ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷ : ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଅଭାବ ନାହିଁ
ଦିଲ୍ଲୀର ଡାକ୍ତରଖାନାଗୁଡ଼ିକୁ ଅମ୍ଳଜାନ ଯୋଗାଣ ସହ ଜଡିତ ମାମଲାର ଶୁଣାଣି ବେଳେ ଗୁରୁବାର ଦିନ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀରେ 730 ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଉଛି ।
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଅଭାବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପ୍ରକାଶ କରିଛନ୍ତି । ଦିଲ୍ଲୀର ଡାକ୍ତରଖାନାଗୁଡ଼ିକୁ ଅମ୍ଳଜାନ ଯୋଗାଣ ସହ ଜଡିତ ମାମଲାର ଶୁଣାଣି ବେଳେ ଗୁରୁବାର ଦିନ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀରେ 730 ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଉଛି ଏବଂ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷିତ ରହିଛି । ଏହା ସହିତ ରାଜ୍ୟମାନଙ୍କୁ ଅମ୍ଳଜାନ ଯୋଗାଣ ପାଇଁ କେନ୍ଦ୍ରର ବିସ୍ତୃତ ଯୋଜନା ମଧ୍ୟ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଛି ।

କରୋନା ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟ ବୁଧବାର ଦେଶରେ ଚିକିତ୍ସା ଅଭାବ ଏବଂ ଅମ୍ଳଜାନ ଅଭାବରୁ ସରକାରଙ୍କ ପଦ୍ଧତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ଯୋଗାଣ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରରୁ ଉତ୍ତର ମାଗିଥିଲେ ଏବଂ ସୋମବାର ସୁଦ୍ଧା ଦିଲ୍ଲୀକୁ 700 ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କେନ୍ଦ୍ର ରାଜ୍ୟକୁ ଅମ୍ଳଜାନ ଯୋଗାଣ ପାଇଁ ପ୍ରସ୍ତୁତ ଯୋଜନା ମାଗିଥିଲେ । ଯାହା ପରେ ଆଜି ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ କେନ୍ଦ୍ର ଉତ୍ତର ରଖିଛି ।
ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଶର ମେହେଟ୍ଟା କହିଛନ୍ତି ଯେ, ପୂର୍ବ ଦିନ ଗୁଡ଼ିକରେ ଦିଲ୍ଲୀକୁ 700 MT ଅମ୍ଳଜାନ ଦିଆଯାଇଥିଲା, ଏହା ପୂର୍ବରୁ ମଧ୍ୟ ଦିଲ୍ଲୀକୁ 585 MT ଅମ୍ଳଜାନ ଦିଆଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଟ୍ୟାଙ୍କ ଯୋଗୁଁ ଦିଲ୍ଲୀକୁ ଅମ୍ଳଜାନ ବିତରଣରେ ବିଳମ୍ବ ହୋଇଥିଲା । ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, ଦିଲ୍ଲୀ ବ୍ୟତୀତ ଅନ୍ୟ ଅନେକ ରାଜ୍ୟ ଅଛି ଯେଉଁଠାରେ ଅମ୍ଳଜାନର ଚାହିଦା ବଢୁଛି । ରାଜସ୍ଥାନ, ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟ ମଧ୍ୟ ଡାକ୍ତରଖାନାର ଚାହିଦା ପୂରଣ ପାଇଁ ଅଧିକ ଅମ୍ଳଜାନ ଦାବି କରୁଛନ୍ତି ।
ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ କେନ୍ଦ୍ରକୁ କହିଛନ୍ତି ଯେ ଭାରତର ସମସ୍ତ ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଣ କିପରି ହେବ ତାହା ଆପଣଙ୍କୁ ଦେଖିବାକୁ ପଡ଼ିବ । ଆହୁରି ମଧ୍ୟ, ଅମ୍ଳଜାନ ଅଡିଟ୍ ଉପରେ ଧ୍ୟାନ ଦେବା ଆବଶ୍ୟକ । କୋର୍ଟ ଆହୁରି ମଧ୍ୟ କହିଛନ୍ତି , ଆପଣ ଯୋଗାଣକୁ କ୍ରମାଗତ ଭାବରେ ବୃଦ୍ଧି କରିବା ଉଚିତ ଏବଂ ଦିଲ୍ଲୀ 700 MT ଅମ୍ଳଜାନ ପାଇବା ନେଇ ମଧ୍ୟ ନିଶ୍ଚିତ କରିବାକୁ ହେବ । ଜଷ୍ଟିସ ଚନ୍ଦ୍ରଚୂଡ ଏହା ମଧ୍ୟ କହିଛନ୍ତି ଯେ ଆଜି ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡୁଛି । ଏହିସବୁ ମଧ୍ୟରେ ଆପଣ କିପରି ଉନ୍ନତ ସ୍ୱାସ୍ଥ୍ୟ ସେବା ସୁବିଧା ସୁନିଶ୍ଚିତ କରିବେ ତାହା ମଧ୍ୟ ଏକ ପ୍ରଶ୍ନ । ଜଷ୍ଟିସ ଚନ୍ଦ୍ରଚୂଡ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ମଧ୍ୟ କହିଛନ୍ତି ଯେ, ଯଦି ଆପଣ (କେନ୍ଦ୍ର) ନୀତି ପ୍ରସ୍ତୁତ କରିବାରେ ଭୁଲ କରନ୍ତି, ତେବେ ଆପଣ ଏଥିପାଇଁ ଉତ୍ତରଦାୟୀ ରହିବେ ।












Click it and Unblock the Notifications