Get Updates
Get notified of breaking news, exclusive insights, and must-see stories!

ଆଦାନୀ-ହିଣ୍ଡେନବର୍ଗ ରିପୋର୍ଟ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ, SEBI କୁ ଦିଆଯାଇଥିଲା 2 ମାସ ସମୟ

adani

ନୂଆଦିଲ୍ଲୀ : ଆଦାନୀ-ହିଣ୍ଡେନବର୍ଗ ରିପୋର୍ଟ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ । ମାର୍ଚ୍ଚ 2 ରେ ସୁପ୍ରିମକୋର୍ଟ SEBI କୁ ଦୁଇ ମାସ ମଧ୍ୟରେ ଆଦାନୀ ଗ୍ରୁପ୍ ଦ୍ୱାରା ଷ୍ଟକ୍ ମୂଲ୍ୟର ମାନିପ୍ୟୁଲେସନ୍ ଅଭିଯୋଗର ଯାଞ୍ଚ କରିବାକୁ କହିଥିଲେ । ଏହାପୂର୍ବରୁ ଆଦାନୀ-ହିଣ୍ଡେନବର୍ଗ ବିବାଦରେ ସୁପ୍ରିମକୋର୍ଟ ଏକ ପ୍ରମୁଖ ନିଷ୍ପତ୍ତି ନେଇଥିଲେ ।

ନିୟାମକ ପ୍ରଣାଳୀର ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହା ସହିତ SEBI କୁ ଦୁଇ ମାସ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଦାନୀ ଗ୍ରୁପ୍ ମାମଲାରେ ନିୟାମକ ଢାଞ୍ଚା ର ସମୀକ୍ଷା କରିବା ପାଇଁ କୋର୍ଟ ବିଶେଷଜ୍ଞ ମାନଙ୍କର ଏକ ପ୍ୟାନେଲ୍ ଗଠନ କରିଥିଲେ ।

ଦୁଇ ମାସ ବିତିଯିବା ପରେ ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ମାମଲାର ଶୁଣାଣି କରିବେ । ମାର୍ଚ୍ଚ 2 ରେ ସୁପ୍ରିମକୋର୍ଟ ଆଦାନୀ ଗ୍ରୁପକୁ ଷ୍ଟକ୍ ମାନିପୁଲେସନ୍ ମାମଲାର ଯାଞ୍ଚ କରିବାକୁ କହିଥିଲେ । SEBI ଆଦାନୀ ଗ୍ରୁପର ଆର୍ଥିକ ନେଣଦେଣ ଏବଂ ସେୟାରକୁ ଅନୁମତି ଦେଇଥିବା ବଜାରର ନିୟାମକ ଢାଞ୍ଚାକୁ ସମୀକ୍ଷା କରିବ ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ପିଏସ ନରସିହ୍ମା ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ବେଞ୍ଚ ବିଶେଷଜ୍ଞ କମିଟିରେ ଅନେକ ଅଭିଜ୍ଞ ନାମ ଅନ୍ତର୍ଭୁକ୍ତ କରିଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏମ୍ ସାପ୍ରେଙ୍କ ଅଧ୍ୟକ୍ଷତାରେ ଏହି କମିଟି ସମୀକ୍ଷା କରିବ ।
ଆପଣଙ୍କୁ କହି ରଖୁଛୁ ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ସେୟାରରେ ଅନେକ ହ୍ରାସ ହୋଇଛି । ଆଦାନୀ ଗ୍ରୁପକୁ ବହୁ କ୍ଷତି ସହିବାକୁ ପଡିଛି । ଏହା ସହିତ ଗୌତମ ଆଦାନୀ ଧନୀ ତାଲିକାରେ ବହୁତ ତଳକୁ ଖସି ଆସିଛନ୍ତି । କ୍ଷୁଦ୍ର ବିକ୍ରେତା କମ୍ପାନୀର ଅଭିଯୋଗର ସତ୍ୟତା ଯାଞ୍ଚ ଏବଂ ସମୀକ୍ଷା ସଂପର୍କରେ ସୁପ୍ରିମକୋର୍ଟ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ଖୁବ ଶୀଘ୍ର ଯାଞ୍ଚ ଶେଷ କରିବାକୁ କୋର୍ଟ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆକୁ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+