Get Updates
Get notified of breaking news, exclusive insights, and must-see stories!

ବାୟୁ ପ୍ରଦୂଷଣ : କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ 24 ଘଣ୍ଟାର ଅଲ୍ଟିମେସନ୍ ଦେଲେ ସୁପ୍ରିମ କୋର୍ଟ

ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପଚାରିଥିଲେ, 'ଯେତେବେଳେ ସରକାର ବୟସ୍କଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଲାଗୁ କରୁଛନ୍ତି, ସେତେବେଳେ ପିଲାମାନେ କାହିଁକି ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି ?

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ନେଇ ସୁପ୍ରିମକୋର୍ଟ ଆଜି (ଗୁରୁବାର) ପୁଣି ଶୁଣାଣି କରିଛନ୍ତି । ଗତ ମାସ ଦୀପାବଳୀ ପରଠାରୁ ଦିଲ୍ଲୀର ବାୟୁ ଅତ୍ୟନ୍ତ ଖରାପ ବର୍ଗରେ ରହିଛି । ଏହି ସମୟରେ, ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଥିଲେ ଏବଂ ପ୍ରଦୂଷଣର ମୁକାବିଲା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢିବା ମଧ୍ୟରେ ଆଜି ସୁପ୍ରିମକୋର୍ଟ ପୁଣିଥରେ ସ୍କୁଲ ଖୋଲିବା ନେଇ ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି ।

supreme court of India

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପଚାରିଥିଲେ, 'ଯେତେବେଳେ ସରକାର ବୟସ୍କଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଲାଗୁ କରୁଛନ୍ତି, ସେତେବେଳେ ପିଲାମାନେ କାହିଁକି ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି ?' ସୁପ୍ରିମକୋର୍ଟ ଆହୁରି କହିଛନ୍ତି, 'ଆମେ ଅନୁଭବ କରୁଛୁ ଯେ ବାୟୁ ପ୍ରଦୂଷଣର ସ୍ତର ବୃଦ୍ଧି ସତ୍ତ୍ୱେ ଏହି ସମସ୍ୟାର ମୁକାବିଲା ପାଇଁ କିଛି କରାଯାଉନାହିଁ । ସିଏନଜି ବସ୍ ସମ୍ପର୍କରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ରାଜଧାନୀରେ ପ୍ରଦୂଷଣ ବୃଦ୍ଧି ପାଇବା ବିରୋଧରେ 17 ବର୍ଷ ବୟସ୍କ ଦିଲ୍ଲୀର ଛାତ୍ର ଆଦିତ୍ୟ ଦୁବେଙ୍କ ଆବେନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି ।

ସୁପ୍ରିମକୋର୍ଟ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନଙ୍କୁ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ଆପଣଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ପଡିବ । କୋର୍ଟ କେନ୍ଦ୍ରକୁ କହିଛନ୍ତି, 'ଆମେ ଆପଣଙ୍କର ଅମଲାତନ୍ତ୍ରରେ ସୃଜନଶୀଳତାକୁ ବାଧ୍ୟତାମୂଳକ କିମ୍ବା ଲଗାଇ ପାରିବୁ ନାହିଁ, ଆପଣଙ୍କୁ କିଛି ପଦକ୍ଷେପ ନେବାକୁ ପଡିବ' । କେନ୍ଦ୍ରର ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପ୍ରଦୂଷଣକୁ ନେଇ ଉଚ୍ଚ ପଦାଧିକାରୀମାନେ ସମାନ ଭାବରେ ଚିନ୍ତିତ ଏବଂ ବିଦ୍ୟୁତ୍ ସଂରଚନା ପୁନଃ ନିର୍ମାଣ ହେବା ଆବଶ୍ୟକ । ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହେବା ଏବଂ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଲିସିଟର ଜେନେରାଲ ସମୟ ମାଗିଛନ୍ତି ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି, "ଆମେ ଶିଳ୍ପ ଏବଂ ଯାନବାହାନର ପ୍ରଦୂଷଣକୁ ନେଇ ଗମ୍ଭୀର ଅଟୁ । ଆପଣ ଆମ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇ ପାରିବେ ନାହିଁ, ଆପଣଙ୍କୁ ପଦକ୍ଷେପ ନେବାକୁ ପଡିବ । ସ୍କୁଲ କାହିଁକି ଖୋଲା ଅଛି ?" ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏକ ଗମ୍ଭୀର ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ 24 ଘଣ୍ଟା ସମୟ ଦେଇଛନ୍ତି । ଯଦି ଏପରି ନ ହୁଏ, ତେବେ କୋର୍ଟ ନିର୍ଦ୍ଦେଶ ଦେବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏହା ସହିତ କୋର୍ଟ ଆସନ୍ତାକାଲି (ଶୁକ୍ରବାର ) ସକାଳ 10 ଟା ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+