Get Updates
Get notified of breaking news, exclusive insights, and must-see stories!

ଆଦାନୀ-ହିଣ୍ଡେନବର୍ଗ ମାମଲାରେ SEBI କୁ ଯାଞ୍ଚ ପାଇଁ 3 ମାସ ସମୟ ଦେଲେ ସୁପ୍ରିମ କୋର୍ଟ, ଅଗଷ୍ଟ 14 ରେ ଦାଖଲ ହେବ ରିପୋର୍ଟ

Adani - Hindenburg report

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଯାଞ୍ଚ ପାଇଁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) କୁ ତିନିମାସ ସମୟ ମିଳିଛି । ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟ SEBI କୁ ୟାଞ୍ଚ ପାଇଁ ତିନି ମାସ ସମୟ ଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ରିପୋର୍ଟ ଦାଖଲ କରିବାକୁ ଅଗଷ୍ଟ 14 ପର୍ଯ୍ୟନ୍ତ ସମୟ ଦେଇଛି । ପରବର୍ତ୍ତୀ ସମୟରେ ଜୁଲାଇ 11 ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ।

ଆମେରିକା ଭିତ୍ତିକ କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନନବର୍ଗ ରିସର୍ଚ୍ଚ ଏହାର ଏକ ରିପୋର୍ଟରେ ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ୍ ଦଶନ୍ଧି ଧରି ଷ୍ଟକ୍ ମାନିପୁଲେସନ୍ ଏବଂ ଆକାଉଣ୍ଟିଂ ଠକେଇ କରିଥିବା ଅଭିଯୋଗ କରିଛି । ଏହି ରିପୋର୍ଟ ପରେ ଆଦାନୀ ଗୋଷ୍ଠୀ ବିରୋଧରେ ସୁପ୍ରିମକୋର୍ଟରେ ଅନେକ ଆବେଦନ କରାଯାଇଥିଲା । ମାର୍ଚ୍ଚରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସେବି କୁ ଏହି ଘଟଣାର ତଦନ୍ତ କରିବାକୁ କହିଥିଲେ ।

ଆପଣଙ୍କୁ କହି ରଖୁଛୁ, ଅତୀତରେ, SEBI ଅଭିଯୋଗର ଯାଞ୍ଚ ସମାପ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଠାରୁ 6 ମାସ ସମୟ ମାଗିଥିଲେ । ସପ୍ତାହେ ପୂର୍ବରୁ ସମୟ ସମ୍ପ୍ରସାରଣକୁ ମନା କରି କୋର୍ଟ କହିଛନ୍ତି ଯେ ଆମେ ବର୍ତ୍ତମାନ 6 ମାସ ଦେଇ ପାରିବୁ ନାହିଁ । କାର୍ଯ୍ୟରେ କିଛି ତ୍ୱରିତତା ଗ୍ରହଣ କରିବାର ଆବଶ୍ୟକତା ଅଛି । ଗୋଟିଏ ଟିମ୍ ଗଠନ କରନ୍ତୁ । ଅଗଷ୍ଟ ମଧ୍ୟଭାଗରେ ଆମେ ଏହି ବିଷୟ ତାଲିକାଭୁକ୍ତ କରିବୁ ଏବଂ ତା'ପରେ ରିପୋର୍ଟ ଗ୍ରହଣ କରାଯିବ । ସର୍ବନିମ୍ନ ସମୟ ଭାବରେ 6 ମାସ ଦିଆଯାଇପାରିବ ନାହିଁ । SEBI ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଧିକ ସମୟ ନେଇପାରିବ ନାହିଁ ଏବଂ ଆମେ ସେମାନଙ୍କୁ 3 ମାସ ସମୟ ଦେବୁ ବୋଲି କହିଥିଲେ କୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+