For Quick Alerts
Turn On Notification  
For Daily Alerts
Oneindia App Download

ଲକ୍ଷ୍ମୀପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ, ଏକ ସପ୍ତାହ ପରେ ୟୁପି ଛାଡିବାକୁ ନିର୍ଦ୍ଦେଶ

ସୁପ୍ରିମକୋର୍ଟ କହିଥିଲେ ଯେ ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ କାହାକୁ ଜେଲରେ ରଖିବା ଠିକ୍ ନୁହେଁ । ଆଶିଷ ଏକ ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି । ସର୍ତ୍ତ ସହିତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟ 8 ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।

|
Ashish mishra

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଶ ମିଶ୍ରଙ୍କୁ ମିଳିଛି ଜାମିନ୍ । ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ ଆଶିଷ ମିଶ୍ରଙ୍କୁ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ନ ରହିବା ସର୍ତ୍ତରେ ଏହି ଜାମିନ ପ୍ରଦାନ କରିଛନ୍ତି ।

ଗତ ଶୁଣାଣି ସମୟରେ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ କାହାକୁ ଜେଲରେ ରଖିବା ଠିକ୍ ନୁହେଁ । ଆଶିଷ ଏକ ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି । ସର୍ତ୍ତ ସହିତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟ 8 ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ଆଶିଷ ମିଶ୍ରଙ୍କୁ ତାଙ୍କ ଅବସ୍ଥାନ ବିଷୟରେ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଆଶିଷ ମିଶ୍ର କିମ୍ବା ତାଙ୍କ ପରିବାର ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି, ତେବେ ଜାମିନ ବାତିଲ ହୋଇପାରେ । କେବଳ ଏତିକି ନୁହଁ, ଏକ ସପ୍ତାହ ପରେ ଉତ୍ତରପ୍ରଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଖବର ଅନୁଯାୟୀ ସୁପ୍ରିମକୋର୍ଟ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ପାଇଁ ମଧ୍ୟ ଜାମିନ ଆଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ନିଜେ ଏହି ମାମଲାର ତଦାରଖ କରିବେ । ପ୍ରତ୍ୟେକ ଶୁଣାଣି ପରେ ଟ୍ରାଏଲ କୋର୍ଟ ସୁପ୍ରିମକୋର୍ଟଙ୍କୁ ତଥ୍ୟ ପଠାଇବାକୁ ପଡ଼ିବ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 14 ରେ ହେବ । ଆଶିଷଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିବାବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.କେ ମହେଶ୍ୱରୀ କହିଛନ୍ତି ଯେ ଆଇନ ଏବଂ ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଲକ୍ଷ୍ମୀପୁର ଖେରୀରେ, 3 ଅକ୍ଟୋବର 2021 ରେ, କୃଷକମାନେ ନୂତନ କୃଷି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଟିକୁନିଆ ଠଆରେ ପ୍ରଦର୍ଶନକାରୀଙ୍କ ଉପରେ ଜିପ୍ ଚଢାଇଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ହୋଇଥିବା ହିଂସାରେ ଚାରି ଜଣ କୃଷକଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Supreme Court Grants Bail To Ashish Mishra In Lakhimpur Kheri Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X