ସୋନାଲି ଫୋଗାଟଙ୍କ ମୃତ୍ୟୁ ହୋଇଥିବା ରେସ୍ତୋରାଁ ଭାଙ୍ଗିବା ଉପରେ ରହିଦାଦେଶ ଜାରି କଲେ ସୁପ୍ରିମକୋର୍ଟ
ହରିୟାଣା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଥିବା ଗୋଆର କର୍ଲିଜ୍ ରେସ୍ତୋରାଁକୁ ଭାଙ୍ଗିବା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।
ପାନାଜୀ : ହରିୟାଣା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଥିବା ଗୋଆର କର୍ଲିଜ୍ ରେସ୍ତୋରାଁକୁ ଭାଙ୍ଗିବା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । କୌଣସି ବ୍ୟବସାୟିକ କାର୍ଯ୍ୟକଳାପ ନହେବା ସର୍ତ୍ତରେ ସୁପ୍ରିମକୋର୍ଟ କର୍ଲିସ୍ ରେସ୍ତୋରାଁ ଭାଙ୍ଗିବାକୁ ବାରଣ କରିଥିଲେ । ଗୋଆର ଏହି ପ୍ରସିଦ୍ଧ ରେସ୍ତୋରାଁ ଉତ୍ତର ଗୋଆର ଅଞ୍ଜୁନା ବେଳାଭୂମିରେ ଅବସ୍ଥିତ । ଏଠାରେ ପାର୍ଟି କରିବା ପରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ହୋଇଥିଲା ।

ସୁପ୍ରିମକୋର୍ଟ କହିଛନ୍ତି ଯେ ସର୍ବେକ୍ଷଣ ନମ୍ବର 42.10 ରେ ଥିବା ସଂରଚନା ସମ୍ବନଧରେ ଭାଙ୍ଗିବା ଉପରେ ରୋକ ଲଗାଯିବ, କିନ୍ତୁ ଆବେଦନକାରୀମାନେ ଏହି ସଂରଚନା ସମ୍ବନ୍ଧରେ କୌଣସି ବ୍ୟବସାୟିକ କାର୍ଯ୍ୟକଳାପ କରିବେ ନାହିଁ । ଏହାପୂର୍ବରୁ ଗୋଆ ସରକାର କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (CRZ) ନିୟମ ଉଲ୍ଲଂଘନ କରିଥିବା ବିବାଦୀୟ ରେସ୍ତୋରାଁକୁ ଭାଙ୍ଗିବା ଆରମ୍ଭ କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି । ଡିଏସପି ଜୀବା ଦଲବିକ୍ ଶୁକ୍ରବାର ସକାଳେ କହିଛନ୍ତି, "ଆମେ ପୋଲିସର ସୁରକ୍ଷା ଯୋଗାଉଛୁ । ନିର୍ଦ୍ଦେଶ ଅନୁଯାୟୀ ରେସ୍ତୋରାଁକୁ ଭଙ୍ଗା ଯିବ ।" କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି ।












Click it and Unblock the Notifications