Get Updates
Get notified of breaking news, exclusive insights, and must-see stories!

ପେଗାସସ୍ ପ୍ରସଙ୍ଗ : ଯାଞ୍ଚ ପାଇଁ ଗଠନ ହେବ ବୈଷୟିକ ବିଶେଷଜ୍ଞ କମିଟି : ମୁଖ୍ୟ ବିଚାରପତି ରମଣା

ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣା ପେଗାସସ୍ ଗୁପ୍ତଚର ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବା ନେଇ କହିଛନ୍ତି ।

ନୂଆଦିଲ୍ଲୀ : ମାଲୱେୟାର ପେଗାସସ୍ ସମ୍ବନ୍ଧରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଛି । ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣା ପେଗାସସ୍ ଗୁପ୍ତଚର ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବା ନେଇ କହିଛନ୍ତି । କମିଟିର ଅନୁସନ୍ଧାନ ପ୍ରକ୍ରିୟା ଏବଂ ମାମଲା ଉପରେ ଆସନ୍ତା ସପ୍ତାହରେ ଏହି ମାମଲା ବସ୍ତୃତ ଆଦେଶ ଜାରି ହୋଇପାରେ ବୋଲି ଅନୁମାନ କରାଯାଉଛି ।

supreme court of India

ଉଲ୍ଲେଖନୀୟ କଥା ହେଉଛି, ଇସ୍ରାଏଲ କମ୍ପାନୀ NSO ଗ୍ରୁପ୍ ଦ୍ୱାରା ବିକଶିତ ହୋଇଥିବା ସ୍ପାଏୱେର୍ ପେଗାସସ୍ ବିଷୟରେ ବିଶ୍ୱବ୍ୟାପୀ ଉତ୍ତେଜନା ଦେଖାଦେଇଛି ।

ଅନେକ ବିଦେଶୀ ଗଣମାଧ୍ୟମ ସେମାନଙ୍କ ରିପୋର୍ଟରେ କହିଛନ୍ତି ଯେ ଭାରତ ସମେତ ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ଫୋନ୍ ଏହି ଆପ୍ ମାଧ୍ୟମରେ ହ୍ୟାକ୍ କରାଯାଇଛି । ପେଗାସସ୍ ସହାୟତାରେ ସମସ୍ତଙ୍କର ଗୁଇନ୍ଦାଗିରି କରାଯାଉଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀ ସଂସଦରେ ଅନେକ ଆଲୋଡ଼ନ ସୃଷ୍ଟି କରି ଏହି ଘଟଣାର କେନ୍ଦ୍ର ସରକାର ତଦନ୍ତ କରିବାକୁ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+