Get Updates
Get notified of breaking news, exclusive insights, and must-see stories!

ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ, ଏହି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଏହି ମାମଲାରେ କୌଣସି ନୂତନ ଟ୍ୱିଟ୍ ପୋଷ୍ଟ କରିବେ ନାହିଁ ଏବଂ ସୀତାପୁର ମାଜିଷ୍ଟ୍ରେଟଙ୍କ ପରିସର ବାହାରକୁ ଯିବେ ନାହିଁ ବୋଲି ସର୍ତ୍ତ ରଖି ଜୁବୈରଙ୍କୁ 5 ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ।

ନୂଆଦିଲ୍ଲୀ : ଫ୍ୟାକ୍ଟ ଚେକ୍ ୱେବସାଇଟ୍ ଅଲ୍ଟ ନ୍ୟୁଜ୍ ର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୀତାପୁରରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ସୁପ୍ରିମକୋର୍ଟ ମହମ୍ମଦ ଜୁବୈରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।

mohammed zubair

ଏଥିସହ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଜୁବୈରଙ୍କ ଆବେଦନ ଉପରେ ୟୁପି ପୋଲିସକୁ ମଧ୍ୟ ନୋଟିସ ଜାରି କରାଯାଇଛି । ସୁପ୍ରିମକୋର୍ଟ ଏହି ମାମଲାରେ କୌଣସି ନୂତନ ଟ୍ୱିଟ୍ ପୋଷ୍ଟ କରିବେ ନାହିଁ ଏବଂ ସୀତାପୁର ମାଜିଷ୍ଟ୍ରେଟଙ୍କ ପରିସର ବାହାରକୁ ଯିବେ ନାହିଁ ବୋଲି ସର୍ତ୍ତ ରଖି ଜୁବୈରଙ୍କୁ 5 ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଜୁବୈର୍ ବେଙ୍ଗାଲୁରୁ କିମ୍ବା ଅନ୍ୟ କୌଣସି ସ୍ଥାନରେ ଇଲେକ୍ଟ୍ରୋନିକ୍ ପ୍ରମାଣ ସହିତ ଟାମ୍ପରିଂ କରିବେ ନାହିଁ ।

ଆବେଦନରେ ମୃତ୍ୟୁ ଧମକ ମିଳୁଥିବା ଦର୍ଶାଇ ଜୁବୈର ତାଙ୍କ ଗିରଫଦାରୀରୁ ଆରାମ ମାଗିଛନ୍ତି । ଆହ୍ଲାବାଦ ହାଇକୋର୍ଟ ଯେଉଁ ଆଦେଶ ଦେଇଛନ୍ତି, ଯେଉଁଥିରେ କୋର୍ଟ ଏଫ୍ଆଇଆର୍ ରଦ୍ଦ କରିବାକୁ ମନା କରି ଦେଇଛନ୍ତି । ଜୁବୈର କିଛି ଧାର୍ମିକ ନେତାଙ୍କୁ "ଘୃଣାର ପ୍ରସାରକ" ବୋଲି କହିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଜରୁରୀ ଶୁଣାଣି ସମ୍ପର୍କରେ ଜୁବୈରଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ କଲିନ୍ ଗୋନସାଲଭିସ୍ ତାଙ୍କ ଜୀବନ ପ୍ରତି ଗୁରୁତର ବିପଦ ଥିବା ବେଞ୍ଚକୁ କହିଛନ୍ତି ।
ଆଜି ସୁପ୍ରିମକୋର୍ଟରେ ଜୁବୈରଙ୍କ ଓକିଲ କହିଛନ୍ତି ଯେ ଏଫ୍ଆଇଆର୍ ଏବଂ ଏ ବାବଦରେ ଚାଲିଥିବା ପ୍ରକ୍ରିୟାକୁ ବନ୍ଦ କରାଯିବା ଉଚିତ୍ । ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ । ଏଥିପାଇଁ ବେଞ୍ଚ କହିଛନ୍ତି ଯେ ଆପଣ ଜାମିନ ଦାବି ନେଇ ଆସିଛନ୍ତି । ଏହା ଉପରେ ଜୁବୈରଙ୍କ ଓକଲି କହିଥିଲେ ଆମେ ଏଫ୍ଆଇଆର୍ ରଦ୍ଦ କରିବାକୁ ହାଇକୋର୍ଟ ଦାବି କରିଥିଲୁ । ଏହି ଆଦେଶ ବିରୋଧରେ ଏହି ଆବେଦନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+