Get Updates
Get notified of breaking news, exclusive insights, and must-see stories!

ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ରୋକ୍ ଲଗାଇଲେ ସୁପ୍ରିମ କୋର୍ଟ

ନୁପୁର ଶର୍ମାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏଫଆଇଆର କ୍ଲବ କରିବା ପରେ ଦିଲ୍ଲୀ ପୋଲିସ ମଧ୍ୟ ତଦନ୍ତ ଦାୟିତ୍ୱ ଗ୍ରହଣ କରିବ । ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି ନୁପୁର ଶର୍ମାଙ୍କ ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି ।

ନୂଆଦିଲ୍ଲୀ : ମହମ୍ମଦ ପ୍ରୋଫେଟ୍ ଉପରେ ବିବାଦୀୟ ବୟାନ ଦେଇ ଅସୁବିଧାର ସମ୍ମୁଖୀନ ହୋଇଥିବା ବିଜେପିର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ମିଳିଛି । ତାଙ୍କ ମାମଲାର ଶୁଣାଣି କରି ସୁପ୍ରମ କୋର୍ଟ ତାଙ୍କ ନାମରେ ଥିବା ସମସ୍ତ ଏଫ୍ଆଇଆର କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Nupur Sharma

ଏହା ବ୍ୟତୀତ ନୁପୁର ଶର୍ମାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏଫଆଇଆର କ୍ଲବ କରିବା ପରେ ଦିଲ୍ଲୀ ପୋଲିସ ମଧ୍ୟ ତଦନ୍ତ ଦାୟିତ୍ୱ ଗ୍ରହଣ କରିବ । ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି ନୁପୁର ଶର୍ମାଙ୍କ ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ନୁପୁରଙ୍କ ଗିରଫଦାରୀ ଉପରେ ରୋକ୍ ଜାରି ରହିବ ବୋଲି କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି, "ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନୁପୁର ଶର୍ମାଙ୍କୁ ଗିରଫ କରାଯାଇପାରିବ ନାହିଁ । ଏହା ସମସ୍ତ ବିଚାରାଧୀନ ଏବଂ ଭବିଷ୍ୟତର ଏଫ୍ଆଇଆର୍ ଉପରେ ଜାରି ହେବ ।"

ନୁପୁର ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ପ୍ରଥମ ଶୁଣାଣି ସମୟରେ ନୁପୁରଙ୍କୁ କୋର୍ଟର କ୍ରୋଧର ସାମ୍ନା କରିବାକୁ ପଡିଥିଲା ।

ନୁପୁରଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ 9 ଟି ଏତଲା ରୁଜୁ ହୋଇଥିଲା । ଦିଲ୍ଲୀରେ ଗୋଟିଏ ଏତଲା, ମହାରାଷ୍ଟ୍ରରେ 5 ଟି, ପଶ୍ଚିମବଙ୍ଗରେ 2ଟି ଏବଂ ତେଲେଙ୍ଗାନାରେ ଗୋଟିଏ ଏତଲା ରୁଜୁ ହୋଇଥିଲା । ସମସ୍ତ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନୁପୂର କୋର୍ଟରେ ଆବେଦନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+