ସରକାରୀ ପଦବୀରେ ଥିବା ବ୍ୟକ୍ତି ହୋଇପାରିବେନି ନିର୍ବାଚନ ଆୟୁକ୍ତ

"ଗଣତନ୍ତ୍ରରେ ନିର୍ବାଚନ ଆୟୋଗର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବା ଆବଶ୍ୟକ । ସରକାରୀ ପଦବୀରେ ଜଣେ ଅଧିକାରୀଙ୍କୁ ନିର୍ବାଚନ ଆୟୋଗର ଅତିରିକ୍ତ ଦାୟିତ୍ୱ ଦେବା ସମ୍ବିଧାନକୁ ପରିହାସ କରିବା ସଦୃଶ।"

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଜଣେ ସ୍ୱାଧୀନ ବ୍ୟକ୍ତି ହେବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯେକୌଣସି ଅଧିକାରୀ ଯିଏ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସେବାରେ ଅଛନ୍ତି କିମ୍ବା ସରକାରୀ ପଦବୀରେ ଅଛନ୍ତି ସେ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇପାରିବେ ନାହିଁ । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଜାଣିବାକୁ ପାଇଥିଲେ ଯେ, ଗୋଆରେ ରାଜ୍ୟ ଆଇନ ମନ୍ତ୍ରଣାଳୟର ସଚିବଙ୍କୁ ନିର୍ବାଚନ କମିଶନରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାକୁ ଭୁଲ ବୋଲି କହି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ସମଗ୍ର ଦେଶ ପାଇଁ ଲାଗୁ ହେବ ।

Supreme-Court-India

5 ଟି ଅଞ୍ଚଳରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ବନ୍ଦ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଗୋଆ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସେଠାରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ହାଇକୋର୍ଟ ଏହି ଅଞ୍ଚଳରେ ନିର୍ବାଚନ ବନ୍ଦ କରି ଦେଇଥିଲେ । ମାମଲାର ଶୁଣାଣି ବେଳେ ଏହି ପ୍ରସଙ୍ଗ ମଧ୍ୟ ଉଠିଛି ଯେ ଏହି ସମୟରେ ରାଜ୍ୟରେ କୌଣସି ପୂର୍ଣ୍ଣକାଳୀନ ନିର୍ବାଚନ କମିଶନର ଦାୟିତ୍ୱରେ ନାହାଁନ୍ତି । ଆଇନ ମନ୍ତ୍ରଣାଳୟର ସଚିବ ନିର୍ବାଚନ ଆୟୋଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

"ଏହା ସମ୍ବିଧାନକୁ ପରିହାସ କରିବା ପରି"

ଜଷ୍ଟିସ୍ ରୋହିଣ୍ଟନ୍ ନରିମାନ ଏବଂ ବିଆର ଗାଭାଇଙ୍କ ଏକ ବେଞ୍ଚ ଏହାକୁ ଏକ ବିବ୍ରତ ବିଷୟ ବୋଲି କହିଛି । ବିଚାରପତିମାନେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ହାଇକୋର୍ଟଙ୍କ ନିଷ୍ପତ୍ତି ବାହାରେ ଯାଇ ନିର୍ବାଚନ କରିବାକୁ ଚେଷ୍ଟା କରିଛନ୍ତି । "ଗଣତନ୍ତ୍ରରେ ନିର୍ବାଚନ ଆୟୋଗର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବା ଆବଶ୍ୟକ । ସରକାରୀ ପଦବୀରେ ଜଣେ ଅଧିକାରୀଙ୍କୁ ନିର୍ବାଚନ ଆୟୋଗର ଅତିରିକ୍ତ ଦାୟିତ୍ୱ ଦେବା ସମ୍ବିଧାନକୁ ପରିହାସ କରିବା ସଦୃଶ।" ବୋଲି କୋର୍ଟ କହିଛନ୍ତି ।

ସମ୍ବିଧାନର ଧାରା 142 ଅନୁଯାୟୀ ମିଳିଥିବା ସ୍ୱତନ୍ତ୍ର ପଦବୀର ବ୍ୟବହାର କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଯେକୌଣସି ସ୍ଥାନରେ ନିର୍ବାଚନ କମିଶନର ପଦ ପାଇଁ ସ୍ୱାଧୀନ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଉ ବୋଲି କୋର୍ଟ କହିଛନ୍ତି । ଗୋଆ ନିର୍ବାଚନ ଆୟୋଗକୁ 10 ଦିନ ମଧ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ସମ୍ପର୍କରେ ଏକ ନୂତନ ବିଜ୍ଞପ୍ତି ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପ୍ରକ୍ରିୟା 30 ଏପ୍ରିଲ ସୁଦ୍ଧା ଶେଷ କରିବାକୁ ସୁପ୍ରିମକୋର୍ଟ ଏହି ରାୟରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+