ଟିକା ମୂଲ୍ୟ ନେଇ କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଟିକା ପାଇଁ ଗରିବ ଲୋକ ଟଙ୍କା କେଉଁଠାରୁ ଆଣିବେ ?

ଭିନ୍ନ ଭିନ୍ନ ଦାମ୍ ନେଇ ସ୍ପଷ୍ଟୀକରଣ ମାଗିବା ସହ ଟିକା ବିତରଣର ମେକାନିଜମ୍ ନେଇ ପ୍ରଶ୍ନ କରିଛନ୍ତି । ଟିକା ନେଇ ଗରିବ ଲୋକ ଟଙ୍କା କେଉଁଠୁ ଆଣିବେ ବୋଲି ମଧ୍ୟ କେନ୍ଦ୍ରକୁ ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି ।

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ସ୍ଥିତି ଦିନକୁ ଦିନ ବିଗିଡିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ସମୟରେ ଦେଶରେ ଗୋଟିଏ ପଟେ କରୋନା ଟୀକାକରଣ ଚାଲିଥିବା ବେଳେ ଟିକା ମୂଲ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ । କେନ୍ଦ୍ର ଓ କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ଟିକା ମୂଲ୍ୟକୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଭିନ୍ନ ଭିନ୍ନ ଦାମ୍ ନେଇ ସ୍ପଷ୍ଟୀକରଣ ମାଗିବା ସହ ଟିକା ବିତରଣର ମେକାନିଜମ୍ ନେଇ ପ୍ରଶ୍ନ କରିଛନ୍ତି । ଟିକା ନେଇ ଗରିବ ଲୋକ ଟଙ୍କା କେଉଁଠୁ ଆଣିବେ ବୋଲି ମଧ୍ୟ କେନ୍ଦ୍ରକୁ ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି ।

Supreme-Court-India

କରୋନା ଭଳି ମହାମାରୀ ସମୟରେ କେତେକ ରାଜ୍ୟରେ ଅମ୍ଳଜାନ ଅଭାବ ନେଇ ଅଭିଯୋଗ ଆସୁଥିବା ବେଳେ କେନ୍ଦ୍ର କହୁଛି ଅମ୍ଲଜାନ ଅଛି । ଯେଉଁଠି ନାହିଁ ସେଠିକି ଯୋଗାଇ ଦେଉଛୁ । ଟିକାକରଣ ପାଇଁ ଜୋରଦାର କାମ ଚାଲିଛି । କିନ୍ତୁ ଆଜିର ପ୍ରଶ୍ନ ପରେ ଲାଗୁଛି କେନ୍ଦ୍ର ସରକାର କଥାକୁ ବିଶ୍ୱାସ କରୁ ନାହାନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କେନ୍ଦ୍ରକୁ ଏନଇ କେତେକ ପ୍ରଶ୍ନ କରିଛନ୍ତି ।

ପ୍ରଶ୍ନ 1 - ସରକାର କହିବା ଉଚିତ ଯେ ଡାକ୍ତରଖାନାରେ ରୋଗୀ ନିଯୁକ୍ତି ପ୍ରକ୍ରିୟା କ'ଣ ?
ପ୍ରଶ୍ନ 2 - କେତେବେଳେ, କେଉଁଠାରେ ଏବଂ କିପରି ଅସ୍ଥାୟୀ କୋଭିଡ୍ କେନ୍ଦ୍ରଗୁଡ଼ିକ ତିଆରି କରାଯାଉଛି ?
ପ୍ରଶ୍ନ 3 - ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଟୀକାର ମୂଲ୍ୟ ଭିନ୍ନ କାହିଁକି ?
ପ୍ରଶ୍ନ 4 - ଶବଦାହରେ ନିୟୋଜିତ ଶ୍ରମିକଙ୍କ ଟୀକାକରଣ ହୋଇଛି କି ନାହିଁ କିମ୍ବା ହେବାକୁ ଯାଉଛି ?
ପ୍ରଶ୍ନ 5 - କରୋନା ଟିକା କିପରି ଏବଂ କେଉଁ ରାଜ୍ୟକୁ ପଠାଯାଉଛି ?
ପ୍ରଶ୍ନ 6 - ଟିକା ବଣ୍ଟନ ଠିକ ଭାବେ ହେଉଛି କି, ଯଦି ହଁ, ତେବେ ରାଜ୍ୟମାନଙ୍କରୁ ଅଭିଯୋଗ କାହିଁକି ଆସୁଛି ?
ପ୍ରଶ୍ନ 7 - ଉପଲବ୍ଧ ଶଯ୍ୟାରେ କେତୋଟି ଆଇସିୟୁ ଶଯ୍ୟା ଅଛି ?
ପ୍ରଶ୍ନ 8 - ସରକାର ଏହାର ଆଫିଡେଭିଟରେ ରିମେଡିସିଭିର ଉତ୍ପାଦନ ବିଷୟରେ ଉଲ୍ଲେଖ କରିଛନ୍ତି, କିନ୍ତୁ ଯୋଗାଣ ନେଇ କୌଣସି ସୂଚନା ଦେଇ ନାହାଁନ୍ତି କାହିଁକି ?
ପ୍ରଶ୍ନ 9 - 18 ରୁ 45 ବର୍ଷ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ କିଛି ଯୋଜନା ରହିଛି କି ? କେନ୍ଦ୍ର ପାଖରେ ଏମିତି କିଛି ଫଣ୍ଡ୍ ଅଛି କି ଯାହା ଦ୍ୱାରା ଟିକାର ଦାମ ସମାନ ରହିବ ?
ପ୍ରଶ୍ନ 10 - ସୁପ୍ରିମକୋର୍ଟ ଏହା ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ, ସିରମ ଓ ଭାରତ ବାୟୋଟେକକୁ କେନ୍ଦ୍ର ସରକାର କେତେ ଫଣ୍ଡ୍ ଦେଇଛନ୍ତି ।

ଏହା ବ୍ୟତୀତ ସୁପ୍ରିମକୋର୍ଟ ଟିକା ମୂଲ୍ୟକୁ ନେଇ ବିଶେଷ ଚିନ୍ତା ବ୍ୟକ୍ତ କରିଛନ୍ତି । ଟିକାର ଆକାଶଛୁଆଁ ମୂଲ୍ୟ ପାଇଁ ଏହା ଗରିବଙ୍କ ପାଇଁ ଦୁର୍ଲଭ ହୋଇଯିବ ବୋଲି ଅଦାଲତ ଆଶଙ୍କା କରିଛନ୍ତି । ଅଦାଲତ କହିଥିଲେ ଯେ, ଟିକାର ମୂଲ୍ୟନିର୍ଧାରଣ ଅସାଧରଣ ରୂପେ ଗମ୍ଭୀର ପ୍ରସଙ୍ଗ । କେନ୍ଦ୍ର ଦ୍ୱାରା ପ୍ରଦତ୍ତ ଟିକାର 50 ପ୍ରତିଶତ 45 ବର୍ଷରୁ ଅଧିକ ବୟସ୍କ ଓ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ବ୍ୟବହାର ହେବ ବୋଲି କୁହାଯାଉଛି । ବାକି 50 ପ୍ରତିଶତ ଟିକା ରାଜ୍ୟ ନେବେ । 59 କୋଟି 60 ଲକ୍ଷ ଭାରତୀୟଙ୍କ ବୟସ 45 ରୁ କମ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ । ଏମାନେ ଟିକା ପାଇଁ ଟଙ୍କା କେଉଁଠାରୁ ଆଣିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+