Get Updates
Get notified of breaking news, exclusive insights, and must-see stories!

କଲିଜିୟମ୍ ଉପରେ କେନ୍ଦ୍ରର ଆପତ୍ତିକୁ ଅଣଦେଖା କରି 5 ଜଣ ବିଚାରପତିଙ୍କ ନିଯୁକ୍ତିକୁ ପୁନଃ ସୁପାରିଶ କଲେ ସୁପ୍ରିମ କୋର୍ଟ

ସୁପ୍ରିମକୋର୍ଟ କଲେଜିୟମ ପୁଣି ଥରେ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି । ଚାରିଜଣ ହାଇକୋର୍ଟର ବିଚାରପତିଙ୍କ ସହ ଅନ୍ୟ 20 ଟି ନାମ ମଧ୍ୟ ସୁପାରିଶ କରାଯାଇଛି ।

supreme court

ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ କଲିଜିୟମ୍ ପଠାଇଥିବା ପାଞ୍ଚଟି ନାମର ପ୍ରସ୍ତାବ ଉପରେ କେନ୍ଦ୍ରର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମ କୋର୍ଟ । ଏହା ସହିତ ସୁପ୍ରିମକୋର୍ଟ କଲେଜିୟମ ପୁଣି ଥରେ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି । ଚାରିଜଣ ହାଇକୋର୍ଟର ବିଚାରପତିଙ୍କ ସହ ଅନ୍ୟ 20 ଟି ନାମ ମଧ୍ୟ ସୁପାରିଶ କରାଯାଇଛି ।

ଦିଲ୍ଲୀ ହାଇକୋର୍ଟରେ ଆଡଭୋକେଟ୍ ସୌରଭ କୃପାଲ, ମାଡ୍ରାସ ହାଇକୋର୍ଟ ପାଇଁ ଆଡଭୋକେଟ୍ ଅର୍ଜନ୍ ସତ୍ୟନ୍, କଲିକତା ହାଇକୋର୍ଟ ପାଇଁ ଦୁଇ ଆଡଭୋକେଟ୍ ଅମିତେଶ ବାନାର୍ଜୀ ଏବଂ ସାକ୍ୟ ସେନ୍ ଏବଂ ବମ୍ବେ ହାଇକୋର୍ଟ ପାଇଁ ଆଡଭୋକେଟ୍ ସୋମଶେଖର ସୁନ୍ଦରେସନଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି । ଏହି ସବୁ ନାମ ଉପରେ କେନ୍ଦ୍ର ଆପତ୍ତି ଉଠାଇ ପୁନର୍ବିଚାର ରିବାକୁ ଅନୁରୋଧ କରିଥିଲା ।

କେନ୍ଦ୍ର କଲିଜିୟମ୍ ର ଚାରି ଏବଂ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ନାମ ଉପରେ ଆପତ୍ତି ଉଠାଇଥିଲା । ଏଥିପାଇଁ ଏହି ବିଚାରପତିମାନଙ୍କ ସୋଶାଲ ମିଡିଆରେ ସରକାରୀ ନୀତିର ସମାଲୋଚନାକୁ ଦର୍ଶାଇଥିଲା କେନ୍ଦ୍ର । ଏହା ଉପରେ କଲିଜିୟମ କହିଛି ଯେ ସରକାରୀ ନୀତିକୁ ସମାଲୋଚନା କରିବା ଜଣେ ବ୍ୟକ୍ତିଙ୍କୁ ବିଚାରପତି ଭାବରେ ନିଯୁକ୍ତ ହେବା ନେଇ ଅଯୋଗ୍ୟତା ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+