ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ; କେତେ ପିଢି ପର୍ଯ୍ୟନ୍ତ ସଂରକ୍ଷଣ ଜାରି ରହିବ ?
ଚାକିରିୀ ଓ ଶିକ୍ଷା କ୍ଷେତ୍ରରେ କତେ ପିଢି ପର୍ଯ୍ୟନ୍ତ ଏପରି ସଂରକ୍ଷଣ ଦାରି ରବି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ । ଶୁକ୍ରବାର ମରାଠା ସଂରକ୍ଷଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି ପ୍ରଶ୍ନ କରିଛନ୍ତି ।
ମୁମ୍ବାଇ : ଚାକିରିୀ ଓ ଶିକ୍ଷା କ୍ଷେତ୍ରରେ କତେ ପିଢି ପର୍ଯ୍ୟନ୍ତ ଏପରି ସଂରକ୍ଷଣ ଦାରି ରବି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ । ଶୁକ୍ରବାର ମରାଠା ସଂରକ୍ଷଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ ସୁପ୍ରିମକୋର୍ଟ ସଂରକ୍ଷଣ ଉପରେ 50 ପ୍ରତିଶତରୁ ଅଧିକତମ ସୀମା ହଟାଇବା ଘଟଣାରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ମୁକୁଲ ରୋହତଗୀଙ୍କୁ କହିଛନ୍ତି ଯେ, କୋଟା ରଦ୍ଦ କରିବାକୁ ମଣ୍ଡଳଙ୍କ ନିଷ୍ପତ୍ତି ପରିବର୍ତ୍ତିତ ପରିସ୍ଥିତିରେ ପୁନଃ ସମୀକ୍ଷା କରାଯିବା ଆବଶ୍ୟକ ।

ମହାରାଷ୍ଟ୍ର ସରକାରଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ କହିଛନ୍ତି ଯେ, ପରିବର୍ତ୍ତିତ ପରିସ୍ଥିତିରେ ସଂରକ୍ଷଣ କୋଟା ସ୍ଥିର କରିବାର ଦାୟିତ୍ୱ ରାଜ୍ୟ ଉପରେ ଛାଡି ଦିଆଯିବା ଉଚିତ । ମଣ୍ଡଳ ମାମଲା ସହ ଜଡିତ ନିଷ୍ପତ୍ତି 1931 ଜନଗଣନା ଉପରେ ଆଧାରିତ ଥିଲା ବୋଲି ମଧ୍ୟ ସେ କୋର୍ଟକୁ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ପରିବର୍ତ୍ତିତ ପରିସ୍ଥିତିରେ କୋଟା ସୀମା ନିର୍ଦ୍ଧାରଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ଅନୁଷ୍ଠିତ ହେବ । ଗୁରୁବାର ଦିନ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ, ସମ୍ବିଧାନର 102 ତମ ସଂଶୋଧନ ରାଜ୍ୟ ବିଧାନସଭାକୁ ସାମାଜିକ ତଥା ଶିକ୍ଷାଗତ ପଛୁଆ ବର୍ଗ (SEBCs) ନିର୍ଣ୍ଣୟ କରୁଥିବା ଆଇନ ପ୍ରଣୟନରୁ ବଞ୍ଚିତ କରିବ ନାହିଁ ।
ସୂଚନାଯୋଗ୍ୟ, ପଛୁଆ ବର୍ଗଙ୍କ ପାଇଁ ଜାତୀୟ ଆୟୋଗର ଗଠନ, କର୍ତ୍ତବ୍ୟ ଏବଂ କ୍ଷମତା ସହିତ ଜଡ଼ିତ ସମ୍ବିଧାନ ସଂଶୋଧନ କରି 120ତମ ସମ୍ବିଧାନରେ ଧାରା 338 (ଖ) ଯୋଗ କରାଯାଇଥିଲା । ବୁଧବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ, ମରାଠା ସାମାଜିକ ତଥା ରାଜନୈତିକ ସ୍ତରରେ ଅତ୍ୟନ୍ତ ଶକ୍ତିଶାଳୀ, ଏପରିକି ମହାରାଷ୍ଟ୍ରରେ ମଧ୍ୟ 40% ସାଂସଦ ଏବଂ ବିଧାୟକ ଏହି ସମ୍ପ୍ରଦାୟର ଅଟନ୍ତି । ଏହା ସତ୍ତ୍ୱେ ସେମାନେ ପଛରେ ରହିଯାଇଛନ୍ତି ବୋଲି କହିବା ସମ୍ପୂର୍ଣ୍ଣ ଅନୈତିକ ବୋଲି କୋର୍ଟ କହିଛନ୍ତି ।
ଅଦାଲତରେ ମୁକୁଲ ରୋହତଗୀ କହିଛନ୍ତି ଯେ, କେନ୍ଦ୍ର ସରକାର ଦୁର୍ବଳ ବିଭାଗ (EWS) କୁ ମଧ୍ୟ 10 ପ୍ରତିଶତ ସଂରକ୍ଷଣ ଦେଇଛନ୍ତି, ଯାହା 50 ପ୍ରତିଶତ ସଂରକ୍ଷଣ ସୀମାକୁ ଉଲ୍ଲଂଘନ କରୁଛି । ଏହା ଉପରେ ପାଞ୍ଚ ଜଣ ବିଚାରପତିଙ୍କ ବେଞ୍ଚ କହିଛନ୍ତି ଯେ, ଯଦି 50 ପ୍ରତିଶତ ସୀମାର କୌଣସି ଅର୍ଥ ନାହିଁ, ତେବେ ସମାନତାର ଧାରଣା କ'ଣ ହେବ ? କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ଏହାର ସାମ୍ନା କରିବାକୁ ପଡିବ । ଏପରି କେତେ ପିଢି ପର୍ଯ୍ୟନ୍ତ ସଂରକ୍ଷଣ ଜାରି ରହିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି, ମରାଠା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ଉପରେ ରାଜନୈତିକ ଚାପ ବଢୁଛି ଏବଂ ସରକାର ଯଥାଶୀଘ୍ର ଏହାର ସମାଧାନ ଚାହୁଁଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications