Get Updates
Get notified of breaking news, exclusive insights, and must-see stories!

ଜୁଲାଇ 31 ସୁଦ୍ଧା 'ୱାନ୍ ନେସନ୍, ୱାନ୍ ରାସନ କାର୍ଡ' ଯୋଜନା ଲାଗୁ କରିବାକୁ ସବୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

'ୱାନ୍ ନେସନ୍, ୱାନ୍ ରାସନ କାର୍ଡ' ସଂପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ଆଦେଶ ଦେଇଛନ୍ତି । ଜୁଲାଇ 31 ସୁଦ୍ଧା 'ୱାନ ନେସନ, ୱାନ ରାସନ କାର୍ଡ' ଯୋଜନା କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ଅଦାଲତ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ : 'ୱାନ୍ ନେସନ୍, ୱାନ୍ ରାସନ କାର୍ଡ' ସଂପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ଆଦେଶ ଦେଇଛନ୍ତି । ଜୁଲାଇ 31 ସୁଦ୍ଧା 'ୱାନ ନେସନ, ୱାନ ରାସନ କାର୍ଡ' ଯୋଜନା କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ଅଦାଲତ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ଏକ ପୋର୍ଟାଲ ତିଆରି କରିବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Supreme-Court-India

ଏହି ଯୋଜନା ପ୍ରବାସୀ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ସ୍ଥାନରେ ମଧ୍ୟ ରାସନ ପାଇବାକୁ ଅନୁମତି ଦେଇଥାଏ । ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଯୋଜନାରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ରାସନ କାର୍ଡ ପଞ୍ଜିକରଣ ନହେବା କାରଣରୁ ଉପୁଜିଥିବା ସମସ୍ୟାରୁ ମୁକ୍ତି ମିଳିପାରିବ ।

ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ

ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏମ ଆର ଶାହାଙ୍କ ଏକ ବେଞ୍ଚ କୋଭିଡ -19 କାରଣରୁ ପ୍ରଭାବିତ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶ ଦେଇଛନ୍ତି । ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଶୁଖିଲା ରାସନ ଯୋଗାଇବା ଏବଂ ସାମୁହିକ ରୋଷେଇ ଚଳାଇବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ମହାମାରୀ ପରିସ୍ଥିତି ଶେଷ ନହେବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ବଣ୍ଟନ ପାଇଁ ରାଜ୍ୟକୁ ଖାଦ୍ୟ ଶସ୍ୟ ବଣ୍ଟନ ଜାରି ରଖିବାକୁ ବେଞ୍ଚ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ପଞ୍ଜୀକୃତ କରିବା ପାଇଁ ଜାତୀୟ ଡାଟାବେସ୍ ପାଇଁ ସଫ୍ଟୱେୟାରର ବିକାଶରେ ବିଳମ୍ବ ହେବା ସମ୍ପର୍କରେ ମଧ୍ୱ ଅଦାଲ କହିଛନ୍ତି । ଏହି ପରିପ୍ରେକ୍ଷୀରେ, ଜାତୀୟ ସୂଚନା କେନ୍ଦ୍ର (NIC) ସହାୟତାରେ ଜୁଲାଇ 31 ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+