ପେଗାସସ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି : କହିଛନ୍ତି - 'ଆବେଦଦନକାରୀ ସମସ୍ତ ଦସ୍ତାବିଜ୍ କେନ୍ଦ୍ରକୁ ଦିଅନ୍ତୁ'
ଆବେଦନକାରୀ କୋର୍ଟରେ ଯେଉଁ ସବୁ ପ୍ରସଙ୍ଗ ଉଠାଇ ଆବେଦନ କରିଛନ୍ତି ସେହି ସମସ୍ତ ଦସ୍ତାବିଜକୁ କେନ୍ଦ୍ରକୁ ଦିଅନ୍ତୁ । ଆସନ୍ତା ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ହେବ । କେନ୍ଦ୍ର ସରକାର ମଧ୍ୟ ଉପସ୍ଥିତ ରହିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
ନୂଆଦିଲ୍ଲୀ : ପେଗାସସ୍ ଗୁପ୍ତଚର ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଏନ.ଭି ରାମନ୍ନା ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଛି । ସାମ୍ବାଦିକ ଏନ୍ ରାମ ଏବଂ ଶଶି କୁମାର, ସିପିଏମ୍ର ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ ଏବଂ ଓକିଲ ଏମ୍.ଏଲ୍ ଶର୍ମାଙ୍କ ସମେତ ମୋଟ ନଅଟି ଆବେଦନ ଉପରେ ଶୁଣାଣି ହୋଇଛି ।

ଆବେଦନରେ କୁହାଯାଇଛି, ସାମ୍ବାଦିକ ତଥା ରାଜନେତାଙ୍କ ଉପରେ ଗୁଇନ୍ଦାଗିରି କରିବା ଏକ ବଡ ଅପରାଧ, ଏହା ଆମର ସ୍ୱାଧୀନତା ଉପରେ ଆକ୍ରମଣ ଏବଂ ଏଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଯଦି ରିପୋର୍ଟଗୁଡିକ ସତ, ତେବେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର, କିନ୍ତୁ ଏହି ଗୁପ୍ତଚର ବିଷୟରେ କୌଣସି ଦୃଢ ପ୍ରମାଣ ଅଛି କି ନାହିଁ ତାହା ଆବେଦନକାରୀଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । ଆବେଦନକାରୀ ସୁପ୍ରିମକୋର୍ଟରେ ଦାବି କରିଥିଲେ ଯେ କୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିବା ଦରକାର । ଏହାପରେ ପ୍ରଧାନ ବିଚାରପତି କହିଛନ୍ତି ଆବେଦନକାରୀ କୋର୍ଟରେ ଯେଉଁ ସବୁ ପ୍ରସଙ୍ଗ ଉଠାଇ ଆବେଦନ କରିଛନ୍ତି ସେହି ସମସ୍ତ ଦସ୍ତାବିଜକୁ କେନ୍ଦ୍ରକୁ ଦିଅନ୍ତୁ । ଆସନ୍ତା ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ହେବ । କେନ୍ଦ୍ର ସରକାର ମଧ୍ୟ ଉପସ୍ଥିତ ରହିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
ଏହି ଆବେଦନରେ କେନ୍ଦ୍ର ସରକାରଙ୍କୁ ନେଇ ପ୍ରଶ୍ନ ଉଠିଛି । ଏହି ଗୁପ୍ତଚର କାର୍ଯ୍ୟରେ ଯଦି କେନ୍ଦ୍ର ସରକାରଙ୍କ ଭୂମିକା ରହିଛି, ଯଦି ସରକାର କିମ୍ବା ଏହାର କୌଣସି ଏଜେନ୍ସି ପେଗାସସ୍ ସ୍ପାଏୱେୟାରର ଲାଇସେନ୍ସ ନେଇଛନ୍ତି, ତେବେ ଏହା ଅନୈତିକ କାରଣ ହେତୁ କେନ୍ଦ୍ର ଏହାର ପକ୍ଷ ସଫା କରିବା ଉଚିତ ବୋଲି ଆବେଦନରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ।
