Get Updates
Get notified of breaking news, exclusive insights, and must-see stories!

ସଂରକ୍ଷଣ ସୀମାକୁ 50 ପ୍ରତିଶତରୁ ଅଧିକ ବୃଦ୍ଧି କରିହେବ କି ? ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ମରାଠା ସଂରକ୍ଷଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସଂରକ୍ଷଣ ସୀମା 50 ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇପାରିବ କି ନାହିଁ ଏନେଇ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାଙ୍କ ମତାମତ ଲୋଡ଼ିଛନ୍ତି ।

ନୂଆଦିଲ୍ଲୀ : ମରାଠା ସଂରକ୍ଷଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସଂରକ୍ଷଣ ସୀମା 50 ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇପାରିବ କି ନାହିଁ ଏନେଇ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାଙ୍କ ମତାମତ ଲୋଡ଼ିଛନ୍ତି । କୋର୍ଟ ସମସ୍ତ ରାଜ୍ୟକୁ ଏ ସମ୍ପର୍କରେ ନିଜର ମତାମତ ଦେବାକୁ କହିଛନ୍ତି । ଏହି ମାମଲାର ଶୁଣାଣି ପାଇଁ କୋର୍ଟ ମାର୍ଚ୍ଚ 15 ତାରିଖକୁ ଧାର୍ଯ୍ୟ କରିଛନ୍ତି ।

Supreme-Court-India

ମରାଠା ସଂରକ୍ଷଣ ନେଇ ସୁପ୍ରିମକୋର୍ଟର 5 ଜଣ ବିଚାରପତିଙ୍କ ଏକ ବେଞ୍ଚ ଶୁଣାଣି କରୁଛି । ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ ଏହି ମାମଲା ସମସ୍ତ ରାଜ୍ୟ ଉପରେ ପ୍ରଭାବ ପକାଇବ । ଏଭଳି ପରିସ୍ଥିତିରେ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବା ଆବଶ୍ୟକ । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିବାକୁ 2018ରେ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରୁଛି । ଏହି ବେଞ୍ଚରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର, ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ ରହିଛନ୍ତି । ମରାଠା ସଂରକ୍ଷଣକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ ।

ଶୁଣାଣି ସମୟରେ ବରିଷ୍ଠ ଓକିଲ ଗୋପାଳ ସଙ୍କନାରାୟଣ କହିଛନ୍ତି ଯେ,େ ଏହି ମାମଲାରେ ଧାରା 342A ର ବ୍ୟାଖ୍ୟା ସାମିଲ ରହିଛି । ଯାହା ସମସ୍ତ ରାଜ୍ୟ ଉପରେ ପ୍ରଭାବ ପକାଇବ । ତେଣୁ ସମସ୍ତ ରାଜ୍ୟ ଏହି ପ୍ରସଙ୍ଗରେ ଶୁଣିବା ଉଚିତ୍ । ସମସ୍ତ ରାଜ୍ୟର ଶୁଣାଣି ନକରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଏଥି ସହ ମହାରାଷ୍ଟ୍ର ସରକାରଙ୍କ ଓକିଲ ମୁକୁଲ ରୋହତଗି କହିଛନ୍ତି ଯେ ଶୁଣାଣି ବିଳମ୍ବ ହେବା ଆମ ଉପରେ ପ୍ରଭାବ ପକାଇବ ।

ମହାରାଷ୍ଟ୍ର ସରକାର 2018 ରେ ମରାଠାମାନଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ 16 ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟରେ ଇନ୍ଦିରା ସାୱନି ମାମଲାକୁ ଦର୍ଶାଇ ତିନିଜଣ ବିଚାରପତିଙ୍କ ବେଞ୍ଚ ଏହାକୁ ସ୍ଥଗିତ ରଖିଥିଲା ​​ଏବଂ ଏହି ମାମଲାକୁ ଏକ ବଡ଼ ବେଞ୍ଚକୁ ଦେବାକୁ କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+