ବାଣ ପ୍ରତିବନ୍ଧକ ହଟାଇଲେନି ସୁପ୍ରିମ କୋର୍ଟ, କହିଲେ - ଲୋକଙ୍କୁ ନିଶ୍ୱାସ ନେବାକୁ ଦିଅନ୍ତୁ
ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଲେନି ସୁପ୍ରିମ କୋର୍ଟ । ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ସଂସ୍କୃତି ବିରୋଧୀ ଏବଂ ହଟାଯିବା ଉଚିତ୍ ବୋଲି ବିଜେପି ନେତା ମନୋଜ ତିୱାରୀଙ୍କ ଆବେଦନରେ କୁହାଯାଇଥିଲା ।
ନୂଆଦିଲ୍ଲୀ : ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଲେନି ସୁପ୍ରିମ କୋର୍ଟ । ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ସଂସ୍କୃତି ବିରୋଧୀ ଏବଂ ହଟାଯିବା ଉଚିତ୍ ବୋଲି ବିଜେପି ନେତା ମନୋଜ ତିୱାରୀଙ୍କ ଆବେଦନରେ କୁହାଯାଇଥିଲା । ଏହି ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କରିବା ସହ ଟଙ୍କା ମିଠା କିଣିବାରେ ଖର୍ଚ୍ଚ କରି ଲୋକଙ୍କୁ ନିଶ୍ୱାସ ନେବାକୁ ଦିଅନ୍ତୁ ବୋଲି କହିଛନ୍ତି । ଆଗରୁ ଦିପାବଳୀ ଥିବାରୁ ମନୋଜ ତିୱାରୀଙ୍କ ଓକିଲ ଶଶାଙ୍କ ଶେଖର ଝା ଏବଦନର ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ ।

କିନ୍ତୁ ସୁପ୍ରିମ କୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଏହା ପୂର୍ବରୁ 10 ଅକ୍ଟୋବର ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ, ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ନାହିଁ ।
ଏହି ପିଟିସନ ଉପରେ ଶୁଣାଣି କରି ଏମ ଆର ଶାହାଙ୍କ ଖଣ୍ଡପୀଠ କହିଥିଲେ ଯେ, ଦିଲ୍ଲୀ ଏନସିଆରରେ ବାଣ ଉପରେ ପ୍ରତିବନ୍ଧକକୁ ନେଇ ଆମର ନିଷ୍ପତ୍ତି ସ୍ପଷ୍ଟ । ଆପଣ କ'ଣ ପ୍ରଦୂଷଣର ଅବସ୍ଥା ଜାଣି ନାହାଁନ୍ତି ? ବାଣ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଆପଣ ଯଦି ନିଜେ ଏନସିଆରରେ ରୁହନ୍ତି, ତେବେ ଆପଣ ପୂର୍ବରୁ ପ୍ରଦୂଷିତ ହୋଇସାରିଥିବା ସହରର ପ୍ରଦୂଷଣକୁ ଆହୁରି ଅଧିକ ବୃଦ୍ଧି କରିବାକୁ କାହିଁକି ଚାହୁଁଛନ୍ତି ? ଆମେ ଏହି ପ୍ରତିବନ୍ଧକକୁ ହଟାଇ ପାରିବୁ ନାହିଁ ।
ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ମନୋଜ ତିୱାରୀ ତାଙ୍କ ଆବେଦନରେ ଚ୍ୟାଲେଞ୍ଜ କରିଥିଲେ । ଏହି ନିଷ୍ପତ୍ତିକୁ ସଂସ୍କୃତି ବିରୋଧୀ କହି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ପିଟିସନରେ ଦାବି କରାଯାଇଥିଲା ।












Click it and Unblock the Notifications