ହରିଦ୍ୱାର ଧର୍ମ ସଂସଦ : ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, 10 ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ
ଉତ୍ତରାଖଣ୍ଡର ହରିଦ୍ୱାରରେ ଧର୍ମ ସଂସଦ କାର୍ଯ୍ୟକ୍ରମରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଉତ୍ତେଜନାମୂଳକ ଭାଷଣର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଆଜି ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି । ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହରିଦ୍ୱାରରେ ଧର୍ମ ସଂସଦ କାର୍ଯ୍ୟକ୍ରମରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଉତ୍ତେଜନାମୂଳକ ଭାଷଣର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଆଜି ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । 10 ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ କହିଛନ୍ତି । ତେବେ ଧର୍ମ ସଂସଦ ନାମରେ ହେବାକୁ ଥିବା ଆଗାମୀ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ କୋର୍ଟ ମନା କରି ଦେଇଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ ଧର୍ମ ସଂସଦରେ ଦିଆଯାଇଥିବା ଭାଷଣ ବିଷୟରେ କୋର୍ଟଙ୍କୁ କହିଛନ୍ତି । ସେ କହିଛନ୍ତି ଯେ ଯାହା କରାଯାଇଛି ତାହା କୋର୍ଟରେ ମଧ୍ୟ ପଢାଯାଇପାରିବ ନାହିଁ । ଏହି ପ୍ରସଙ୍ଗରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷ ଜାଣିବା ମଧ୍ୟ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି । ଦଶ ଦିନ ପରେ କୋର୍ଟ ଏହାର ଶୁଣାଣି କରିବେ । ଏହି ସମୟ ମଧ୍ୟରେ ଉତ୍ତରାଖଣ୍ଡ ସରକାର ଏବଂ କେନ୍ଦ୍ରକୁ ସେମାନଙ୍କ ପକ୍ଷ ଉପସ୍ଥାପନ କରିବାକୁ ପଡିବ ।
ଜାନୁଆରୀ 23 ରେ ଉତ୍ତରପ୍ରଦେଶର ଆଲିଗଡରେ ମଧ୍ୟ ଧର୍ମ ସଂସଦ ଆୟୋଜିତ ହେବ ବୋଲି କପିଟ ସିବଲ କୋର୍ଟଙ୍କୁ କହିଛନ୍ତି । କୋର୍ଟ ଏହାକୁ ସ୍ଥଗିତ କରନ୍ତୁ ବୋଲି ଓକିଲ ଆବେଦନ କରିଥିଲେ । ଏହା ଉପରେ କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ଏହା ଉପରେ ରୋକ ଲଗାଇବେ ନାହିଁ । ଏଥିପାଇଁ ଓକିଲ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ଦେବା ଉଚିତ୍ ।
କଣ ଥିଲା ପୁରା ମାମଲା ?
ଉତ୍ତରାଖଣ୍ଡର ହରିଦ୍ୱାର ସହରରେ 17 ରୁ 19 ଡିସେମ୍ବର ମଧ୍ୟରେ ଧର୍ମ ସଂସଦ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହିନ୍ଦୁ ଆତ୍ମ ସମ୍ମାନ ବିଷୟରେ କୁହାଯାଇଥିବା ଦାବି କରାଯାଇଥିଲା, କିନ୍ତୁ ଯେତେବେଳେ ସୋଶାଲ ମିଡିଆରେ ଏହି କାର୍ଯ୍ୟକ୍ରମର ଭାଷଣର ଭିଡିଓ ସାମ୍ନାକୁ ଆସିଥିଲା, ସେତେବେଳେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହି ଭିଡିଓଗୁଡିକରେ ଏହି କାର୍ଯ୍ୟକ୍ରମରେ ଜଡିତ ଥିବା ଲୋକମାନେ ହିନ୍ଦୁ ଧର୍ମର ରକ୍ଷା ପାଇଁ ଅସ୍ତ୍ର ଉଠାଇବା, ମୁସଲମାନମାନଙ୍କ ସଂଖ୍ୟା ହ୍ରାସ କରିବା ଏବଂ ହିଂସାକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ନିରପେକ୍ଷ ତଦନ୍ତ ପାଇଁ ଏକ ପିଟିସନ ଦାଖଲ କରାଯାଇଛି ।












Click it and Unblock the Notifications