କିଷାନ ମହାପଞ୍ଚାୟତର ଶୁଣାଣି କଲେ ସୁପ୍ରିମକୋର୍ଟ, କହିଲେ - ‘ଆପଣ ପୁରା ସହରର ଗଳା ଦବାଇ ରଖିଛନ୍ତି'
ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି ବେଳେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ବର୍ଷିଛନ୍ତି । ଚାଷୀମାନେ ସମଗ୍ର ସହରର ଗଳା ଦବାଇ ରଖିଛନ୍ତି, ବର୍ତ୍ତମାନ ସହର ଭିତରକୁ ଆସିବାକୁ ଚାହୁଁଛନ୍ତି ବୋଲି କୋର୍ଟ କହିଛନ୍ତି ।
ନୂଆଦିଲ୍ଲୀ : ଗତ 10 ମାସ ଧରି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଶେଷ ହେବାର ନାମ ନେଉ ନଥିବା ବେଳେ ଦିଲ୍ଲୀ-ଏନସିଆରରେ ସଡକ ଉପରେ ବିରୋଧ ଯୋଗୁଁ ଟ୍ରାଫିକ ବ୍ୟାହତ ହେତୁ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି ବେଳେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ବର୍ଷିଛନ୍ତି । ଚାଷୀମାନେ ସମଗ୍ର ସହରର ଗଳା ଦବାଇ ରଖିଛନ୍ତି, ବର୍ତ୍ତମାନ ସହର ଭିତରକୁ ଆସିବାକୁ ଚାହୁଁଛନ୍ତି ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଅତୀତରେ ନୋଏଡାର ଜଣେ ଆବେଦନକାରୀଙ୍କ ପିଟିସନ ଉପରେ ଶୁଣାଣିବେଳେ କହିଥିଲେ ଯେ ବିରୋଧ ପାଇଁ ରାଜପଥ ଅବରୋଧ କରାଯାଇପାରିବ ନାହିଁ । ଏଥିପାଇଁ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି । ଏହି ସମୟରେ, କିଷାନ ମହାପଞ୍ଚାୟତ ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ଜାତୀୟ ରାଜପଥ ଅବରୋଧ କରି ବିରୋଧ ଜାରି ରଖିବାକୁ କୋର୍ଟଙ୍କ ନିକଟରେ ପହଞ୍ଚିଛି, ଯଦିଓ ଏଠାରେ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ଶୁଣିବା ଛଡା ଆଉ କିଛି ମିଳି ନାହିଁ ।
Supreme Court pulls up Kisan Mahapanchayat for approaching the court to continue the protests by blocking the National Highways in Delhi-NCR. Supreme Court says protesting farmers are obstructing traffic, blocking trains and national highways. pic.twitter.com/1m7vznYa2j
— ANI (@ANI) October 1, 2021
ରାଜପଥ ଅବରୋଧ କରି ଆନ୍ଦୋଳନ ପାଇଁ ଅନୁମତି ମାଗିବା ନେଇ ସୁପ୍ରିମକୋର୍ଟ କିଷାନ ମହାପଞ୍ଚାୟତକୁ ଭର୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ବିରୋଧ କରୁଥିବା ଚାଷୀମାନେ ଯାତାୟାତରେ ବାଧା ସୃଷ୍ଟି କରୁଛନ୍ତି, ଟ୍ରେନ୍ ଏବଂ ଜାତୀୟ ରାଜପଥକୁ ଅବରୋଧ କରୁଛନ୍ତି । ସୁପ୍ରିମକୋର୍ଟ କିଷାନ ମହାପଞ୍ଚାୟତକୁ ଜନ୍ତର ମନ୍ତର ଠାରେ ସତ୍ୟଗ୍ରାହ କରିବାକୁ ଅନୁମତି ମାଗିବା ନେଇ ସୋମବାର ସୁଦ୍ଧା ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ରାଜପଥ ଅବରୋଧ କରୁଥିବା କୃଷକମାନେ ଏହି ବିରୋଧର ଅଂଶ ନୁହଁନ୍ତି, ରାଜପଥରେ ବିରୋଧ କରୁଥିବା କୃଷକମାନେ ସମଗ୍ର ସହରର ଗଳା ଦବାଇ ରଖିଛନ୍ତି ଏବଂ ବର୍ତ୍ତମାନ ସହର ଭିତରକୁ ଆସିବାକୁ ଚାହୁଁଛନ୍ତି ।












Click it and Unblock the Notifications