ଓବିସି ସଂରକ୍ଷଣ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍, ମାଗିଲେ ରିପୋର୍ଟ
ଓବିସି ସଂରକ୍ଷଣ ବିନା ଉତ୍ତରପ୍ରଦେଶରେ ପୌର ନିର୍ବାଚନ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଯୋଗୀ ସରକାରକୁ ମିଳିଛି ଆଶ୍ୱସ୍ତି । ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ବିରୋଧରେ ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ନୂଆଦିଲ୍ଲୀ: ଓବିସି ସଂରକ୍ଷଣ ବିନା ଉତ୍ତରପ୍ରଦେଶରେ ପୌର ନିର୍ବାଚନ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଯୋଗୀ ସରକାରକୁ ମିଳିଛି ଆଶ୍ୱସ୍ତି । ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ବିରୋଧରେ ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟ ପଛୁଆ ବର୍ଗ ଆୟୋଗକୁ ପୌର ନିର୍ବାଚନରେ କୋଟା ପ୍ରଦାନ ପାଇଁ ଓବିସିର ରାଜନୈତିକ ପଛୁଆବର୍ଗ ଉପରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସମୟ ଦେଇଛନ୍ତି ।

ସୂଚନା ଅନୁଯାୟୀ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିର ଏକ ଅଂଶ ଉପରେ ରୋକ୍ ଲଗାଇଛନ୍ତି । ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରି ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଜାନୁଆରୀ କିମ୍ବା ଫେବୃଆରୀ ପ୍ରାରମ୍ଭରେ ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହା ସମ୍ଭବ ନୁହେଁ । ଏକ ନୂତନ ବିଜ୍ଞପ୍ତି ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ଯୋଗୀ ସରକାରଙ୍କ ଉପରେ ଲଗାତାର ଆକ୍ରମଣ କରୁଥିଲେ ।
ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଯୋଗୀ ସରକାର ଓବିସି ସଂରକ୍ଷଣ ଉପରେ ଏକ ପାଞ୍ଚ ଜଣିଆ କମିଶନ ଗଠନ କରିଥିଲେ । ଅବସରପ୍ରାପ୍ତ ବିଚାରପତି ରାମଅବତାର ସିଂହ ଏହାର ନେତୃତ୍ୱ ନେଇଥିଲେ । ଏହି ରିପୋର୍ଟ ଦାଖଲ କରିବାକୁ ଏହି କମିଶନଙ୍କୁ 6 ମାସ ସମୟ ଦିଆଯାଇଛି ।
ପ୍ରକୃତରେ, ଉତ୍ତର ପ୍ରଦେଶର 762 ସହରୀ ସଂସ୍ଥାରେ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ଏସବୁର କାର୍ଯ୍ୟକାଳ ଡିସେମ୍ବରରୁ 19 ଜାନୁୟାରୀ 2023 ମଧ୍ୟରେ ଶେଷ ହେବ । ଏ ସମ୍ପର୍କରେ ଯୋଗୀ ସରକାର ଓବିସି କୋଟାର ଡ୍ରାଫ୍ଟ ପ୍ରକାଶ କରିଛନ୍ତି । ପରେ ଏହି ମାମଲା ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲା ଏବଂ ସେଠାରେ 93 ଟି ଆବେଦନ ଦାଖଲ କରାଯାଇଥିଲା । ଏହା ଉପରେ ଏକାଠି ଶୁଣାଣି ହୋଇଥିଲା । ଆବେଦନକାରୀମାନେ କୋର୍ଟଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଟ୍ରିପଲ ଟେଷ୍ଟ ଫର୍ମୁଲା ସଂରକ୍ଷଣ ଡ୍ରାଫ୍ଟରେ ଧ୍ୟାନ ଦିଆଯାଇ ନାହିଁ । ଯୋଗୀ ସରକାର ମଧ୍ୟ ଏହାର ଯୁକ୍ତି କୋର୍ଟରେ ରଖିଥିଲେ, କିନ୍ତୁ ଜଷ୍ଟିସ୍ ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ସୋରଭ ଲାଭାନିଆଙ୍କ ଏକ ଡିଭିଜନ୍ ବେଞ୍ଚ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ସହିତ ଓବିସି ସଂରକ୍ଷଣ ବିନା ନିର୍ବାଚନ କରିବାକୁ ନିଷ୍ପତ୍ତି ଦେଇଥିଲେ । ଏହା ପରେ ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ.....












Click it and Unblock the Notifications