ୱାନ୍ ରାଙ୍କ୍ ୱାନ୍ ପେନସନ୍ ଉପରେ ସମୟସୀମା ସ୍ଥିର କଲେ ସୁପ୍ରିମକୋର୍ଟ, ଉପକୃତ ହେବେ 25 ଲକ୍ଷ ପୂର୍ବ ସୈନିକ

ୱାନ୍ ରାଙ୍କ୍ ୱାନ୍ ପେନସନ୍ ଉପରେ ସମୟସୀମା ସ୍ଥିର କଲେ ସୁପ୍ରିମକୋର୍ଟ । ଉପକୃତ ହେବେ 25 ଲକ୍ଷ ପୂର୍ବ ସୈନିକ ।

one rank one pension

ୱାନ୍ ରାଙ୍କ୍ ୱାନ୍ ପେନସନ୍ ସ୍କିମ୍ ଆଧାରରେ ସୁପ୍ରିମକୋର୍ଟ ପୂର୍ବତନ ସୈନିକଙ୍କୁ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଥିଲା ଯେଉଁଥିରେ ବକେୟା ପେନସନ୍ ଚାରିଟି କିସ୍ତିରେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏହି ବିଜ୍ଞପ୍ତିକୁ ନେଇ ପୂର୍ବତନ ସୈନିକମାନେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଯାହା ଉପରେ ବର୍ତ୍ତମାନ କୋର୍ଟର ନିଷ୍ପତ୍ତି ଆସିଛି । ଏହା ପରେ ସମସ୍ତ ବକେୟା ରାଶି ଦେବାର ସମୟସୀମା ସ୍ଥିର କରାଯାଇଛି ।

କେବେ ସୁଦ୍ଧା ମିଳିବ ପେନସନ୍ ରାଶି

କୋର୍ଟ କହିଛନ୍ତି ଯେ ଯୋଗ୍ୟ ପରିବାର ପେନସନଭୋଗୀ ଏବଂ ଗ୍ୟାଲେଣ୍ଟ୍ରି ପୁରସ୍କାର ବିଜେତାମାନଙ୍କୁ 30 ଅପ୍ରେଲ 2023 ସୁଦ୍ଧା ପେନସନ୍ ରାଶି ପ୍ରଦାନ କରାଯିବ । ଏହା ବ୍ୟତୀତ, 70 ବର୍ଷରୁ ଅଧିକ ଯୋଗ୍ୟ ପେନସନଭୋଗୀଙ୍କୁ 30 ଜୁନ୍ 2023 ସୁଦ୍ଧା ବକେୟା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅବଶିଷ୍ଟ ଯୋଗ୍ୟ ପେନସନଭୋଗୀମାନଙ୍କୁ 30 ଅଗଷ୍ଟ 2023, 30 ନଭେମ୍ବର 2023 ଏବଂ 28 ଫେବୃଆରୀ 2024 କିମ୍ବା ଏହା ପୂର୍ବରୁ ସମାନ କିସ୍ତିରେ ଦେବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ବକେୟା ଦେୟ ସମ୍ପର୍କରେ ସୁପ୍ରିମକୋର୍ଟରେ କେନ୍ଦ୍ର ଏକ ସିଲ୍ କଭର ନୋଟ୍ ଉପସ୍ଥାପନ କରିଛି । ଯେଉଁଥିରେ ଶୁଣାଣି କରୁଥିବା ବେଞ୍ଚ ଆପତ୍ତି କରିଥିଲା । ଏହି ମାମଲାରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ପିଏସ୍ ନରସିହ୍ମା ଏବଂ ଜଷ୍ଚିସ୍ ଜେ ବି ପାରଦୀୱାଲା କହିଛନ୍ତି ଯେ ଆମେ ଏହାକୁ ସ୍ୱୀକାର କରିବୁ ନାହିଁ । ବର୍ତ୍ତମାନ ସିଲ୍ ଏନଭଲପ୍ ପ୍ରକ୍ରିୟା ଶେଷ କରିବାର ସମୟ । ଏହା ନିଷ୍ପକ୍ଷ ନ୍ୟାୟ ଢାଞ୍ଚାର ବିରୋଧରେ ।
ଖବର ଅନୁଯାୟୀ, ପୂର୍ବତନ ସୈନିକଙ୍କ ସଂଖ୍ୟା 25 ଲକ୍ଷ, ଯାହାଙ୍କୁ ବକେୟା ରାଶଇ ଦେବାକୁ ପଡିବ । 2019 ଠାରୁ ଏହି ବକେୟା ପ୍ରଦାନ କରାଯିବ । ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ ଜଡିତ, ଯାହା ଏକକାଳୀନ ବକେୟା ରାଶି ଦେବାରେ ଅସମର୍ଥତା ପ୍ରକାଶ କରିଥିଲା । ଏହି ବକେୟା ରାଶି ପ୍ରାୟ 28 ହଜାର କୋଟି ଟଙ୍କା ହେବ ।

ଜାନୁଆରୀ 9 ରେ ୱାନ ରାଙ୍କ ୱାନ ପେନ୍‌ସନ୍‌ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଥିଲା । ଯେଉଁଥିରେ ସମୁଦାୟ ବକେୟା ରାଶି ମାର୍ଚ୍ଚ 15 ସୁଦ୍ଧା ଦେବାକୁ କୁହାଯାଇଥିଲା । ଏହା ପରେ, ଜାନୁଆରୀ 20 ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଥିଲା ଯେଉଁଥିରେ ଚାରୋଟି କିସ୍ତିରେ ଏହି ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏହି ପ୍ରସଙ୍ଗରେ ଭାରତୀୟ ପୂର୍ବତନ ସୈନିକ ଆନ୍ଦୋଳନ (IESM) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହାକୁ ରଦ୍ଦ କରିବାକୁ ମଧ୍ୟ ଦାବି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+