For Quick Alerts
Turn On Notification  
For Daily Alerts
Oneindia App Download

AIIMS ପିଜି ପ୍ରବେଶିକା ପରୀକ୍ଷା INI-CET ପରୀକ୍ଷା ସ୍ଥଗିତ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର ଦିନ ମେଡିକାଲ୍ ପିଜି ପାଠ୍ୟକ୍ରମରେ ଆଡମିଶନ ପାଇଁ ଏଆଇଏମ୍ଏସ୍ଏସ୍ ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷା INI-CET କୁ ସ୍ଥଗିତ ରଖିଛନ୍ତି ।

|

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର ଦିନ ମେଡିକାଲ୍ ପିଜି ପାଠ୍ୟକ୍ରମରେ ଆଡମିଶନ ପାଇଁ ଏଆଇଏମ୍ଏସ୍ଏସ୍ ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟାସନାଲ ଇମ୍ପୋର୍ଟାନ୍ସ କମ୍ବାଇନ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ (INI-CET) କୁ ସ୍ଥଗିତ ରଖିଛନ୍ତି । ଏହି ପରୀକ୍ଷା ଜୁନ୍ 16 ରେ ହେବାରେ ଥିଲା, କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ।

AIIMS

ଆପଣଙ୍କୁ କହି ରଖୁଛୁ, AIIMS ବ୍ୟତୀତ INI-CET ପରୀକ୍ଷା JIPMER, PGIMER ଏବଂ NIMHANS ପରି ଅନୁଷ୍ଠାନର ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ପାଠ୍ୟକ୍ରମ ପାଇଁ ମଧ୍ୟ କରାଯାଇଥାଏ । ସୂଚନା ଅନୁଯାୟୀ, ଏହି ପରୀକ୍ଷାଗୁଡିକ ଅତି କମରେ 1 ମାସ ପାଇଁ ସ୍ଥଗିତ ରଖାଯାଇଛି ।

INI CET 2021 ର ଆଡମିଟ୍ କାର୍ଡ ବୁଧବାର ନିଜେ ଜାରି କରାଯାଇଛି । ଡାକ୍ତରୀ ଛାତ୍ରମାନେ ମଧ୍ୟ ଏହି ପରୀକ୍ଷା ସ୍ଥଗିତ ରଖିବା ନେଇ ସୋଶାଲ ମିଡିଆରେ ଅନେକ ଦିନ ଧରି ଦାବି କରିଆସୁଥିଲେ । ସେମାନଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ତାଙ୍କୁ କୋଭିଡ ଡ୍ୟୁଟିରେ ରଖାଯାଇଛି । ତେଣୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା କଷ୍ଟସାଧ୍ୟ ହୋଇପଡିଛି । ଛାତ୍ରମାନେ କହିଛନ୍ତି ଯେ 12-12 ଘଣ୍ଟା କୋଭିଡ ଡ୍ୟୁଟି କରିବା ପରେ ସେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମୟ ପାଆନ୍ତି ନାହିଁ । ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ନାହାଁନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Supreme Court Postponed INI-CET Exam
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X