ନାଗରିକତ୍ୱ ସଂଶୋଧନ ଅଧିନିୟମ ବିରୋଧରେ ଦାଖଲ 220 ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ
ନାଗରିକତ୍ୱ (ସଂଶୋଧନ) ଅଧିନିୟମ, 2019 (CAA) କୁ ଚ୍ୟାଲେଞ୍ଜ କରୁଥିବା ଆବେଜନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ ଏ ବାବଦରେ ଅତି କମରେ 220 ଟି ଆବେଦନ ବିଚାରାଧୀନ ଅଛି ।
ନୂଆଦିଲ୍ଲୀ : ନାଗରିକତ୍ୱ (ସଂଶୋଧନ) ଅଧିନିୟମ, 2019 (CAA) କୁ ଚ୍ୟାଲେଞ୍ଜ କରୁଥିବା ଆବେଜନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ ଏ ବାବଦରେ ଅତି କମରେ 220 ଟି ଆବେଦନ ବିଚାରାଧୀନ ଅଛି, ଯାହା ପ୍ରଧାନ ବିଚାରପତି ୟୁୟୁ ଲଲିତ ଏବଂ ଜଷ୍ଟିସ ରବିନ୍ଦ୍ର ଭଟଙ୍କ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ । CAA ବିରୋଧରେ ହୋଇଥିବା ଆବେଦନ ଉପରେ ପ୍ରଥମେ ସୁପ୍ରିମକୋର୍ଟରେ 18 ଡିସେମ୍ବର 2019 ରେ ଶୁଣାଣି ହୋଇଥିବାବେଳେ ଶେଷ ଶୁଣାଣି 15 ଜୁନ୍ 2021 ରେ ହୋଇଥିଲା ।

ଆପଣଙ୍କୁ କହି ରଖୁଛୁ 11 ଡିସେମ୍ବର 2019 ରେ ସଂସଦ ଦ୍ୱାରା CAA ପାରିତ ହୋଇଥିଲା, ଏହା ପରେ ସାରା ଦେଶରେ ଏହାକୁ ବିରୋଧ କରାଯାଇଥିଲା । ଏହା ସତ୍ତ୍ୱେ ସରକାର 10 ଜାନୁୟାରୀ 2020 ରେ ଏହାକୁ କାର୍ଯ୍ୟକାରୀ କରିଥିଲେ । ଏହା ବିରୋଧରେ ଅନେକ ଲୋକ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେରଳ ଭିତ୍ତିକ ରାଜନୈତିକ ଦଳ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍), ଟିଏମସି ସାଂସଦ ମୋହୁଆ ମୋଇତ୍ରା, କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ, ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମନ ସମେତ ଅନେକ ଲୋକ ଏନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ।
2020 ମସିହାରେ କେରଳ ସରକାର ମଧ୍ୟ ସୁପ୍ରିମକୋର୍ଟରେ CAA ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଏପରି କରିବାରେ କେରଳ ପ୍ରଥମ ରାଜ୍ୟ ଥିଲା । ଯଦିଓ ସମସ୍ତ ଆବେଦନକାରୀ ଏହା ଉପରେ ରୋକ ଲଗାଇବାକୁ ଦାବି କରୁଥିଲେ, କିନ୍ତୁ କେନ୍ଦ୍ରର ପକ୍ଷ ନ ଜାଣି ସୁପ୍ରିମକୋର୍ଟ ଏପରି କରିବାକୁ ମନା କରିଦେଇଥିଲେ । ଏହା ସହିତ କେନ୍ଦ୍ରକୁ ନୋଟିସ୍ ଜାରି କରି ଏହାର ଜବାବ ମାଗିଥିଲେ ।
ମାର୍ଚ୍ଚ 2020 ରେ, କେନ୍ଦ୍ର ସର୍ବୋଚ୍ଚ ଅଦାଲତରେ ଏକ ଆଫିଡେଭିଟ୍ ଦାଖଲ କରି ଦର୍ଶାଇଥିଲା ଯେ CAA ଆକ୍ଟ ଏକ "ଉତ୍ତମ ଆଇନ", ଯାହା କୌଣସି ଭାରତୀୟ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ କିମ୍ବା ଧର୍ମନିରପେକ୍ଷ ଅଧିକାର ଉପରେ ପ୍ରଭାବ ପକାଇବ ନାହିଁ । CAA କାହାର ମୌଳିକ ଅଧିକାରକୁ ଉଲ୍ଲଂଘନ କରେ ନାହିଁ ।












Click it and Unblock the Notifications