For Quick Alerts
Turn On Notification  
For Daily Alerts
Oneindia App Download

ସୁପ୍ରିମ କୋର୍ଟରେ ଆଜି ପେଗାସସ୍ ମାମଲାର ଶୁଣାଣି

ପେଗାସସ୍ ଗୁପ୍ତଚର ମାମଲା ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଏନ.ଭି ରମଣା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଏକ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହେବ ।

|

ନୂଆଦିଲ୍ଲୀ : ପେଗାସସ୍ ଗୁପ୍ତଚର ମାମଲା ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଏନ.ଭି ରମଣା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଏକ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହେବ ।

ଆପଣଙ୍କୁ କହି ରଖୁଛୁ, ସେପ୍ଟେମ୍ବର 7 ରେ 9 ଟି ଆବେଦନ ଉପରେ ଶୁଣାଣି ବେଳେ କୋର୍ଟ ଏହାର ଉତ୍ତର ଦାଖଲ କରିବାକୁ କେନ୍ଦ୍ରକୁ ସମୟ ଦେଇଥିଲେ ।

supreme court of India

ଉଲ୍ଲେଖନୀୟ କଥା ହେଉଛି, କୋର୍ଟ ସେହି ଆବେଦନଗୁଡ଼ିକର ଶୁଣାଣି କରୁଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସାମ୍ବାଦିକ ଏବଂ ରାଜନେତାଙ୍କ ଉପରେ ଗୁପ୍ତଚର କରିବା ଏକ ବଡ଼ ଅପରାଧ, ଏହା ଆମର ସ୍ୱାଧୀନତା ଉପରେ ଆକ୍ରମଣ । ସୂଚନାଯୋଗ୍ୟ ଯେ ଏହି ଆବେଦନ ସାମ୍ବାଦିକ ଏନ୍‌ରାମ ଏବଂ ସସିକୁମାର, ସିପିଏମ୍‌ର ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ ଏବଂ ଆଡଭୋକେଟ୍ ଏମ୍.ଏଲ୍ ଶର୍ମାଙ୍କ ଦ୍ୱାରା ଦାଖଲ କରାଯାଇଛି ।

କୋର୍ଟ ଶୁଣାଣି ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପେଗାସସ୍ ଭଳି ଗୁପ୍ତଚର ସାମଗ୍ରୀକୁ ଅନ୍ୟ ଦେଶର ଲୋକମାନେ କିଣୁଛନ୍ତି । ଆମ ପାଖରେ ଲୁଚାଇବାକୁ କିଛି ନାହିଁ, ଯାହା ଆଗରେ ଅଛି, କିନ୍ତୁ ଯେଉଁଭଳି ଆବେଦନଗୁଡ଼ିକ ବିଷୟରେ ଆଲୋଚନା ହୋଇଛି, ତାହା ନିଶ୍ଚିତ ଭାବରେ ଭାରତର ସୁରକ୍ଷା ପ୍ରତି ବିପଦ ହୋଇପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Supreme Court To Hear Plea On Pegasus Spy ware Here Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X