ପରମବୀର ସିଂହ ଆବେଦନର ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଯିବାକୁ ଦେଲେ ନିର୍ଦ୍ଦେଶ

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି । ଏହା ପରେ ପରମବୀର ସିଂହ ସୁପ୍ରିମକୋର୍ଟଙ୍କ ଆବେଦନ ପ୍ରତ୍ୟାହାର କରିଛନ୍ତି ।

ନୂଆଦିଲ୍ଲୀ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି । ଏହା ପରେ ପରମବୀର ସିଂହ ସୁପ୍ରିମକୋର୍ଟଙ୍କ ଆବେଦନ ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିବେ । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ପାରମବାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Supreme-Court-India

ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଆର ସୁଭାଷ ରେଡ୍ଡୀଙ୍କ ଏକ ଖଣ୍ଡପୀଠ ବୁଧବାର ଦିନ ପରମବାର ସିଂହଙ୍କ ପିଟିସନ ଉପରେ କହିଛନ୍ତି, ଏହି ମାମଲା ଅତ୍ୟନ୍ତ ଗମ୍ଭୀର । ଉଭୟ ପକ୍ଷରୁ ଅନେକ ତଥ୍ୟ ଆସୁଛି । ଆମେ ଚାହୁଁଛୁ ଆପଣ ହାଇକୋର୍ଟରେ ଏହି ପିଟିସନ ଦାଖଲ କରନ୍ତୁ । ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ ଆସନ୍ତାକାଲି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେଉ ବୋଲି ଆମେ ଚାହୁଁ ।

ପରମବୀର ସିଂହ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ, ମୁମ୍ବାଇରୁ ପ୍ରତି ମାସରେ 100 କୋଟି ଟଙ୍କା ଚାନ୍ଦା ଆଦାୟ କରିବା ନେଇ ସେ କିଛି ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ ଦେଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଏହି ମାମଲାର ତଦନ୍ତ ସିବିଆଇର କରିବାକୁ ଦାବି କରିଛନ୍ତି । ଏଥିସହ ସେ ମହାରାଷ୍ଟ୍ର ସରକାରଙ୍କ ମୁମ୍ବାଇ ପୋଲିସ କମିଶନର ପଦରୁ ହୋମଗାର୍ଡ ବିଭାଗକୁ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

କଣ ରହିଛି ଘଟଣା

ମହାରାଷ୍ଟ୍ର ସରକାର ନିକଟରେ ପରମବୀର ସିଂହଙ୍କୁ ମୁମ୍ବାଇ ପୋଲିସ କମିଶନର ପଦବୀରୁ ହଟାଇ ହୋମଗାର୍ଡ ବିଭାଗର ଡିଜି ପଦରେ ସ୍ଥାନିତ କରିଛନ୍ତି । ଏହା ପରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଗୃହମନ୍ତ୍ରୀ ଅନିଲ ଦେଶମୁଖ ବଡ଼ ଧରଣର ଦୁର୍ନୀତି କରୁଛନ୍ତି । ସେ ମଧ୍ୟ ସଚିନ ବାଜେଙ୍କୁ ମୁମ୍ବାଇରୁ ପ୍ରତି ମାସରେ 100 କୋଟି ଟଙ୍କା ଚାନ୍ଦା ଆଦାୟ କରିବାର ଲକ୍ଷ୍ୟ ଦେଇଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+