ନିର୍ଭୟା ମାମଲା ଉଲ୍ଲେଖ କରି ସାମ୍ବାଦିକ ସିଦ୍ଦିକି କପ୍ପନଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ
ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କପ୍ପନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆସନ୍ତା ତିନି ଦିନ ମଧ୍ୟରେ କପ୍ପନଙ୍କୁ ଶୁଣାଣି ପାଇଁ କୋର୍ଟରେ ହାଜର କରାଯିବ ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯିବ ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାର UAPA ଅଧୀନରେ କେରଳ ସାମ୍ବାଦିକ ସିଦ୍ଦିକି କପ୍ପନଙ୍କ ବିରୋଧରେ ମାମଲା ରୁଜୁ କରି ଜେଲରେ ରଖିଥିଲେ । ଅକ୍ଟୋବର 2020 ରେ ତାଙ୍କୁ ୟୁପି ସରକାର ଜେଲ ପଠାଇଥିଲେ । କିନ୍ତୁ ଆଜି ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କପ୍ପନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆସନ୍ତା ତିନି ଦିନ ମଧ୍ୟରେ କପ୍ପନଙ୍କୁ ଶୁଣାଣି ପାଇଁ କୋର୍ଟରେ ହାଜର କରାଯିବ ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯିବ । କପ୍ପନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ରମେଶ ଜେଠମାଲାନି ୟୁପି ସରକାରଙ୍କ ପକ୍ଷରୁ ପକ୍ଷ ଉପସ୍ଥାପନ କରିଥିବାବେଳେ କପିଲ ସିବଲ କପ୍ପନଙ୍କ ପାଇଁ କୋର୍ଟରେ ଯୁକ୍ତି ବାଢିଥିଲେ ।

କଣ ଥିଲା ପୁରା ମାମଲା
କପ୍ପନ ମାଲାୟାଲମ୍ ନ୍ୟୁଜ୍ ପୋର୍ଟାଲ୍ ଅଜିମୁଖମ୍ ର ଜଣେ ସାମ୍ବାଦିକ । ଅକ୍ଟୋବର 2020 ରେ ତାଙ୍କୁ ହାଥରସରୁ ୟୁପି ପୋଲିସ ଗିରଫ କରିଥିଲା । ଯେତେବେଳେ କପ୍ପନଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ସେ 19 ବର୍ଷ ବୟସ୍କା ଦଳିତ ଝିଅର ଗଣଦୁଷ୍କର୍ମ ସମ୍ପର୍କରେ ରିପୋର୍ଟ କରିବାକୁ ହାଥରସ୍ ଯାଉଥିଲେ । କପ୍ପନ୍ ଗିରଫ ହେବା ପରେ ତାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟଙ୍କ ବେଞ୍ଚରେ ଶୁଣାଣି ହୋଇଥିଲା । ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ୟୁୟୁ ଲଲିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ, ପିଏସ ନରସିଂହ ରହିଥିଲେ । ବେଞ୍ଚ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ରହିଛି ।
ସିଦ୍ଦିକି କପାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ୟୁପି ସରକାର ଏବଂ କପ୍ପନଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ କୋର୍ଟ କପ୍ପନଙ୍କୁ ଜାମିନ ପ୍ରଦାନ କରିଥିଲେ । ସମସ୍ତଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ରହିଛି, କପ୍ପନ ଦର୍ଶାଇବାକୁ ଚେଷ୍ଟା କରୁଥିଲେ ଯେ ପୀଡିତାଙ୍କୁ ନ୍ୟାୟ ମିଳିବା ଉଚିତ, ସେ ସାଧାରଣ ଲୋକଙ୍କ ସ୍ୱର ଉତ୍ତୋଳନ କରୁଛନ୍ତି । ଏହା ଆଇନ ଦୃଷ୍ଟିରୁ ଅପରାଧ କି ? ବୋଲି କୋର୍ଟ କହିଛନ୍ତି ।
ୟୁପି ସରକାର ପକ୍ଷରୁ ଥିଲା ଏହି ଅଭିଯୋଗ
ୟୁପି ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ଜେଠମାଲାନୀ କହିଛନ୍ତି ଯେ ହାଥରସ ଘଟଣାକୁ ନେଇ ଏକ ଏଜେଣ୍ଡା ପ୍ରଚାର ପ୍ରସାର କରାଯାଉଛି ଏବଂ ଦଙ୍ଗା ସୃଷ୍ଟି କରିବା ପାଇଁ ପିଏଫଆଇ ଷଡଯନ୍ତ୍ରରେ କପ୍ପନ ସାମିଲ ଥିଲେ । ସେପ୍ଟେମ୍ବର 2020 ରେ କପ୍ପନ PFI ବୈଠକରେ ଯୋଗ ଦେଇଥିଲେ । ବୈଠକରେ କୁହାଯାଇଥିଲା ଯେ ଫଣ୍ଡିଂ ବନ୍ଦ ହୋଇଯାଇଛି । ଏହା ପରେ ନିଷ୍ପତ୍ତି ନିଆଗଲା ଯେ ସେ ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ଦଙ୍ଗା ସୃଷ୍ଟି କରିବେ । ସହ-ଅଭିଯୁକ୍ତମାନେ ଏହି ବିବୃତ୍ତି ଦେଇଛନ୍ତି । PFI ର ଜଣେ ବରିଷ୍ଠ ପଦବୀ ଅଧିକାରୀ ଏହି ଷଡଯନ୍ତ୍ରର ଖୁଲାସା କରିଛନ୍ତି । ଯେଉଁଥିରେ ସିଜେଆଇ କହିଛନ୍ତି ଯେ ସହ-ଅଭିଯୁକ୍ତଙ୍କ ବିବୃତ୍ତି କପ୍ପନଙ୍କ ବିରୁଦ୍ଧରେ ଯାଇପାରିବ ନାହିଁ ।
ନିର୍ଭୟା ମାମଲାର ଦେଲେ ଉଦାହରଣ
ଜେଠମାଲାନି କହିଛନ୍ତି ଯେ ହାଥରସ୍ ପୀଡିତାଙ୍କ ପାଇଁ ଏହି ନ୍ୟାୟ ଅଭିଯାନ ଏକ ପ୍ରଚାର ଥିଲା । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପ୍ରକୃତ ଏଜେଣ୍ଡା ଥିଲା ଏବଂ ସେହି ଲକ୍ଷ୍ୟରେ ଇମେଲ ପଠାଯାଇଥିଲା । କିନ୍ତୁ ଜଷ୍ଟିସ୍ ଭଟ୍ଟ କହିଛନ୍ତି ଯେ 2011 ରେ ଇଣ୍ଡିଆ ଗେଟ୍ ରେ ନିର୍ଭୟା ପାଇଁ ପ୍ରଦର୍ଶନ କରାଯାଇଥିଲା, ବେଳେବେଳେ ପରିବର୍ତ୍ତନ ପାଇଁ ପ୍ରଦର୍ଶନ ଆବଶ୍ୟକ ହୁଏ । ଆପଣ ଜାଣନ୍ତି ଏହା ପରେ ନିୟମ ପରିବର୍ତ୍ତନ କରାଯାଇଥିଲା । ଏହା ମଧ୍ୟ ଏକ ପ୍ରଦର୍ଶନ ଥିଲା । ଏହା ପରେ କୋର୍ଟ କପ୍ପନଙ୍କୁ ଜାମିନ ପ୍ରଦାନ କରିଥିଲେ ।
ଆସନ୍ତା 6 ସପ୍ତାହ ପାଇଁ ଦିଲ୍ଲୀରେ ରହିବାକୁ ଏବଂ ଜଙ୍ଗୁରା ପୋଲିସ ଷ୍ଟେସନରେ 6 ସପ୍ତାହ ପର୍ଯ୍ୟନ୍ତ ରିପୋର୍ଟ କରିବାକୁ କୋର୍ଟ କପ୍ପନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଛଅ ସପ୍ତାହ ପରେ ତାଙ୍କୁ କେରଳ ଯାଇ ସ୍ଥାନୀୟ ପୋଲିସ ଷ୍ଟେସନରେ ରିପୋର୍ଟ କରିବାକୁ ଅନୁମତି ଦିଆଯିବ । କପ୍ପନ କିମ୍ବା ତାଙ୍କ ଓକିଲଙ୍କୁ ପ୍ରତ୍ୟେକ ଶୁଣାଣିରେ ଯୋଗଦେବାକୁ ପଡିବ । କପ୍ପନଙ୍କୁ କୋର୍ଟରେ ତାଙ୍କ ପାସପୋର୍ଟ ଦାଖଲ କରିବାକୁ ପଡିବ । PMLA ଆକ୍ଟ 2002 ଅନୁଯାୟୀ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ କପ୍ପନଙ୍କୁ ଜାମିନ ଆବେଦନ କରିବାକୁ ଅନୁମତି ଦିଆଯାଇଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications