Get Updates
Get notified of breaking news, exclusive insights, and must-see stories!

ଯୋଶୀମଠ ମାମଲାରେ ତୁରନ୍ତ ଶୁଣାଣି ପାଇଁ ରାଜି ହେଲେନି ସୁପ୍ରିମକୋର୍ଟ

ଯୋଶୀମଠରେ ଭଙ୍ଗାଯାଉଥିବା କୋଠା ମଧ୍ୟରେ ଦୁଇଟି ହୋଟେଲ ଅଛି । ହୋଟେଲ ମଲାରୀ ଇନ ଏବଂ ମାଉଣ୍ଟ ଭ୍ୟୁ କୁ ଅସୁରକ୍ଷିତ ଘୋଷଣା କରାଯାଇ ଏହାକୁ ଭଙ୍ଗା ଯାଉଛି ।

ନୂଆଦିଲ୍ଲୀ: ଯୋଶୀମଠରେ ଭୂମି ଦବିବା ଘଟଣା ପରେ ଏହାର କୋଠାକୁ ଭାଙ୍ଗିବା କାମ ଆଜିଠାରୁ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ଏହା କରାଯିବ । ଏହି ସମୟରେ ଏହାକୁ ନେଇ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।

ଯୋଶମଠ ମାମଲାର ଶୁଣାଣି ପାଇଁ ଜାନୁଆରୀ 16 କୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ମାମଲାର ଶୀଘ୍ର ଶୁଣାଣି ହୋଇପାରିବ ନାହିଁ, କାରଣ ଏହି ମାମଲାଗୁଡ଼ିକରେ ଗଣତାନ୍ତ୍ରିକ ଅନୁଷ୍ଠାନ ଅଛି, ଯାହା ଏହା ଉପରେ କାର୍ଯ୍ୟ କରୁଛି ।

Joshimath

ଯୋଶୀମଠରେ ଭଙ୍ଗାଯାଉଥିବା କୋଠା ମଧ୍ୟରେ ଦୁଇଟି ହୋଟେଲ ଅଛି । ହୋଟେଲ ମଲାରୀ ଇନ ଏବଂ ମାଉଣ୍ଟ ଭ୍ୟୁ କୁ ଅସୁରକ୍ଷିତ ଘୋଷଣା କରାଯାଇ ଏହାକୁ ଭଙ୍ଗା ଯାଉଛି । ଏହା ସହିତ ଯୋଶୀମଠରେ ଏପର୍ଯ୍ୟନ୍ତ 678 ଟି ଘର ଚିହ୍ନଟ ହୋଇଛି ଯେଉଁଥିରେ ଫାଟ ଦେଖିବାକୁ ମିଳିଛି । ଏହା ପରେ 81 ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ରହିବା ପାଇଁ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରୁଛନ୍ତି ।

ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଡକ୍ଟର ଏସ୍ ଏସ୍ ସନ୍ଧୁଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକ ପରେ ସରକାର କହିଛନ୍ତି ଯେ ଯୋଶୀମଠରେ ପ୍ରଭାବିତ ଲୋକଙ୍କୁ ବିପର୍ଯ୍ୟୟ ଅଧିନିୟମ ଧାରା -33 ଏବଂ 34 ଅନୁଯାୟୀ ପୁନଃ ଥଇଥାନ କରାଯିବ । ହୋଟେଲ୍ ମଲାରୀ ଇନ ଏବଂ ମାଉଣ୍ଟ ଭ୍ୟୁ କୁ ଭଙ୍ଗା ଯିବ । ସହରାଞ୍ଚଳ ବିକାଶ ପ୍ରାଧିକରଣ ଏ ବାବଦରେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି ଏବଂ ଏହା ଅନୁଯାୟୀ କାମ କରାଯିବ କହି ଧାମି ସରକାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ସଙ୍କଟ ସମୟରେ ସରକାର ତାଙ୍କ ସହିତ ରହିବେ ଏବଂ ତାଙ୍କ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+