Get Updates
Get notified of breaking news, exclusive insights, and must-see stories!

ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ଯିବାନେଇ ଆଶାରାମଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଆଶାରାମ ତାଙ୍କ ଆବେଦନରେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ତାଙ୍କୁ 80 ବର୍ଷ ବୟସ ଏବଂ ସେ ଅନେକ ରୋଗରେ ପୀଡିତ । ଜେଲରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବାରୁ ତାଙ୍କୁ ଦଣ୍ଡକୁ ଅସ୍ଥାୟୀ ଭାବରେ ସ୍ଥଗିତ କରି ଦୁଇମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଉ

ନୂଆଦିଲ୍ଲୀ : ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମ-ଘୋଷିତ ବାବା ଅଶାରାମଙ୍କ ଚିକିତ୍ସା ପାଇଁ ଉତ୍ତରାଖଣ୍ଡ ଯିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆଶାରାମଙ୍କୁ ଜେଲରେ ଆବଶ୍ୟକ ଚିକିତ୍ସା ଦିଆଯାଉ । ତାଙ୍କୁ ଜେଲ ବାହାରେ ଯାଇ ଚିକିତ୍ସା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଆୟୁର୍ବେଦିକ ଚିକିତ୍ସା ପାଇଁ ଆଶାରାମ ସୁପ୍ରିମକୋର୍ଟଙ୍କଠାରୁ ଦୁଇମାସ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ।

asaram

ଆଶାରାମ ତାଙ୍କ ଆବେଦନରେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ତାଙ୍କୁ 80 ବର୍ଷ ବୟସ ଏବଂ ସେ ଅନେକ ରୋଗରେ ପୀଡିତ । ଜେଲରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବାରୁ ତାଙ୍କୁ ଦଣ୍ଡକୁ ଅସ୍ଥାୟୀ ଭାବରେ ସ୍ଥଗିତ କରି ଦୁଇମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯିବା ଉଚିତ । ଯାହାଫଳରେ ସେ ଉତ୍ତରାଖଣ୍ଡର ଏକ ଆୟୁର୍ବେଦ କେନ୍ଦ୍ରରେ ରହି ତାଙ୍କର ଚିକିତ୍ସା ପାଇପାରିବେ । ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ନିଜ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବର୍ତ୍ତମାନ ରାଜସ୍ଥାନର ଯୋଧପୁର ଜେଲରେ ଅଛନ୍ତି । ଆଶାରାମଙ୍କ ତରଫରୁ ବୟସ ଏବଂ ସ୍ୱାସ୍ଥ୍ୟକୁ ଦର୍ଶାଇ ଜାମିନ ଦାବି କରାଯାଉଛି । ଚଳିତ ବର୍ଷ ଜୁନ୍ ମାସରେ ଆଶାରାମ ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ତାଙ୍କ ଆବେଦନରେ ସେ କହିଥିଲେ ଯେ ସେ ଅସୁସ୍ଥ ଅଛନ୍ତି ଏବଂ ଏଲୋପାଥିକ ଔଷଧ ଭରଷାରେ ରଖାଯିବା ଉଚିତ ନୁହେଁ । ଚିକିତ୍ସା ପାଇଁ ଆୟୁର୍ବେଦିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ଉଚିତ । ଯାହା କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+