Get Updates
Get notified of breaking news, exclusive insights, and must-see stories!

ଆର୍ଥିକ ଅଧାରରେ କାଏମ୍ ରହିବ 10 % ସଂରକ୍ଷଣ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ଆର୍ଥିକ ଅନଗ୍ରସରଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣକୁ କାଏମ୍ ରଖିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ 103 ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ, 2019 ର ବୈଧତାକୁ ସମର୍ଥନ କରି ଗରିବ 'ସବର୍ଣ୍ଣ'ଙ୍କୁ 10% ସଂରକ୍ଷଣ ପ୍ରଦାନ କରିଛି

ନୂଆଦିଲ୍ଲୀ : ଆର୍ଥିକ ଅନଗ୍ରସରଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣକୁ କାଏମ୍ ରଖିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ 103 ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ, 2019 ର ବୈଧତାକୁ ସମର୍ଥନ କରି ଗରିବ 'ସବର୍ଣ୍ଣ'ଙ୍କୁ 10% ସଂରକ୍ଷଣ ପ୍ରଦାନ କରିଛି । ସମ୍ବିଧାନର 103 ତମ ସଂଶୋଧନ ଅଧିନିୟମ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ଲୋକଙ୍କୁ 10 ପ୍ରତିଶତ EWS ସଂରକ୍ଷଣ ପ୍ରଦାନ କରିଥାଏ । ତିନିଜଣ ବିଚାରପତି ଏହି ନିୟମକୁ ସମର୍ଥନ କରୁଥିବାବେଳେ ଦୁଇଜଣ ବିଚାରପତି ଏଥିରେ ସହମତ ନୁହଁନ୍ତି ।

supreme court

ସୁପ୍ରିମ କୋର୍ଟର ବେଞ୍ଚ 3:2 ଅନୁପାତ ବହୁମତରେ ଏହାକୁ ସାମ୍ବିଧାନିକ ବୈଧ କହିଛନ୍ତି । ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଚିସ୍ ଜେବି ପରଦୀୱାଲା ବହୁମତ ସପକ୍ଷରେ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ସିଜେଆଇ ୟୁୟୁ ଲଲିତ ଏଥିରେ ସହମତ ପ୍ରକାଶ କରି ନାହାଁନ୍ତି । ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ କହିଛନ୍ତି ଯେ 103 ତମ ସଂଶୋଧନ ଭେଦଭାବପୂର୍ଣ୍ଣ, ତେଣୁ ମୁଁ ଏଥିରେ ସହମତ ନୁହେଁ ।

ଜଷ୍ଟିସ ଦୀନେଶ ମହେଶ୍ୱରୀ କହିଛନ୍ତି ଯେ ଅର୍ଥନୈତିକ କାରଣରୁ ସଂରକ୍ଷଣ ସମ୍ବିଧାନର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରୁନାହିଁ । ଜଷ୍ଟିସ ବେଲା ଏମ ତ୍ରିବେଦୀ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ଜଷ୍ଟିସ ମହେଶ୍ୱରୀଙ୍କ ସହ ସମାନ ଏବଂ ସେ କହିଛନ୍ତି ଯେ ସାଧାରଣ ବର୍ଗରେ EWS କୋଟା ବୈଧ ଏବଂ ସାମ୍ବିଧାନିକ ଅଟେ ।

ସୁପ୍ରିମକୋର୍ଟର ତିନିଜଣ ବିଚାରପତି କହିଛନ୍ତି ଯେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ EWS ସଂରକ୍ଷଣ 50 ପ୍ରତିଶତ ସଂରକ୍ଷଣରେ ବାଧା ସୃଷ୍ଟି କରେ ନାହିଁ । ସାଧାରଣ ବର୍ଗର ଗରିବମାନେ EWS କୋଟା ଦ୍ୱାରା ଉପକୃତ ହେବେ ।

ସେ କହିଛନ୍ତି ଯେ EWS ସଂରକ୍ଷଣ ଉଚ୍ଚଶିକ୍ଷାରେ ସମାନତା ତଥା ସମାନ ସୁଯୋଗ, ଧର୍ମ, ଜାତି, ଶ୍ରେଣୀ, ଲିଙ୍ଗ କିମ୍ବା ଜନ୍ମସ୍ଥାନ ଆଧାରରେ ନିଯୁକ୍ତି ଅଧିକାରକୁ ଉଲ୍ଲଂଘନ କରେ ନାହିଁ । ତେବେ ଜଷ୍ଟିସ ରବିନ୍ଦ୍ର ଭଟ କହିଛନ୍ତି ଯେ 10 ପ୍ରତିଶତ ସଂରକ୍ଷଣରେ ଏସସି / ଏସଟି / ଓବିସିକୁ ପୃଥକ କରିବା ଭେଦଭାବପୂର୍ଣ୍ଣ ।

ଏହା ପୂର୍ବରୁ ସେପ୍ଟେମ୍ବର 27 ରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟ 40 ଟି ପିଟିସନର ଶୁଣାଣି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+