ସୁପ୍ରିମକୋର୍ଟରେ ‘The Kerala Story' ଫିଲ୍ମ ବ୍ୟାନ୍ ମାମଲା, କୋର୍ଟ କହିଲେ - ବେଙ୍ଗଲରେ ଫିଲ୍ମ କାହିଁକି ଦେଖାଯାଉ ନାହିଁ ?

ବଲିଉଡ ଚଳଚ୍ଚିତ୍ର 'ଦ କେରଳ ଷ୍ଟୋରୀ' ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି । ଏହି ସମୟରେ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାର ଏହାକୁ ବ୍ୟାନ୍ କରିଛନ୍ତି । ଯାହାକୁ ନେଇ ନିର୍ମାତା ମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥା ହୋଇଛନ୍ତି । ଏହା ପରେ କୋର୍ଟ ରାଜ୍ୟମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ।
ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି ଫିଲ୍ମ ସାରା ଦେଶରେ ପ୍ରଦର୍ଶିତ ହେଉଛି, ତେବେ ପଶ୍ଚିମବଙ୍ଗ ସରକାର କାହିଁକି ଫିଲ୍ମକୁ ନିଷିଦ୍ଧ କରିବେ, ଆପଣ କାହିଁକି ଏହାକୁ ଚଳାଇବାକୁ ଦେବେ ନାହିଁ ? ଏହି ଚଳଚ୍ଚିତ୍ର ଦେଶର ବିଭିନ୍ନ ସ୍ଥାନରେ ଚାଲିଛି । ଫିଲ୍ମର ସିନେମାଟିକ୍ ମୂଲ୍ୟ ସହିତ ଏହାର କୌଣସି ସମ୍ପର୍କ ନାହିଁ, ଭଲ ହେଉ କି ଖରାପ ।
ବୁଧବାର ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ବରିଷ୍ଠ ଓକିଲ ହରିଶ ସାଲଭେ ତାଙ୍କ ତରଫରୁ ହାଜର ହୋଇଥିଲେ । କୋର୍ଟ ତାଙ୍କୁ କହିଛନ୍ତି ଯେ ଫିଲ୍ମ ଉପରେ ନିଷେଧାଦେଶ ସହ ଜଡିତ ଏକ ଆବେଦନ ଆସନ୍ତା 15 ତାରିଖରେ ଶୁଣାଣି ହେବ, ଏହାକୁ ତା ସହ ଯୋଡି ଦିଆଯାଉ ।
ଏହା ଉପରେ ସାଲଭେ କହିଛନ୍ତି ଯେ ଫିଲ୍ମ 5 ମଇରେ ମୁକ୍ତିଲାଭ କରିଥିଲା । ଦୁଇଟି ରାଜ୍ୟରେ ନିଷେଧାଦେଶ ହେତୁ ନିର୍ମାତା ମାନେ ବହୁତ କ୍ଷତି ସହୁଛନ୍ତି । ଏଭଳି ପରିସ୍ଥିତିରେ ଯଥାଶୀଘ୍ର ଏହାର ଶୁଣାଣି ହେବା ଉଚିତ୍ । ତାଙ୍କର ଏହି ଦାବି ଉପରେ, ଏହି ମାମଲା 12 ମେ ଅର୍ଥାତ୍ ଆଜି ପାଇଁ ତାଲିକାଭୁକ୍ତ ହୋଇଥିଲା ।
ବେଙ୍ଗଲ ସିଏମ ମମତା ବାନାର୍ଜୀ କହିଥିଲେ ଯେ ଏହି ଚଳଚ୍ଚିତ୍ରଟି ଏକ କାହାଣୀ ଉପରେ ଆଧାରିତ । ଏହା ପଛରେ ବିଜେପି ଷଡଯନ୍ତ୍ର କରୁଛି । ସେମାନେ କେରଳ ବିଷୟରେ ମିଥ୍ୟା ଜିନିଷ ଦେଖାଉଛନ୍ତି . ତାଙ୍କର ବିଶେଷଜ୍ଞମାନେ କିଛି ଦିନ ପୂର୍ବରୁ ବଙ୍ଗଳା ଆସିଥିଲେ । ସେମାନେ ମଧ୍ୟ ଏକ ବଙ୍ଗଳା କାହାଣୀ କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେମାନେ ରାଜ୍ୟକୁ ବଦନାମ କରିପାରିବେ । ସେ ଅଭିଯୋଗ କରିଛନ୍ତି ଯେ ବିଜେପି ମଧ୍ୟ ଏଭଳି ଚଳଚ୍ଚିତ୍ର ପାଇଁ ଅର୍ଥ ଯୋଗାଉଛି । ଅପରପକ୍ଷରେ ବିଜେପି ଶାସିତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶରେ 'ଦ କେରଳ ଷ୍ଟୋରୀ' କୁ ଟିକସମୁକ୍ତ କରାଯାଇଛି ।












Click it and Unblock the Notifications