For Quick Alerts
Turn On Notification  
For Daily Alerts
Oneindia App Download

ଗ୍ରୀଷ୍ମ ଅବକାଶରେ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ

ଗ୍ରୀଷ୍ମ ଅବକାଶରେ ମଧ୍ୟ ଜାରି ରହିବ ଶୁଣାଣି । ଏହି ସମୟରେ କେବଳ ଜରୁରୀ ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

|

ନୂଆଦିଲ୍ଲୀ : ଗ୍ରୀଷ୍ମ ଅବକାଶରେ ମଧ୍ୟ ଜାରି ରହିବ ଶୁଣାଣି । ଏହି ସମୟରେ କେବଳ ଜରୁରୀ ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ମେ 10 ତାରିଖରୁ ସୁପ୍ରିମକୋର୍ଟଙ୍କ ପ୍ରଥମ ପର୍ଯ୍ୟାୟ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ହେଲେ ଛୁଟି ସମୟରେ ମଧ୍ୟ ଜରୁରୀ ମାମଲାର ଶୁଣାଣି ଚାଲିବ ବୋଲି କୁହାଯାଇଛି । ସପ୍ତାହକୁ ଦୁଇ ଦିନ ଭର୍ଚୁଆଲ ମାଧ୍ୟମରେ 2ଟି ଖଣ୍ଡପୀଠ ମାମଲାଗୁଡିକର ଶୁଣାଣି କରିବେ ।

Supreme-Court-India

ମେ 10 ରୁ 15 ମଧ୍ୟରେ ସପ୍ତାହକୁ 2 ଦିନ ମଙ୍ଗଳବାର ଓ ଶୁକ୍ରବାର ଶୁଣାଣି କରିବେ ଖଣ୍ଡପୀଠ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ଅବକାଶ ମେ 17 ରୁ 25 ତାରିଖ ପର୍ଯ୍ୟନ୍ତ ରହିବ । ଏହି ସମୟରେ ମଧ୍ୟ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ଶୁଣାଣି କରାଯିବ । ତେବେ ମଙ୍ଗଳବାର ଶୁଣାଣି ପାଇଁ ଗୁରୁବାର ସୁଦ୍ଧା କେସ ପଞ୍ଜୀକରଣ କରାଯିବାକୁ କୁହାଯାଇଥିବାବେଳେ ଶୁକ୍ରବାର ଶୁଣାଣି ପାଇଁ ସୋମବାର ସୁଦ୍ଧା ପଞ୍ଜୀକରଣ ପାଇଁ ଧାର୍ଯ୍ୟ କରାଯାଇଛି । ଏଥର ଚାରି ପର୍ଯ୍ୟାୟରେ ଗ୍ରୀଷ୍ମ ଅବକାଶର ବିଚାର ପ୍ରକ୍ରିୟା ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ତୃତୀୟ ପର୍ଯ୍ୟାୟ ମେ 26 ରୁ ଜୁନ 10 ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ଜୁନ 11 ରୁ ଜୁନ 27 ଯାଏଁ ଅବଧି ରହିଛି । ଏହି ସମୟରେ କେଉଁ ଖଣ୍ଡପୀଠ ଶୁଣାଣି କରିବେ ସେ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ [email protected] ଇ-ମେଲ ଠିକଣାରେ ମାମଲା ରୁଜୁ ହୋଇପାରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Supreme Court Hearing during Summer vacation
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X