For Quick Alerts
Turn On Notification  
For Daily Alerts
Oneindia App Download

Farmers Tractor Rally : ଦିଲ୍ଲୀରେ ପ୍ରବେଶ ନେଇ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ : ସୁପ୍ରିମ କୋର୍ଟ

ଜାନୁଆରୀ 26 ତାରିଖରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଟ୍ରାକ୍ଚର ରାଲି କରିପାରିବେ କି ନାହିଁ ସେ ନେଇ ଆସନ୍ତା 20 ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ସୁପ୍ରିମ କୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।

|

ନୂଆଦିଲ୍ଲୀ : ଜାନୁଆରୀ 26 ତାରିଖରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଟ୍ରାକ୍ଚର ରାଲି କରିପାରିବେ କି ନାହିଁ ସେ ନେଇ ଆସନ୍ତା 20 ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ସୁପ୍ରିମ କୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।

ଗତ କିଛି ଦିନ ହେବ କୃଷକମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବା ସହ ଏହି ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଆସୁଛନ୍ତି । ଆସନ୍ତା ଜାନୁଆରୀ 26 ତାରିଖରେ ଏନେଇ କୃଷକ ସଙ୍ଗଠନ ଟ୍ରାକ୍ଟର ରାଲି କରିବେ ବୋଲି ଘୋଷଣା କରିଛନ୍ତି । ସେପଟେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି। ଏହା ବ୍ୟତୀତ ସୁପ୍ରିମକୋର୍ଟରେ ଦିଲ୍ଲୀ ପୋଲିସ ଜରିଆରେ କେନ୍ଦ୍ର ସରକାର ଏକ ପିଟିସନ ଦାଖଲ କରି ଜାନୁଆରୀ 26 ରେ ଏକ ଟ୍ରାକ୍ଟର ରାଲି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏହି ରାଲି ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିପାରେ ବୋଲି ପିଟିସନରେ ଦର୍ଶାଯାଇଛି ।

ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟଙ୍କ ବୟାନ-

  • ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ଆସନ୍ତା 20 ତାରିଖରେ ଶୁଣାଣି କରିବେ ସୁପ୍ରିମ କୋର୍ଟ ।
  • ଦିଲ୍ଲୀରେ ପ୍ରବେଶ କରିବା କାନୁନ୍ ବ୍ୟବସ୍ଥା ସହ ଜଡ଼ିତ । ତେଣୁ ଦିଲ୍ଲୀରେ ପ୍ରବେଶ କରିବାକୁ କାହାକୁ ଅନୁମତି ଦିଆଯିବ ତାହା ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ ।
  • କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି ଯେ କୃଷକଙ୍କ ଟ୍ରାକ୍ଟର ରାଲି ବେଆଇନ ହେବ ଏବଂ 5000 ଲୋକ ଦିଲ୍ଲୀରେ ପ୍ରବେଶ କରିବେ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi Police will Decide Who can Enter Delhi : Supreme Court on Farmers Tractor Parade
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X