ଡିୱାଇ ଚନ୍ଦ୍ରଚୁଡ଼ ମୁଖ୍ୟବିଚାରପତି ହେବା ପରେ 29 ଦିନରେ ହୋଇଛି 6844 ମାମଲାର ସମାଧାନ
ସୁପ୍ରିମକୋର୍ଟରେ 6,844 ମାମଲାର ସମାଧାନ କରାଯାଇଛି । ନଭେମ୍ବର 9 ରୁ ଡିସେମ୍ବର 16 ମଧ୍ୟରେ ଅର୍ଥାତ୍ 29 ଦିନରେ ମୋଟ 6,844 ମାମଲା ବିଚାର କରାଯାଇଛି ।
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଭାବେ ଡି ୱାଇ ଚନ୍ଦ୍ରଚୁଡ଼ ଦାୟିତ୍ୱ ନେବା ପରେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟରେ ବହୁତ ବୃଦ୍ଧି ଆସିଛି । 9 ନଭେମ୍ବରରେ ଦେଶର 50 ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଡି ୱାଇ ଚନ୍ଦ୍ରଚୁଡ଼ କ୍ରମାଗତ ଭାବରେ ମାମଲା ସମାଧାନ କରୁଛନ୍ତି । ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ 6,844 ମାମଲାର ସମାଧାନ କରାଯାଇଛି । ନଭେମ୍ବର 9 ରୁ ଡିସେମ୍ବର 16 ମଧ୍ୟରେ ଅର୍ଥାତ୍ 29 ଦିନରେ ମୋଟ 6,844 ମାମଲା ବିଚାର କରାଯାଇଛି ।

ସୋମବାର ସୁପ୍ରିମକୋର୍ଟ ପ୍ରଶାସନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 29 କାର୍ଯ୍ୟଦିବସ ମଧ୍ୟରେ ସମାଧାନ ହୋଇଥିବା ମୋଟ 6,844 ମାମଲା ମଧ୍ୟରୁ 2511 ଟି ଜାମିନ ଏବଂ ଟ୍ରାନ୍ସଫର ମାମଲା ଥିଲା । ଏହି ସବୁ ମାମଲାରେ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ପାରିବାରିକ ବିବାଦ ଉପରେ ଥିଲା । ଏହି ସମୟରେ 5,898 ନୂତନ ମାମଲା ଦାଖଲ କରାଯାଇଛି ।
ନଭେମ୍ବର 9 ରୁ ଡିସେମ୍ବର 16 ମଧ୍ୟରେ 10 ଦିନ ଏପରି ଥିଲା, ଯେତେବେଳେ ସୁପ୍ରିମକୋର୍ଟ 300 ରୁ ଅଧିକ ମାମଲାର ସମାଧାନ କରିଛନ୍ତି । ତଥ୍ୟ ଅନୁଯାୟୀ, ନୂତନ ବିଚାରପତିଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟ ହାରାହାରି 236 ଟି ମାମଲା ସ୍ଥିର କରିଛନ୍ତି । ସେଥିମଧ୍ୟରୁ 90 ଟି ମାମଲା ଜାମିନ ଏବଂ ଟ୍ରାନ୍ସଫର ଉପରେ ଆବେଦନ ଥିଲା ।
ଜାମିନ ଏବଂ ଟ୍ରାନ୍ସଫର ଆବେଦନକୁ ଶୀଘ୍ର ସମାଧାନ କରିବାକୁ ଗୁରୁତ୍ୱ ଦେଇ 17 ନଭେମ୍ବରରେ ମୁଖ୍ୟବିଚାରପତି ସୂଚିତ କରିଥିଲେ । ଏହି ସମୟରେ ସେ କହିଥିଲେ ନୂତନ ଶାସନରେ ବ୍ୟକ୍ତିଗତ ସ୍ୱାଧୀନତା ସହ ଜଡିତ ବିଷୟକୁ ପ୍ରାଧାନ୍ୟ ଦିଆଯିବ । ମୁଖ୍ୟ ବିଚାରପତି ଭାବରେ ତାଙ୍କର ଯୋଜନା ଦର୍ଶାଇ ସିଜେଆଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ କୋର୍ଟର ପ୍ରତ୍ୟେକ ବେଞ୍ଚ ସପ୍ତାହର ପ୍ରତ୍ୟେକ ଦିନ 10 ଟି ଜାମିନ ମାମଲା ଏବଂ 10 ଟି ଟ୍ରାନ୍ସଫର ଆବେଦନର ଶୁଣାଣି କରିବେ ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications