'ଆଇନଗତ ବିବାହ କରିଥିବା ଦମ୍ପତିଙ୍କ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ କି ?' : ସୁପ୍ରିମକୋର୍ଟ
ଯଦି ଜଣେ ଦମ୍ପତି ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଏକାଠି ରୁହନ୍ତି, କିନ୍ତୁ ସ୍ୱାମୀ ଜଣେ ନିର୍ଦ୍ଦୟ ବ୍ୟକ୍ତି ହୋଇଥାନ୍ତି ତେବେ ଆଇନଗତ ବିବାହ କରିଥିବା ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଯୌନ ସମ୍ପର୍କକୁ ବଳାତ୍କାର ବୋଲି କହିପାରିବେ କି ?
ନୂଆଦିଲ୍ଲୀ : ଯଦି ଜଣେ ଦମ୍ପତି ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଏକାଠି ରୁହନ୍ତି, କିନ୍ତୁ ସ୍ୱାମୀ ଜଣେ ନିର୍ଦ୍ଦୟ ବ୍ୟକ୍ତି ହୋଇଥାନ୍ତି ତେବେ ଆଇନଗତ ବିବାହ କରିଥିବା ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଯୌନ ସମ୍ପର୍କକୁ ବଳାତ୍କାର ବୋଲି କହିପାରିବେ କି ? ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ଦୁଇ ବର୍ଷର ଲିଭ୍-ଇନ୍ ପାର୍ଟନରଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରି ଏପରି କହିଛନ୍ତି ।

ପୁରୁଷ ଜଣକ ତାଙ୍କୁ ବଳାତ୍କାର କରିଥିଲେ ଏବଂ ସେ ଅନ୍ୟ କାହା ସହିତ ବିବାହ କରିବା ପରେ ମହିଳା ଜଣକ ଏହି ଅଭିଯୋଗ କରିଛନ୍ତି । ପ୍ରଧାନ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି ସମୟରେ ବୈବାହିକ ବଳାତ୍କାର କ'ଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି ।
ଗୁପ୍ତରେ କରିଥିଲେ ବିବାହ
ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଦୁହେଁ ଏକ ରୋମାଣ୍ଟିକ୍ ସଂପର୍କରେ ଥିଲେ କିନ୍ତୁ ସେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ । ମହିଳା ଜଣକ କହିଛନ୍ତି ଯେ, ସେମାନେ ଫେବୃଆରୀ 2014 ରେ ମନାଲି ଯାଇଥିଲେ ଏବଂ ଏକ ମନ୍ଦିରରେ ଗୁପ୍ତରେ ବିବାହ କରିଥିଲେ । କିନ୍ତୁ, ଏହି ବ୍ୟକ୍ତି ଜଣକ ବିବାହ ଦାବିକୁ ଅସ୍ୱୀକାର କରିଛନ୍ତି ବୋଲି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ କରିଛି ।
ବ୍ୟକିତ ଜଣକ ଅଭିଯୋଗ କରିଛନ୍ତି, ଲିଭ୍-ଇନ୍ ସମ୍ପର୍କ ସମ୍ମତିଭିତ୍ତିକ ଥିଲା । କିନ୍ତୁ, ମହିଳା ଦାବି କରିଛନ୍ତି ଯେ ସେ ତାଙ୍କୁ ଯୌନ ସମ୍ପର୍କ ପାଇଁ ସମ୍ମତି ଦେବାରେ ପ୍ରତାରଣା କରିଛନ୍ତି । ସୁପ୍ରିମକୋର୍ଟ ବେଞ୍ଚ କହିଛନ୍ତି, "ବିବାହକୁ କେହି ମିଥ୍ୟା ପ୍ରତିଶ୍ରୁତି ଦେବା ଉଚିତ୍ ନୁହେଁ । କିନ୍ତୁ ସହମତିରେ ଶାରୀରିକ ସମ୍ପର୍କକୁ ବଳାତ୍କାର ବୋଲି କହିବା ଭିନ୍ନ ।"
'କାହିଁକି ବଳାତ୍କାର ମାମଲା ଦାଖଲ କଲ ?' - ସୁପ୍ରିମକୋର୍ଟ
ମହିଳା ଜଣକ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ଅତି ନିର୍ମମ ଭାବରେ ଶୋଷଣ କରିଥିଲା । ଏହାର ଉତ୍ତରରେ ମୁଖ୍ୟ ବିଚାରପତି କହିଛନ୍ତି, "ତେବେ ଆପଣ ନିର୍ଯ୍ୟାତନା ଏବଂ ବୈବାହିକ ନିର୍ଦ୍ଦୟତା ପାଇଁ ମାମଲା ରୁଜୁ କର । କାହିଁକି ବଳାତ୍କାର ମାମଲା ଦାଖଲ କଲେ ?" ଏଥିସହିତ ଉକ୍ତ ବ୍ୟକ୍ତିଙ୍କୁ ଗିରଫରୁ ଆଠ ସପ୍ତାହ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଛନ୍ତି କୋର୍ଟ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications