ଚାରଧାମ ପରିଯୋଜନା : ରାସ୍ତା ପ୍ରଶସ୍ତିକରଣ କୁ ନେଇ କଣ କହିଲେ ସୁପ୍ରିମ କୋର୍ଟ
ଚାରଧାମ ପ୍ରକଳ୍ପ ପାଇଁ ରାସ୍ତାର ପ୍ରଶସ୍ତିକଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ଏବଂ ସୁରକ୍ଷାକୁ ନବୀକରଣ କରିବାର ଆବଶ୍ୟକତା ରହିଛି ।
ନୂଆଦିଲ୍ଲୀ : ଚାରଧାମ ପ୍ରକଳ୍ପ ପାଇଁ ରାସ୍ତାର ପ୍ରଶସ୍ତିକଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ଏବଂ ସୁରକ୍ଷାକୁ ନବୀକରଣ କରିବାର ଆବଶ୍ୟକତା ରହିଛି । ବିଶେଷକରି ସାମ୍ପ୍ରତିକ ସମୟରେ ସୀମାନ୍ତ ଘଟଣାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ଚିନ୍ତାକୁ ଛାଡି ଦିଆଯାଇପାରିବ ନାହିଁ । ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଆମେ ଭାରତୀୟ ସେନା 1962 ପରିସ୍ଥିତିରେ ରହୁ ଏହା ଆମେ ଚାହୁଁନାହୁଁ, କିନ୍ତୁ ଉଭୟ ପ୍ରତିରକ୍ଷା ଏବଂ ପରିବେଶର ଆବଶ୍ୟକତା ସନ୍ତୁଳିତ ହେବା ଉଚିତ୍ ।

ଏଥି ସହ ଚୀନ୍ ଅନ୍ୟ ପଟେ ଜବରଦସ୍ତ ନିର୍ମାଣ କରିଛି ବୋଲି ରାସ୍ତାକୁ ପ୍ରଶସ୍ତ କରିବାକୁ କେନ୍ଦ୍ର ଦାବି କରିଛି । ଅନ୍ୟପକ୍ଷରେ ଚୀନ୍ ହେଲିପ୍ୟାଡ୍ ଏବଂ କୋଠା ନିର୍ମାଣ କରୁଛି । ଟ୍ୟାଙ୍କ, ରକେଟ୍ ଲଞ୍ଚର୍ ଏବଂ ଆର୍ଟିଲିରି ବୋଝେଇ ଟ୍ରକ୍ ଏହି ରାସ୍ତା ଦେଇ ଯାଇପାରେ, ତେଣୁ ପ୍ରତିରକ୍ଷା ପାଇଁ ରାସ୍ତାର ପ୍ରଶସ୍ତିକରଣ 10 ମିଟର କରାଯିବା ଉଚିତ୍ ବୋଲି ସୁପ୍ରିମ କୋର୍ଟକୁ କେନ୍ଦ୍ର କହିଛି ।
ଆବେଦନକାରୀ ଏନଜିଓ ପକ୍ଷରୁ ହାଜର ହୋଇଥିବା କଲିନ୍ ଗୋନ୍ସାଲଭିସ୍ କହିଛନ୍ତି ଯେ ସେନା କେବେ କହି ନାହିଁ ଯେ ଆମେ ରାସ୍ତା ପ୍ରଶସ୍ତ କରିବାକୁ ଚାହୁଁଛୁ । ରାଜନୈତିକ କ୍ଷମତା ବିଶିଷ୍ଟ ବ୍ୟକ୍ତି ଚାରଧାମ ଯାତ୍ରା ପାଇଁ ଏକ ରାଜପଥ ଚାହୁଁଥିଲେ । ଏହା ପରେ ସେନା ଏକ ଅନିଚ୍ଛାକୃତ ଅଂଶଗ୍ରହଣକାରୀ ହୋଇଛି । ଚଳିତ ବର୍ଷ ବ୍ୟାପକ ଭୂସ୍ଖଳନ ପର୍ବତରେ କ୍ଷୟକ୍ଷତି ଘଟାଇଛି । ଏହି ମାମଲାର ଶୁଣାଣି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ବିକ୍ରମ ନାଥ କରିଥିଲେ ।
ସୁପ୍ରିମ୍ କୋର୍ଟ କହିଲେ କି, ଏଭଳି କ୍ଷେତ୍ରରେ ପ୍ରତିରକ୍ଷା ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ଆବଶ୍ୟକ । କାରଣ ତାହା ସହଜରେ ଦୃଷ୍ଟି ଗୋଚର ହେଉ ନ ଥିଲେ ମଧ୍ୟ ନଗଣ୍ୟ ନ ହୋଇଥାଇ ପାରେ ।
ଗରୱାଲ୍ ହିମାଳୟ ଅନ୍ତର୍ଗତ 4ଟି ତୀର୍ଥକ୍ଷେତ୍ର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ଏହି 'ଚାର୍ ଧାମ୍ ପ୍ରକଳ୍ପ' ସଂଯୁକ୍ତ କରିବ। ସମୁଦାୟ 899 କିଲୋମିଟର୍ ବ୍ୟାପ୍ତ ଉକ୍ତ ରାଜପଥକୁ ଡେରାଡୁନ୍ ନିକଟରେ ପ୍ରଶସ୍ତ କରିବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି ।












Click it and Unblock the Notifications