ଇଭିଏମ୍ ରୁ ଦଳର ଚିହ୍ନ ହଟାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଇଭିଏମ୍‌ରେ ରାଜନୈତିକ ଦଳର ନିର୍ବାଚନ ପ୍ରତୀକ ହଟାଇବାକୁ ଏବଂ ପ୍ରାର୍ଥୀଙ୍କ ଫଟୋ ରଖିବାକୁ ଚାହୁଁଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।

ନୂଆଦିଲ୍ଲୀ : ଇଭିଏମ୍‌ରେ ରାଜନୈତିକ ଦଳର ନିର୍ବାଚନ ପ୍ରତୀକ ହଟାଇବାକୁ ଏବଂ ପ୍ରାର୍ଥୀଙ୍କ ଫଟୋ ରଖିବାକୁ ଚାହୁଁଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ବାଲାଟ ପେପର ଏବଂ ଇଭିଏମରୁ ଦଳର ପ୍ରତୀକ ହଟାଇବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ଅବେଦନରେ ଦାବି କରାଯାଇଥିଲା । ପ୍ରତୀକ ବଦଳରେ ଇଭିଏମରେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷା ଏବଂ ଫଟୋ ରଖିବା ନେଇ ଦାବି କରାଯାଇଥିଲା ।

ଏହି ମାମଲାରେ ଭାରତର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି କରି କହିଛନ୍ତି ଯେ ଯେତେବେଳେ ଜଣେ ରାଜନୈତିକ ଦଳର ପ୍ରାର୍ଥୀ ହୁଅନ୍ତି, ସେତେବେଳେ ଦଳର ନିର୍ବାଚନ ପ୍ରତୀକ ହେଉଛି ତାଙ୍କର ପରିଚୟ । ଯଦି ଦଳର ପ୍ରତୀକ ଇଭିଏମ୍ ଉପରେ ରଖାଯିବ ନାହିଁ, ତେବେ ସେ କିପରି ତାଙ୍କ ରାଜନୈତିକ ଦଳକୁ ପ୍ରତିନିଧିତ୍ୱ କରିବେ ? ଆପଣଙ୍କ ଯୁକ୍ତି ନିର୍ବାଚନ ଆୟୋଗ ନିକଟେରେ ରଖନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

supreme court

ଏହା ଉପରେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ବିକାଶ ସିଂହ ଯୁକ୍ତି ବାଢିଛନ୍ତି ଯେ ଭୋଟ୍ ଦେବାବେଳେ ଯଦି ଭୋଟର ଜଣେ ପ୍ରାର୍ଥୀ ଦେଖନ୍ତି, ତେବେ ସିଷ୍ଟମରେ ଭଲ ଲୋକ ରହିବେ । ଭଲ ଲୋକଙ୍କୁ ଟିକେଟ୍ ଦେବାକୁ ଦଳ ବାଧ୍ୟ ହେବ । ବ୍ରାଜିଲରେ ଏହି ପ୍ରକ୍ରିୟା ଚାଲିଛି । ଯେଉଁଠାରେ କୌଣସି ଦଲର ଚିହ୍ନ ନାହିଁ । ଯାହାଫଳରେ ଭୋଟରମାନେ ଯାଇ ପ୍ରାର୍ଥୀଙ୍କ ଆଧାରରେ ଭୋଟ୍ ଦେବେ ଏବଂ ଦଳ ନାମରେ ଭୋଟ୍ ଦେବେ ନାହିଁ ।

ବରିଷ୍ଠ ଓକିଲ ଗୋପାଳ ସଙ୍କନାରାୟଣନ କହିଛନ୍ତି ଯେ ଆମେ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରୁଛୁ । ଏହା ଉପରେ ପ୍ରଧାନ ବିଚାରପତି ପଚାରିଥିଲେ ଯେ ଆପଣ କେଉଁ ଆଧାରରେ ଏହା କରୁଛନ୍ତି ? ଆଡଭୋକେଟ୍ ବିକାଶ ସିଂହ କହିଛନ୍ତି ଯେ ଆମେ ଧାରା 14 ଏବଂ 21 ଆଧାରରେ ଏହା କରୁଛୁ ।

ସେ କୋର୍ଟଙ୍କୁ କହିଛନ୍ତି ଯେ ଇଭିଏମ୍ ଉପରେ ଦଳର ଚିହ୍ନ ଭୋଟରଙ୍କ ପସନ୍ଦ ଉପରେ ପ୍ରଭାବ ପକାଇଥାଏ ଏବଂ ନିର୍ବାଚନ ପ୍ରାର୍ଥୀଙ୍କ ବିଶ୍ୱସନୀୟତାକୁ ଆଧାର କରି ସେମାନଙ୍କୁ ଭୋଟ୍ ଦେବାର ସୁଯୋଗ ଦେଇଥାଏ । ଏହା ସହିତ ସେ କହିଛନ୍ତି ଯେ ରାଜନୈତିକ ନେତାଙ୍କ ମଧ୍ୟରେ ଅପରାଧ ବୃଦ୍ଧି ପାଇଛି ।
ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଯଦି ଆବେଦନକାରୀଙ୍କ ପ୍ରତିନିଧିତ୍ୱକୁ ଭାରତର ନିର୍ବାଚନ ଆୟୋଗ ବିଚାର କରନ୍ତି ତେବେ ଏହା ନ୍ୟାୟର ସମାପ୍ତ ହେବ । ସୁପ୍ରିମକୋର୍ଟରେ ଏହି ଆବେଦନ ବିଜେପି ନେତା ତଥା ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିଲା । ଯେଉଁଥିରେ ସେ ଇଭିଏମ୍ ରୁ ଦଳର ଚିହ୍ନ ହଟାଇବାକୁ ଦାବି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+