Get Updates
Get notified of breaking news, exclusive insights, and must-see stories!

ରାଜୀବ ଗାନ୍ଧୀ ହତ୍ୟା ମାମଲା : ମୃତ୍ୟୁଦଣ୍ଡ ମିଳିଥିବା ସମସ୍ତଙ୍କୁ ମୁକ୍ତ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାମାମଲାରେ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସମସ୍ତ 6 ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାରା 142 ବ୍ୟବହାର କରି ସୁପ୍ରିମକୋର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାମାମଲାରେ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସମସ୍ତ 6 ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାରା 142 ବ୍ୟବହାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

rajiv gandhi

ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଏସ ନଳିନୀ, ଜୟକୁମାର, ଆରପି ରବିଚନ୍ଦ୍ରନ, ରୋବର୍ଟ ପିୟାସ୍, ସୂଥେନ୍ଦ୍ରରାଜ ଏବଂ ଶ୍ରୀହରନ୍ ଙ୍କୁ ମୁକ୍ତ କରାଯିବ । ଜେଲରେ ସମସ୍ତଙ୍କ ଆଚରଣରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ଏହା ସହିତ ସମସ୍ତେ ଜେଲରେ ରହିବା ସମୟରେ ଅନେକ ଡିଗ୍ରୀ ହାସଲ କରିଛନ୍ତି ।

ଏହି ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ତାମିଲନାଡୁ କ୍ୟାବିନେଟ୍ 9 ସେପ୍ଟେମ୍ବର 2018 ରେ ତାଙ୍କୁ ମୁକ୍ତ କରିବାକୁ ସୁପାରିଶ କରିଛି । ତେଣୁ ଏହି ସୁପାରିଶ ରାଜ୍ୟପାଳଙ୍କ ପାଇଁ ବାଧ୍ୟତାମୂଳକ ଅଟେ । କିନ୍ତୁ ଚାରି ବର୍ଷ ଧରି ରାଜ୍ୟପାଳଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ତେଣୁ ସମସ୍ତଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରୁଛନ୍ତି ।

ଏହାପୂର୍ବରୁ, ସର୍ବୋଚ୍ଚ ନ୍ୟାୟାଳୟ ଦୋଷୀ ଏଜି ପେରିବଲନଙ୍କୁ 31 ବର୍ଷ ପୁରୁଣା ଦଣ୍ଡରୁ ମୁକ୍ତ କରିଥିଲେ । ଭଲ ଆଚରଣ, ଚିକିତ୍ସା ଅବସ୍ଥା, ଜେଲରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା ଏବଂ ଡିସେମ୍ବର 2015 ଠାରୁ ଦାଖଲ ହୋଇଥିବା ଦୟା ଆବେଦନ ଆଧାରରେ ପେରାରୀବଲନଙ୍କୁ ମୁକ୍ତି ପ୍ରଦାନ କରାଯାଇଥିଲା ।

ଆପଣଙ୍କୁ କହି ରଖୁଛଉ ରାଜୀବ ଗାନ୍ଧୀ ଭାରତର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ । ସେ କେବଳ 40 ବର୍ଷ ବୟସରେ ଏହି ପଦବୀରେ ରହିଥିଲେ । ମେ 21, 1991 ରେ ତାମିଲନାଡୁରେ ତାଙ୍କୁ ହତ୍ୟା କରାଯାଇଥିଲା ।

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସମୁଦାୟ 41 ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ସେଥିମଧ୍ୟରୁ 12 ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥି ସହିତ 3 ଜଣ ଫେରାର୍ ଥିଲେ । ଏଥିସହ 26 ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତେବେ 19 ଜଣ ଦୋଷୀଙ୍କୁ ମୁକ୍ତ କରାଯାଇ ସାରିଛି । 7 ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । କିନ୍ତୁ ପରେ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+