Get Updates
Get notified of breaking news, exclusive insights, and must-see stories!

ପରମବୀର ସିଂଙ୍କୁ ସୁପ୍ରିମକୋର୍ଟରୁ ଝଟକା, ତଦନ୍ତ ସ୍ଥାନାନ୍ତର ପାଇଁ ଆବେଦନ ଖାରଜ

ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂଙ୍କ ବିରୋଧରେ ଚାଲିଥିବା ସମସ୍ତ ଅନୁସନ୍ଧାନକୁ ମହାରାଷ୍ଟ୍ର ବାହାରେ ଏକ ସ୍ୱାଧୀନ ଏଜେନ୍ସିକୁ ସ୍ଥାନାନ୍ତର କରିବା ନେଇ ସିଂଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି ।

ନୂଆଦିଲ୍ଲୀ : ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂଙ୍କ ବିରୋଧରେ ଚାଲିଥିବା ସମସ୍ତ ଅନୁସନ୍ଧାନକୁ ମହାରାଷ୍ଟ୍ର ବାହାରେ ଏକ ସ୍ୱାଧୀନ ଏଜେନ୍ସିକୁ ସ୍ଥାନାନ୍ତର କରିବା ନେଇ ସିଂଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି । ତାଙ୍କ ଆବେଦନ ଶୁଣିବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ପୋଲିସ ବିଭାଗରେ ଆପଣ ଏତେ ଦିନ ରହିଆସିଛନ୍ତି, ତା ଉପରେ କିପରି ବିଶ୍ୱାସ କରିପାରୁନାହାଁନ୍ତି ।

parambir-Sc

ପରମବୀର ସିଂଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି କହିଛନ୍ତି ଯେ, 'ଆପଣ 30 ବର୍ଷ ଧରି ପୋଲିସ ବିଭାଗରେ ଅଛନ୍ତି । ଆପଣ କିପରି କହିପାରିବ ଯେ ଅନୁସନ୍ଧାନ ରାଜ୍ୟ ବାହାର ଏଜେନ୍ସି ଦ୍ୱାରା କରାଯାଉ । ଆପଣ ନିଜ ଫୋର୍ସ ଉପରେ ସନ୍ଦେହ କରିପାରିବେ ନାହିଁ । ଆପଣ ମହାରାଷ୍ଟ୍ର କ୍ୟାଡରର ଏକ ଅଂଶ ଏବଂ ବର୍ତ୍ତମାନ ଆପଣଙ୍କ ରାଜ୍ୟର କାର୍ଯ୍ୟକଳାପ ଉପରେ ଆପଣଙ୍କର ଆତ୍ମବିଶ୍ୱାସ ନାହିଁ ? ଏହା ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ । ଆମେ ଆପଣଙ୍କ ଅନୁରୋଧରେ କୌଣସି ଆଦେଶ ରଖୁ ନାହୁଁ ।'

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମହାରାଷ୍ଟ୍ର ବାହାରେ ଥିବା ଏକ ସ୍ୱାଧୀନ ଏଜେନ୍ସିକୁ ତାଙ୍କ ବିରୋଧରେ ସମସ୍ତ ମାମଲାକୁ ହସ୍ତାନ୍ତର କରିବାକୁ କହିଥିଲେ । ଏହି ଆବେଦନପତ୍ରରେ କୁହାଯାଇଛି ଯେ ରାଜ୍ୟ ସରକାର ଏବଂ ଅଧିକାରୀମାନେ ତାଙ୍କ ଉପରେ ଅନେକ ମାମଲା ଦାୟର କରିଛନ୍ତି । ଏହାର ତଦନ୍ତ ମହାରାଷ୍ଟ୍ର ବାହାରେ ଏକ ସ୍ୱାଧୀନ ଅନୁସନ୍ଧାନକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଉ । ଆଜି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଭି ରାମାସୁବ୍ରମଣ୍ୟମଙ୍କ ବେଞ୍ଚ ଶୁଣାଣି କରିଛନ୍ତି । ଯେଉଁଥିରେ ପରମବାର ସିଂଙ୍କ ଆବେଦନ ଖାରଜ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+