେବ । ଜଷ୍ଟିସ୍ ଏସ୍ ନଜୀରଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦ୍ୱାରା ଏହି ଶୁଣାଣି ଚାଲିଛି ।

supreme court

ଏହି ମାମଲାର ଶୁଣାଣି କରି ବେଞ୍ଚ କହିଛନ୍ତି ଯେ ସରକାରଙ୍କ ନୀତିଗତ ନିଷ୍ପତ୍ତିଗୁଡ଼ିକର ନ୍ୟାୟିକ ସମୀକ୍ଷା ଉପରେ ଏହା "ଲକ୍ଷ୍ମଣ ରେଖା" ବିଷୟରେ ଅବଗତ ଅଛି । କିନ୍ତୁ ତା'ପରେ ମଧ୍ୟ 2016 ବିମୁଦ୍ରୀକରଣ ନିଷ୍ପତ୍ତି ଯାଞ୍ଚ କରିବାକୁ ପଡିବ ଯେ ଏହି ପ୍ରସଙ୍ଗଟି କେବଳ "ଏକାଡେମିକ୍" ଅଭ୍ୟାସରେ ପରିଣତ ହୋଇଛି କି ନାହିଁ ।

ଆପଣଙ୍କୁ କହି ରଖୁଛୁ କେନ୍ଦ୍ର ମୋଦୀ ସରକାର 2016 ରେ 500 ଏବଂ 1000 ର ପୁରୁଣା ନୋଟଗୁଡିକ ବନ୍ଦ କରି ଦେଇଥିଲେ । ବିମୁଦ୍ରୀକରଣ ପରେ କେନ୍ଦ୍ର ସରକାର ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଦେଶରୁ କଳା ଟଙ୍କା ହଟାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଦେଶରେ ନକ୍ସଲ ତଥା ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ମଧ୍ୟ ଏହା ସହାୟକ ହେବ ବୋଲି ସରକାର କହିଥିଲେ ।

ଏଥି ସହିତ ବିମୁଦ୍ରୀକରଣ ହେତୁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ବ୍ୟାଙ୍କ ଏବଂ ଏଟିଏମ୍ ମେସିନରେ ଲମ୍ବା ଲାଇନ ଲାଗିଥିଲା । ଏହି ସମୟ ମଧ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ଆସିଥିଲା । ବିମୁଦ୍ରୀକରଣକୁ ନେଇ କେନ୍ଦ୍ର ସରକାର ଉପରେ ବିରୋଧୀ ଦଳ ଟାର୍ଗେଟ୍ କରିଥିଲେ । ଏହା ସହିତ ବିରୋଧୀ ଦଳମାନେ ଏହି ନିଷ୍ପତ୍ତି ମାଧ୍ୟମରେ ଅର୍ଥନୀତିକୁ ଦୁର୍ବଳ କରିଥିବା ଅଭିଯୋଗ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+