ତେବେ ଏହାକୁ ମୋଦୀ ସରକାର ବିରୋଧ କରିଛନ୍ତି ଏବଂ କୁହାଯାଇଛି ଯେ ସରକାର କାହାର ଗୁଇନ୍ଦାଗିରି କରୁନାହାଁନ୍ତି । କଂଗ୍ରେସ ଜାଣିଶୁଣି ଏହାକୁ ଏକ ପ୍ରସଙ୍ଗ କରୁଛି । ରିପୋର୍ଟରେ ଦିଆଯାଇଥିବା ଅଭିଯୋଗର କୌଣସି ଆଧାର ନାହିଁ ଏବଂ ଏହା ଭିତ୍ତିହୀନ ।
ତେବେ ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯଦି ସନ୍ଦେହ ହୋଇଛି ତାହାଲେ ଆଇଟି ଆକ୍ଟ ଅନୁଯାୟୀ କାହିଁକି ଆବେଦନକାରୀ ଏଫଆଇଆର ଦାଖଲ କରିନାହାନ୍ତି ? ଆବେଦନକାରୀ ଏମ୍ ଏଲ ଶର୍ମା କହିଥିଲେ ସେ ଓ୍ୱାଶିଂଟନ ପୋଷ୍ଟର ଖବରକୁ ଆଧା କରି ଏହି ଆବେଦନ କରିଛନ୍ତି । ଏହାପରେ ପ୍ରଧାନ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଥିଲେ । କୌଣସି ପ୍ରମାଣ ନଥାଇ ଗୋଟିଏ ଖବରକାଗଜର ଖବର ଜରିଆରେ ଏପରି ଆବେଦନର ଶୁଣାଣି ସମ୍ଭବ ନୁହେଁ କହିଥିଲେ ।
ଏହାପରେ ଏହି ମାମଲାର ଅନ୍ୟତମ ଆବେଦନକାରୀ ବରିଷ୍ଠ ସାମ୍ବାଦିକ ଏନ୍ ରାମଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କପିଲ ସିବଲ କୋର୍ଟରେ କହିଛନ୍ତି ଯେ ପେଗାସସ୍ ଭଳି ସ୍ପାଏୟଓ୍ୱୟର ଜଣେ ବ୍ୟକ୍ତିର ଗୋପନୀୟତା ଉପରେ ଆକ୍ରମଣ ଏବଂ ଏହା ସମ୍ବିଧାନର ନିୟମ ବିରୋଧରେ ରହିଛି । ଫୋନ୍ ଜରିଆରେ କେହି ଯଦି ଅନ୍ୟର ଜୀବନଶୈଳୀ ବାବଦରେ ଜାଣିପାରୁଛି ତାହେଲେ ଏହା ଗୋପନୀୟତା ନିୟମକୁ ଉଲ୍ଲଂଘନ କରୁଛି ।
ଆବେଦନକାରୀ କହିଛନ୍ତି ଯେ ଏହି ସଫ୍ଟୱେୟାର କେବଳ ସରକାରଙ୍କୁ ଦିଆଯାଇପାରିବ ଏବଂ କୌଣସି ଘରୋଇ କମ୍ପାନୀକୁ ନୁହେଁ । କପିଲ ସିବଲ ପକ୍ଷ ରଖି ଦାବି କରିଛନ୍ତି ଯେ ଯଦି ସରକାର ସଫ୍ଟୱେୟାର କିଣିଛନ୍ତି ଏବଂ କେଉଁଠାରେ ବ୍ୟବହାର କରାଯାଇଛି ତାର ଉତ୍ତର ସରକାର ଦେବା ଜରୁରୀ । ସରକାର ସ୍ୱୀକାର କରିଛନ୍ତି ଯେ ସ୍ପାଏୱେୟାର ଦ୍ୱାରା ପ୍ରଭାବିତ 121 ଉପଭୋକ୍ତା ଭାରତରେ ଅଛନ୍ତି । କେବଳ ସରକାର ଏହି ସଫ୍ଟୱେୟାର କିଣି ପାରିବେ ଯେଉଁଥିରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଗୋଟିଏ ରାଜ୍ୟର ସରକାର ମଧ୍ୟ ସରକାର । କପିଲ ସିବଲ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ଏଭଳି ପରିସ୍ଥିତିରେ ସରକାର ଏହାର ଉତ୍ତର ଦେବା ଠିକ୍ ହେବ ।
ଆପଣଙ୍କୁ କହି ରଖୁଛୁ, ଫରାସୀ ସଂଗଠନ Forbidden Stories ଏବଂ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ପ୍ରକାଶ କରିଛି ଯେ ଇସ୍ରାଏଲ୍ କମ୍ପାନୀ NSO ର ସ୍ପାଏୱେର୍ ପେଗାସସ୍ ମାଧ୍ୟମରେ ବିଶ୍ୱର ଅନେକ ସରକାର ସାମ୍ବାଦିକ, ଆଇନଜୀବୀ ତଥା ରାଜନେତାଙ୍କ ଉପରେ ଗୁପ୍ତଚର କରୁଛନ୍ତି ଏବଂ ସମସ୍ତଙ୍କ ଫୋନ୍ ଟାପ୍ କରୁଛନ୍ତି । ଏହି ତାଲିକାରେ ଭାରତର ଅନେକ ସାମ୍ବାଦିକ ଏବଂ ନେତା ମଧ୍ୟ ସାମିଲ ହୋଇଛନ୍ତି । ଏହି ପ୍ରକାଶ ପରେ କଂଗ୍ରେସ ସମେତ ଅନେକ ଦଳ ମୋଦୀ ସରକାରଙ୍କ ବିରୋଧରେ ନାରା ଲଗାଇ ସମସ୍ତେ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications