ସୁପ୍ରିମକୋର୍ଟକୁ ମିଳିଲେ ଦୁଇ ନୂତନ ବିଚାରପତି, ଶପଥ ନେଲେ ପ୍ରଶାନ୍ତ କୁମାର ଏବଂ କେ.ଭି ବିଶ୍ୱନାଥ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଦୁଇଜଣ ନୂତନ ବିଚାରପତି ନିଯୁକ୍ତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏଥି ସହ ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ ମଧ୍ୟ ତାଙ୍କ ସହ ଶପଥ ନେଇଛନ୍ତି । ଉଭୟଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଶପଥ ଗ୍ରହଣ କରାଇଛନ୍ତି ।
ସୁପ୍ରିମ୍ କୋର୍ଟରେ ବିଚାରପତି ମିଶ୍ରା ଏବଂ ବିଶ୍ୱନାଥନଙ୍କୁ ନିଯୁକ୍ତି କରିବା ଲାଗି ଗୁରୁବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଟ୍ୱିଟ୍ କରି ଏ ନେଇ ସୁନିଶ୍ଚିତ କରିଥିଲେ । ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ସୁପ୍ରିମ୍ କୋର୍ଟଙ୍କ କଲିଜିୟମ୍ ସେମାନଙ୍କ ନାମ ସୁପାରିସ କରିଥିଲେ ।
ଜଷ୍ଟିସ ଦୀନେଶ ମାହେଶ୍ୱରୀ ଗତ ସପ୍ତାହରେ ମେ 12 ରେ ଅବସର ନେଇଥିଲେ ଏବଂ ମେ 15 ରେ ଜଷ୍ଟିସ ଏମ.ଆର ଶାହା ଅବସର ନେଇଥିଲେ । ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା 34, ଯେଉଁଥିରେ ପ୍ରଧାନ ବିଚାରପତି ଅନ୍ତର୍ଭୁକ୍ତ ଏବଂ ବର୍ତ୍ତମାନ 33 ଜଣ ବିଚାରପତି ଅଛନ୍ତି । ଆସନ୍ତା ମାସରେ ଆଉ ଚାରିଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି ।












Click it and Unblock the Notifications