Get Updates
Get notified of breaking news, exclusive insights, and must-see stories!

ସୁପରଟେକ୍ କୁ ବଡ ଝଟକା, 40 ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରିଅଲ୍ ଇଷ୍ଟେଟ୍ କମ୍ପାନୀ ସୁପରଟେକ୍ କୁ ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଛି ଏକ ବଡ଼ ଝଟକା । ନିୟମ ଉଲ୍ଲଂଘନ କରି କମ୍ପାନୀ ଏବଂ ନୋଏଡା କର୍ତ୍ତୃପକ୍ଷଙ୍କ ମିଳିତ ଭାବେ ନିର୍ମିତ ଦୁଇଟି 40 ମହଲା ବିଶିଷ୍ଟ ଟାୱାର ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ : ରିଅଲ୍ ଇଷ୍ଟେଟ୍ କମ୍ପାନୀ ସୁପରଟେକ୍ କୁ ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଛି ଏକ ବଡ଼ ଝଟକା । ନିୟମ ଉଲ୍ଲଂଘନ କରି କମ୍ପାନୀ ଏବଂ ନୋଏଡା କର୍ତ୍ତୃପକ୍ଷଙ୍କ ମିଳିତ ଭାବେ ନିର୍ମିତ ଦୁଇଟି 40 ମହଲା ବିଶିଷ୍ଟ ଟାୱାର ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଟ୍ୱିନ୍ ଟାୱାରର ଫ୍ଲାଟ ମାଲିକମାନଙ୍କୁ 12 ପ୍ରତିଶତ ସୁଧ ସହ ଟଙ୍କା ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ସୁପରଟେକ୍ କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଟାୱାର ଭାଙ୍ଗିବା ଖର୍ଚ୍ଚ ମଧ୍ୟ ସୁପରଟେକ୍ ବହନ କରିବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

supreme court of India

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ନୋଏଡା ଅଥରିଟି ଏବଂ ସୁପରଟେକ୍ ଅଧିକାରୀଙ୍କ ମିଲିଭଗତରେ ଦୁଇଟି 40 ମହଲା ବିଶିଷ୍ଟ ଟାୱାର ନିର୍ମାଣ ହୋଇଛି । ନୋଏଡା ସେକ୍ଟର -93 ର ସୁପରଟେକ୍ ଏମେରାଲ୍ଡ କୋର୍ଟରେ ପ୍ରାୟ 1000 ଫ୍ଲାଟ ବିଶିଷ୍ଟ ଟ୍ୱିନ୍ ଟାୱାର ନିର୍ମାଣ ନିୟମ ଉଲ୍ଲଂଘନ କରି କରାଯାଇଥିଲା ଏବଂ ଦୁଇ ମାସ ମଧ୍ୟରେ ସୁପରଟେକ୍ ଦ୍ୱାରା ନିଜ ଖର୍ଚ୍ଚରେ ଏହାକୁ ଭାଙ୍ଗିବାକୁ ପଡିବ । ଏହା ବ୍ୟତୀତ, ନୋଏଡାର ଟ୍ୱିନ୍ ଟାୱାରର ସମସ୍ତ ଫ୍ଲାଟ ମାଲିକମାନଙ୍କୁ 12% ସୁଧ ସହିତ ସେମାନଙ୍କ ରାଶି ଫେରସ୍ତ କରାଯିବା ଉଚିତ୍ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ସୁପରଟେକ୍ ଏକ ବଡ କ୍ଷତି ସହିବାକୁ ଯାଉଛି ।

ଏହି ମାମଲା ଏମେରାଲ୍ଡ କୋର୍ଟ ପ୍ରକଳ୍ପରେ ନିର୍ମାଣ ନିୟମ ଉଲ୍ଲଂଘନ ସହିତ ଜଡିତ । ଏହି ମାମଲାରେ, 11 ଅପ୍ରେଲ 2014 ରେ ଆହ୍ଲାବାଦ ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ ଯାହା ବିରୁଦ୍ଧରେ ରିଅଲିଟି ପ୍ରମୁଖ ସୁପରଟେକ୍ ଲିମିଟେଡ୍ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ପ୍ରକାଶ ଥାଉକି, ସୁପରଟେକ୍ କୁ ସୁପ୍ରିମକୋର୍ଟଙ୍କ ଠାରୁ ମଧ୍ୟ ଝଟକା ମିଳିଛି । ନୋଏଡା ପ୍ରାଧିକରଣ, ଯୋଜନାକାରୀ ଏବଂ ବିଲଡର୍ ସୁପରଟେକ୍ ମଧ୍ୟରେ ହୋଇଥିବା ମିଳନକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+